ଓଡିଶା

ହାତୀପଲଙ୍କ ତାଣ୍ଡବ, ଦଳିଦେଲେ ଏକର ଏକର ଧାନ ଫସଲ

କାମାକ୍ଷାନଗର: ଢେଙ୍କାନାଳ ବନଖଣ୍ଡ ଜିରାଳ ଫରେଷ୍ଟ ସେକ୍ସନରେ ହାତୀପଲଙ୍କ ତାଣ୍ଡବ ଦେଖିବାକୁ ମିଳିଛିl ଏକର ଏକର ଧାନ ଫସଲ ଦଳିଦେଇଛନ୍ତି ହାତୀପଲl

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବ୍ରାହ୍ମଣୀ ନଦୀ ପାର ହୋଇ ଯୋରନ୍ଦା ଅଞ୍ଚଳରୁ ୨୬ ଟିକିଆ ହାତୀପଲ ଜିରାଳ ଅଞ୍ଚଳରୁ ଆସି ତାଣ୍ଡବ କରିଛନ୍ତି l ଜିରାଳ ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଭାଲୁଖାଇ, ଦାନପଶି, କଂଗେଇଲ, ବାଙ୍କୁଆଳ ଆଦି ଗାଁରେ ହାତୀମାନେ ପଶି ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି l ଫଳରେ ସ୍ଥାନୀୟ ଗ୍ରାମବାସୀ ଓ ଚାଷୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତିl ହାତୀପଲ ଜନବସତି ନିକଟରେ ରହୁଥିବା ବେଳେ ରାତିରେ ପାଖରେ ଥିବା ବିଲଗୁଡିକରେ ପଶି ଏକର ଏକର ବିଲରେ ଧାନ ଫସଲ ନଷ୍ଟ କରୁଛନ୍ତିl

ବନବିଭାଗର ନିଷ୍କ୍ରିୟତା ଫଳରେ ହାତୀମାନେ ଏହି ଅଞ୍ଚଳରେ ବ୍ୟାପକ ଧାନଫସଲ ନଷ୍ଟ କରୁଥିବା ବେଳେ ବନବିଭାଗ ହାତୀପଲକୁ ଘଉଡ଼ାଇବା ପାଇଁ ଅସମର୍ଥ ହୋଇ ପଡ଼ିଛି l

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button