ଦେଶ ବିଦେଶ

ଭ୍ଲାଦିମିର ପୁଟିନ୍ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ତାଙ୍କର ହୃଦଘାତ ହୋଇନାହିଁ: କ୍ରେମଲିନ୍ – Utkal Mail


ମସ୍କୋ : ରୁଷର ରାଷ୍ଟ୍ରପତି ତଥା ବିଶ୍ବର ଅନ୍ୟତମ କ୍ଷମତାଶାଳୀ ବ୍ୟକ୍ତିତ୍ବ ଭ୍ଲାଦିମିର ପୁଟିନଙ୍କର ହୃଦଘାତ ହୋଇନାହିଁ। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ପୂର୍ବରୁ ପୁଟିନଙ୍କର ହୃଦଘାତ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଏହାକୁ ଗୁଜବ ବୋଲି କହିଛି କ୍ରେମଲିନ୍।

କେତେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ, ପୁଟିନଙ୍କୁ ତାଙ୍କ ବେଡରୁମରେ ଅଚେତ ଅବସ୍ଥାରେ ପାଇଥିଲେ ତାଙ୍କ ଅଙ୍ଗରକ୍ଷୀ । ଘଟଣାଟି ରବିବାର ସଂଧ୍ୟାରେ ଘଟିଥିଲା। କୁହାଯାଉଥିଲା ଯେ, ପୁଟିନଙ୍କ ଅଙ୍ଗରକ୍ଷୀମାନେ ତାଙ୍କ ବେଡରୁମ ଭିତରୁ କିଛି ପଡ଼ିବାର ଶବ୍ଦ  ଶୁଣିବାକୁ ପାଇବା ପରେ ତୁରନ୍ତୁ ସେଠାକୁ ଯାଇଥିଲେ । ସେଠାରେ ପୁଟିନ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ ।  ତାଙ୍କର ଟେବୁଲରେ ଖାଦ୍ୟ ଓ ପାନୀୟ ବିଛାଡ଼ି ହୋଇ ପଡ଼ିଥିଲା ।  ଏହା ପରେ ତୁରନ୍ତ ଡାକ୍ତରଙ୍କୁ ଡକାଯାଇଥିଲା ଓ ଡାକ୍ତମାନଙ୍କ ପରାମର୍ଶ ପରେ ତାଙ୍କୁ  ତାଙ୍କ ବାସଭବନରେ ନିର୍ମିତ ଏକ ସ୍ୱତନ୍ତ୍ର ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଗଣମାଧ୍ୟମ ରିପୋର୍ଟରେ ପୁଟିନ୍ ଆଇସିୟୁରେ ଥିବା ନେଇ କୁହାଯାଉଥିବା ବେଳେ ଏବେ ଏହାକୁ ଅସ୍ବୀକାର କରିଛି କ୍ରେମଲିନ୍। ଏହା ସହ ରାଷ୍ଟ୍ରପତି ପୁଟିନ୍ ସମ୍ପୂର୍ଣ୍ଣ ସୁସ୍ଥ ଓ ଫିଟ୍ ଥିବା ସ୍ପଷ୍ଟ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button