ଦେଶ ବିଦେଶ

ମୋରୋକୋକୁ କନ୍ଦାଇଲା ଭୂମିକମ୍ପ: ୧୦୦୦ଟପିଲା ମୃତ୍ୟୁସଂଖ୍ୟା, ୧୨୦୦ରୁ ଅଧିକ ଆହତ – Utkal Mail


ରବାଟ୍‌: ମୋ‌ରୋକୋକୁ କନ୍ଦାଇଲା ଭୂମିକମ୍ପ। ଶୁକ୍ରବାର ରାତି ୧୧.୧୧ରେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋ‌ରୋକୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୧୦୦୦ ଟପିଛି। ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ଭୂମିକମ୍ପର ତୀବ୍ରତା ଅଧିକ ଥିବାରୁ ଏବେ ଶହ ଶହ ଲୋକ ନିଜ ଘରର ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା କୁହାଯାଉଛି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ମୁତାବକ, ଭୂକମ୍ପ ପ୍ରଭାବିତ ପ୍ରଦେଶରେ ଅତି କମରେ ୧୦୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୨୦୦ରୁ ଅଧିକ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ଅଧିକାଂଶ କ୍ଷତି ସହର ବାହାରେ ଘଟିଛି। ଏପର୍ଯ୍ୟନ୍ତ ଭୂମିକମ୍ପ ପାଇଁ ମୋରୋକୋକୁ କେତେ କ୍ଷତି ସହିବାକୁ ପଡ଼ିବ, ତାହାର ଆକଳନ କରାଯାଇନାହିଁ।

ତେବେ ଏହି ଭୂମିକମ୍ପର ପ୍ରଭାବ ବା କମ୍ପନ ସୁଦୂର ପର୍ତ୍ତୂଗାଲ୍‌ ଓ ଆଲଜେରିଆରେ ମଧ୍ୟ ଅନୁଭୂତ ହୋଇଥିଲା ବୋଲି ‘ପର୍ତ୍ତୂଗୀଜ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସି’ ଆଣ୍ଡ୍‌ ଆଟ୍‌ମୋସ୍ଫିୟର୍‌’ ଓ ଆଲ୍‌ଜେରିଆର ‘ସିଭିଲ୍‌ ଡିଫେନ୍‌ସ୍‌ ଏଜେନ୍‌ସି’ ସୂଚନା ଦେଇଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ଭୂମିକମ୍ପ ଯୋଗୁଁ ମାରକେସ ଓ କ୍ବାର୍‌ଜାଜାଟେ ପ୍ରଦେଶରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ‘ଆଟ୍‌ଲାସ୍‌ ମାଉଣ୍ଟେନ୍‌’ ୱୟୁକୈମେଦେନ୍‌ ସହରର ପଶ୍ଚିମ ପ୍ରାନ୍ତରେ ଉତ୍ପତ୍ତି ହୋଇଥିବା ଏହି ଭୂମିକମ୍ପଜନିତ କମ୍ପନ ଉପକୂଳବର୍ତ୍ତୀ ନଗରୀ ରବାଟ୍‌, କାସାବ୍ଲାଙ୍କା ଓ ଇସାଓୟୁରିଆରେ ଅନୁଭୂତ ହୋଇଥିଲା।

ଆଜି ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଅଷ୍ଟାଦଶ ‘ଜି୨୦’ ଶିଖର ସମ୍ମିଳନୀ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମୋରକୋରେ ହୋଇଥିବା ଭୂମିକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button