ସର୍ଭେରୁ ବଡ଼ ଖୁଲାସା: ୭୭% ଭାରତୀୟ ମହିଳା ବିବାହ ପରେ ନିଜ ସ୍ୱାମୀଙ୍କୁ ଦେଉଛନ୍ତି ଧୋକା, ଜାଣନ୍ତୁ ପୂରା ଖବର

ଦିନକୁ ଦିନ ଦେଶରେ ପରକୀୟା ପ୍ରୀତି ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି। ଲୋକମାନଙ୍କ ଠାରେ ଏଭଳି ଅଭ୍ୟାସ ବଢିବାକୁ ଲାଗିଥିବା ବେଳେ ଡେଟିଂ ସାଇଟ୍ ଗ୍ଲେଡେନ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଏହାର ପୃଷ୍ଟିକରଣ ହୋଇଛି। କେବଳ ଯେ ଦିଲ୍ଲୀ-ମୁମ୍ବାଇ ଭଳି ବଡ଼ ସହର ତାହା ନୁହେଁ ଜୟପୁର, ପାଟନା, ମେରଟ, ଭୋପାଳ, ଇନ୍ଦୋର, ଲଖନଉ, ନୋଏଡା, ଗୁଆହାଟି ଏବଂ ବିଶାଖାପାଟନମ୍ ଭଳି ଛୋଟ ସହରରେ ମଧ୍ୟ ଲୋକେ ଡେଟିଂ ଆପ୍ ବ୍ୟବହାର କରୁଛନ୍ତି।
ସମସ୍ତ ସହର ଗୁଡିକ ମଧ୍ୟରେ ବେଙ୍ଗାଲୁରୁରେ ଲୋକେ ଗ୍ଲେଡେନ ଡେଟିଂ ଆପର ସବୁଠାରୁ ଅଧିକ ବ୍ୟବହାର କରୁଛନ୍ତି। ଏଠାରେ ଉପଭୋକ୍ତାମାନେ ଦିନକୁ ୧.୫ ଘଣ୍ଟା ପାଇଁ ଗ୍ଲେଡେନ ବ୍ୟବହାର କରିଥାନ୍ତି। ମଧ୍ୟାନ ଭୋଜନ ସମୟ ଏବଂ ରାତି ୧୦ ପରେ ଏହି ଆପ୍ ଅଧିକ ବ୍ୟବହାର କରାଯାଉଥିବା ଜଣାପଡ଼ିଛି।
ଏହି ଡେଟିଂ ଆପ୍ ଦ୍ୱାରା ହୋଇଥିବା ସର୍ବେକ୍ଷଣ ଅନୁଯାଇ ଏଠାରେ ପୁରୁଷମାନେ ୨୪ ରୁ ୩୦ ବର୍ଷୀୟା ମହିଳାଙ୍କୁ ଖୋଜୁଥିବା ବେଳେ ଅଧିକାଂଶ ମହିଳାମାନେ ୩୦ ରୁ ୪୦ ବର୍ଷୀୟ ପୁରୁଷଙ୍କୁ ଖୋଜିଥାନ୍ତି। ସେହିପରି ପ୍ରତି ୧୦ ଜଣଙ୍କ ମଧ୍ୟରେ ୭ ଜଣ ମହିଳା ସେମାନଙ୍କ ପାର୍ଟନରଙ୍କୁ ଧୋକା ଦେଉଥିବା ଏବଂ ଅନ୍ୟ ପୁରୁଷଙ୍କ ସହିତ ପରକୀୟା ପ୍ରୀତିରେ ଲିପ୍ତ ରହୁଥିବା ସ୍ୱୀକାର କରିଛନ୍ତି।