ଦେଶ ବିଦେଶ

ଅଲୁ ଅଜୁର୍ନଙ୍କ ଘରେ ଆକ୍ରମଣ କରିଥିବା ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଳୀ: ତେଲୁଗୁ ଅଭିନେତା ଅଲୁ ଅର୍ଜୁନଙ୍କ ଜୁବୁଲି ହିଲ୍ସ ବାସଭବନରେ ଆକ୍ରମଣ କରି ସମ୍ପତ୍ତି ନଷ୍ଟ କରିଥିବା ଅଭିଯୋଗରେ ହାଇଦ୍ରାବାଦ କୋର୍ଟ ୬ ଜଣ ଅଭିଯୁକ୍ତଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ତେବେ ଏହି ଆକ୍ରମଣ ମାମଲାରେ ଜଣେ ବିଆର୍‌ଏସ୍‌ ନେତା ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ତାଙ୍କ କହିବା ମୁତାବକ, ଅଲୁ ଅଜୁର୍ନଙ୍କ ଘରେ ଆକ୍ରମଣ ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭାନ୍ତ ରେଡ୍ଡୀଙ୍କ ସଂପୃକ୍ତି ରହିଛି। ତେବେ କୌଣସି କଂଗ୍ରେସ ନେତା ଏପର୍ଯ୍ୟନ୍ତ ଏହି ପ୍ରସଂଗରେ ପ୍ରତିକ୍ରିୟା ରଖିନାହାନ୍ତି।

ଆଜି ଶୁଣାଣି ସମୟରେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ବିଚାରପତିଙ୍କ ନିକଟରେ ହାଜର କରିଥିଲା। ଏହାପରେ ସେମାନଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକଙ୍କୁ ୧୦,୦୦୦ ଟଙ୍କା ଏବଂ ୨ ଜାମିନ୍‌ଦାର ପ୍ରଦାନ କରିବାକୁ କୁହାଯାଇଛି। ତିନି ଦିନ ମଧ୍ୟରେ ଟଙ୍କା ସହ ଜାମିନଦାର ଦାଖଲ କରିବାକୁ କୋର୍ଟ ଅଭି‌ଯୁକ୍ତମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଲୁ ଅଜୁର୍ନଙ୍କ ଘରେ ଆକ୍ରମଣ ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଚାଲିଛି। ଘଟଣାର ଏକ ଭିଡିଓରେ ଦର୍ଶାଯାଇଛି ଯେ ଅଲୁ ଅର୍ଜୁନଙ୍କ ଘର ଭିତରକୁ ଅନେକ ଲୋକ ଆକ୍ରମଣ କରି ସମ୍ପତ୍ତିରେ କ୍ଷତି ଘଟାଇଥିଲେ। ଏହି ଘଟଣା ଘଟିବା ବେଳେ ଅଭିନେତା ତାଙ୍କ ବାସଭବନରେ ଉପସ୍ଥିତ ନଥିଲେ।

ପୁଲିସର ସୂଚନାନୁସାରେ, ବିକ୍ଷୋଭକାରୀମାନେ ପ୍ଲାକାର୍ଡ ଧରି ଅଭିନେତାଙ୍କ ପାଚେରୀକୁ ଚଢ଼ି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ସେମାନେ ଟମାଟୋ ମଧ୍ୟ ଘର ଆଡକୁ ଫିଙ୍ଗିଥିଲେ। ଅଲୁ ଅର୍ଜୁନଙ୍କ ସୁରକ୍ଷା କର୍ମୀମାନେ ଏହାକୁ ବିରୋଧ କରି କାନ୍ଥରୁ ଓହ୍ଲାଇବାକୁ ପ୍ରବର୍ତ୍ତାଇବା ପରେ ବିବାଦ ଆରମ୍ଭ ହୋଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button