ଚା’ ପିଇବା ସମୟରେ ଧ୍ୟାନରେ ରଖନ୍ତୁ ଏହିସବୁ କଥା, ନଚେତ ଭୋଗିବାକୁ ପଡିପାରେ ଏସବୁ ସମସ୍ୟା

ବର୍ତ୍ତମାନର ଲାଇଫ୍ ଷ୍ଟାଇଲ୍ରେ ଲୋକମାନେ ବିଭିନ୍ନ ପ୍ରକାରର ନୂଆ ନୂଆ ଖାଦ୍ୟ ଖାଇବା ଏବଂ ପିଇବା ପାଇଁ ପସନ୍ଦ କରୁଛନ୍ତି । ଏପରିକି କିଛି ଲୋକମାନଙ୍କର ଏକ ବିଶେଷ ପାନୀୟ ପଦାର୍ଥ ହେଉଛି ଚା’। ତେବେ ଚା’ ଏକ ଏପରି ଜିନିଷ ଯାହାକୁ ପିଇବା ପାଇଁ ସବୁ ଲୋକ ପସନ୍ଦ କରନ୍ତି। ବିଶେଷ ଭାବେ ଶୀତ ଦିନେ ଚା’ ପିଇବା ପାଇଁ ଲୋକମାନେ ବହୁତ ଭଲ ପାଇଥାନ୍ତି । କିଛି ଲୋକମାନଙ୍କୁ ମଧ୍ୟ ଚା’ ବିନା ପୂରା ଦିନ ଭଲ ଲାଗିନଥାଏ । ହେଲେ ବେଳେବେଳେ ଚା’ ପିଇବା ଆମ ଶରୀର ଉପରେ ବହୁତ ଭାରି ପଡିପାରେ । ସେଥିପାଇଁ ଚା’ ପିଇବା ସମୟରେ କିଛି ଖାସ୍ କଥାର ଧ୍ୟାନ ଦିଅନ୍ତୁ । ନଚେତ ଆପଣ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇପାରନ୍ତି। ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ବିଶେଷ କଥା ବିଷୟରେ ଜଣାଇବୁ ଯାହାକୁ ଆପଣ ଚା’ପିଇବା ସମୟରେ ଧ୍ୟାନ ରଖିବେ । ତେବେ ଜାଣିରଖନ୍ତୁ ସେ ସବୁ କଥା କଣ ?
ଅନେକ ଲୋକ ଅଛନ୍ତି ସକାଳୁ ଉଠିବା ମାତ୍ରେ ଚା’ ପିଇଥାନ୍ତି, କିନ୍ତୁ ଆପଣ ଏହି କଥାରେ ଧ୍ୟାନ ଦେବା ଉଚିତ ଯେ ଖାଲି ପେଟରେ କେବେ ହେଲେ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ । ଯଦି ଆପଣ ଏପରି କରୁଛନ୍ତି ତାହେଲେ ଆପଣଙ୍କ ଦେହ ବହୁତ ଖରାପ ଲାଗିବା ସହ ପୂରା ଦିନ ପେଟ ଜଳିବା ସହ ଏସିଡିଟି ମଧ୍ୟ ହୋଇପାରେ ।
ଏହା ସହ ଆପଣଙ୍କୁ ଯେକୌଣସି ଖାଦ୍ୟ ଖାଇବା ସମୟରେ ଚା’ ପିଇବା ଉଚିତ କଥା ନୁହେଁ । ସେଥିପାଇଁ ଆପଣ ଚା’ ପିଇବା ପୂର୍ବରୁ କିମ୍ବା ପରେ ଯେକୌଣସି ଖାଦ୍ୟ ଖାଇପାରିବେ। ଯଦି ଆପଣ ଏହି ସବୁ କଥାର ଧ୍ୟାନ ନ ରଖିବେ ତାହେଲେ ଆପଣଙ୍କୁ ପୂରା ଦିନ ମୁଣ୍ଡ ବିନ୍ଧା ହେବା ଭଳି ଅନୁଭବ ହୋଇପାରେ ।
ସେହିଭଳି ପ୍ଲାଷ୍ଟିକ୍ କପ୍ରେ କେବେ ହେଲେ ଚା’ ପିଅନ୍ତୁ ନାହିଁ। ଯଦି ଆପଣ ଏପରି କରୁଛନ୍ତି ତାହେଲେ ଆପଣଙ୍କୁ ଅନେକ ରୋଗର ସାମ୍ନା କରିବାକୁ ପଡିପାରେ ଏବଂ ବିଭିନ୍ନ ରୋଗ ମଧ୍ୟ ହୋଇପାରେ ।
ଅନେକ ଲୋକ ଅଛନ୍ତି ଯେଉଁମାନେ ଚା’ ସହିତ ଲେମ୍ବୁ ମିଶାଇ ପିଇବାକୁ ପସନ୍ଦ କରନ୍ତି। କିନ୍ତୁ ଏପରି କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ୍ ହୋଇନଥାଏ । ଯଦି ଆପଣ ଏପରି କରୁଛନ୍ତି ତାହେଲେ ଆପଣଙ୍କୁ ଏସିଡିଟି ଭଳି ସମସ୍ୟା ମଧ୍ୟ ହୋଇପାରେ ।
ଏଥିସହ ଚା’ ପିଇବା ସମୟରେ କେବେ ହେଲେ କୌଣସି ପ୍ରକାରର ଥଣ୍ଡା ଜିନିଷ କିମ୍ବା ଥଣ୍ଡା ପାଣି ପିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ପେଟ ଏବଂ ହଜମ ଶକ୍ତି ଉପରେ ପ୍ରଭାବ ପଡିପାରେ । ଯାହା ଦ୍ୱାରା ଏସିଡିଟି ଏବଂ ଗ୍ୟାସ୍ ସମସ୍ୟା ହୋଇପାରେ । ସେଥିପାଇଁ ଆପଣଙ୍କୁ ଚା’ ପିଇବା ସମୟରେ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ।