ଦେଶ ବିଦେଶ

ପୁଣି ଏକ ଗଧିଆ ଧରା ପଡ଼ିଲା, ସଂଖ୍ୟା ୫ରେ ପହଞ୍ଚିଲା

ତ୍ତରପ୍ରଦେଶର ବାହରିଚରେ ଆତଙ୍କ ସୃଷ୍ଟି କରିଥିବା ଗଧିଆ ଉପରେ ଲାଗିଛି ଲଗାମ । ବନ ବିଭାଗ ଆଜି ଭୋରରୁ ଏକ ଗଧିଆକୁ କାବୁ କରିଛି। ଏହାକୁ ମିଶାଇ ଏଯାବତ ୫ଟି ଗଧିଆ କାବୁ ହୋଇ ସାରିଲେଣି। ଏବେବି ଆଉ ଏକ ଘାତକ ଗଧିଆ ବାହାରେ ବୁଲି ଆତଙ୍କ ସୃଷ୍ଟି କରୁଥିବା ଜଣାଯାଇଛି।

ଆଜି ଭୋରରୁ ବନ ବିଭାଗ କର୍ମଚାରୀ ବହରାଇଚର ପୁରବା ଗାଁ ଜଙ୍ଗଲରେ ଏକ ଗଧିଆକୁ କାବୁ କରିଥିଲେ।

ଏହାପରେ ତୁରନ୍ତ ଗଧିଆକୁ ବନ ବିଭାଗର ରେସକ୍ୟୁ ଶେଲଟରକୁ ପଠାଇ ଦିଆଯାଇଥିବା ଜଣାଯାଇଛି।

ଏହା ପୂର୍ବରୁ ୪ଟି ଗଧିଆକୁ ବନ ବିଭାଗ କାବୁ କରି ସାରିଥିଲେ। ଏହାପରେ ବି ଆଉ ୨ ଘାତକ ଗଧିଆ ବାହାରେ ବୁଲି ଛୋଟ ଛୁଆଙ୍କ ଉପରେ ଆକ୍ରମଣ ଜାରି ରଖିଥିଲେ। ସେଥିମଧ୍ୟରୁ ଆଜି ସକାଳେ ଗୋଟିଏ ଗଧିଆ କାବୁ ହୋଇଥିବା ବେଳେ ଆଉ ଏକ ଗଧିଆର ସନ୍ଧାନ କରାଯାଉଛି। ଏଥିନିମନ୍ତେ ବିଭିନ୍ନ ସ୍ଥାନରେ ଖାନତଲାସୀ ଜାରି ରହିଥିବା ବେଳେ ଖୁବ୍ ଶୀଘ୍ର ଗଧିଆଟି ଧରା ପଡ଼ିଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button