ଯୁଗ ପରିବର୍ତ୍ତନ ସହ କାହିଁକି ବଦଳିଯାଏ ମଣିଷ ର ଲକ୍ଷଣ ? Garuda puran

ନମସ୍କାର ବନ୍ଧୁଗଣ ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ପରମ ପିତା ବ୍ରହ୍ମା ସୃଷ୍ଟି ର ରଚନା କରିବା ପରେ କାଳଖଣ୍ଡ ଅର୍ଥାତ ସମୟ କି ଚାରି ଭାଗ ରେ ବିଭାଜିତ କରି ଦେଲେ । ଯାହାକୁ ଆମେ ସତ୍ୟ ଯୁଗ, ଦ୍ଵାପର ଯୁଗ, ତ୍ରେତୟା ଯୁଗ ଏବଂ କଳି ଯୁଗ ନାମ ରେ ଜାଣି ଥାଉ । ହିନ୍ଦୁ ପୁରାଣ ଅନୁସାରେ ଏହି କାଳ ଖଣ୍ଡ ର ଆରମ୍ଭ ସତ୍ୟଯୁଗ ରେ ହୋଇ ଥିଲା ଏବଂ କଳି ଯୁଗ ରେ ଆସି କି ଏହା ଶେଷ ହେବ । କଳି ଯୁଗ ର ଶେଷ ପରେ ପୁନଃ ସତ୍ୟ ଯୁଗ ଆରମ୍ଭ ହେବ । ଏବଂ ଏହି ଚକ୍ର ସୃଷ୍ଟି ର ଆରମ୍ଭ ରୁ ଚାଲି ଆସୁଛି । ଆମେ ବର୍ତ୍ତମାନ ଯେଉଁ କାଳ ଖଣ୍ଡ ରେ ବଞ୍ଚୁଛେ ତାହା ୨୩ ତମ ଚକ୍ର । ପ୍ରଶ୍ନ ଉଠେ କି ଏହି ଚାରଟି ଯୁଗରେ ଏଭଳି କଣ ହୁଏ କି ବ୍ରହ୍ମା ଙ୍କୁ ଚାରଟି ଅଲଗା ଅଲଗା କାଳ ଖଣ୍ଡ କିମ୍ବା ଯୁଗ କରିବାକୁ ପଡ଼ିଲା ।

ଏହାର ଉତ୍ତର ଆମକୁ ହିନ୍ଦୁ ଧର୍ମ ର ଲିଙ୍ଗ ପୁରାଣ ରେ ପ୍ରାପ୍ତ ହୋଇ ଥାଏ । ସେଥିରେ ଏହି ଚାରଟି ଯୁଗ ରେ କଣ ଅସମାନତା ରହିଛି ସବୁ ବିସ୍ତାର ରେ କୁହାଯାଇଛି । ଏବଂ ଏହା ଛଡା ସେଥିରେ ଯୁଗ ପରିବର୍ତ୍ତନ ସହ କିପରି ଭାବେ ମଣିଷ ମାନେ ମଧ୍ୟ ପରିବର୍ତ୍ତନ ହୁଅନ୍ତି ତାହା ମଧ୍ୟ ବର୍ଣ୍ଣନା କରା ଯାଇଛି । ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।

ସର୍ବ ପ୍ରଥମେ ସତ୍ୟ ଯୁଗ ବିଷୟରେ ଆଲୋଚନା କରିବା । ଲି-ଙ୍ଗ ପୁରାଣ ଅନୁସାରେ ସୃଷ୍ଟି ର ଆରମ୍ଭ କରିବା ପରେ ବ୍ରହ୍ମା ଯେତେବେଳେ ଚାରଟି ଯୁଗ ରେ ବାଣ୍ଟିଲେ ସେତେବେଳେ ସେ ପ୍ରଥମେ କାଳ ଖଣ୍ଡ ର ନାମ ସତ୍ୟ ଯୁଗ ରଖିଲେ । ସେହି ଯୁଗ ରେ ପ୍ରତ୍ୟକ ମଣିଷ ର ଗୋଟିଏ ଧର୍ମ ଥିଲା ଏବଂ ସେହି ଧର୍ମ ହେଉଛି ସ୍ୱାର୍ଥ ର ତ୍ୟାଗ । ଅର୍ଥାତ ସତ୍ୟ ଯୁଗ ରେ କୌଣସି ବି ମନୁଷ୍ୟ ସ୍ୱାର୍ଥପର ହୋଇ ନଥାଏ ।
ସମସ୍ତେ ପରସ୍ପର ର ସାହାଯ୍ୟ କରିଥାନ୍ତି । ସେହି ଯୁଗରେ କୌଣସି ବି ମନୁଷ୍ୟ କୁ କୌଣସି ବି ରୋଗ ହୁଏ ନାହିଁ । ସେ ଯୁଗର ମନୁଷ୍ୟ କେବେବି ଦୁଃଖୀ ହୁଅନ୍ତି ନାହିଁ ସର୍ଵଦା ଖୁସି ରେ ରହିଥାନ୍ତି । କେହି ରାଗ ଇର୍ଷା ଝଗଡା କିଛି ରଖନ୍ତି ନାହିଁ ସମସ୍ତେ ନିଜ ନିଜ ର କର୍ତ୍ତବ୍ୟ କରିଥାନ୍ତି ଏବଂ ନିଜ ଇଚ୍ଛା ଅନୁସାରେ ଦେ-ହ-ତ୍ୟା-ଗ ମଧ୍ୟ କରିଥାନ୍ତି ଏହି ଯୁଗ ର ଅବଧି ହେଉଛି । ୧୭ ଲକ୍ଷ ୨୮ ହଜାର ବର୍ଷ ।

ଏହା ପରେ ତ୍ରେତୟା ଯୁଗ ଆରମ୍ଭ ହୁଏ । ଏହି ଯୁଗ ରେ ଧୀରେ ଧୀରେ ଲୋକମାନେ ସ୍ଵାର୍ଥପର ହେବାକୁ ଲାଗନ୍ତି । ନିଜର କର୍ତ୍ତବ୍ୟ ତ କରନ୍ତି କିନ୍ତୁ ଇର୍ଷା ରାଗ ଆଦି ମଧ୍ୟ ଆରମ୍ଭ ହୋଇ ଯାଇ ଥାଏ । ଏବଂ ଅନ୍ୟ ର ଚୁଗୁଲି ମଧ୍ୟ କରିବା ଆରମ୍ଭ କରି ଦେଇଥାନ୍ତି । କିନ୍ତୁ ଏହି ଯୁଗରେ ଏଭଳି ମନୁଷ୍ୟ ର ସଂଖ୍ୟା ବହୁତ କମ ଥିଲେ । ଏହି ଯୁଗରେ ମଧ୍ୟ ସତ୍ୟ ଯୁଗ ଭଳି ବହୁତ ଭଲ ଲୋକ ମଧ୍ୟ ଥିଲେ । ଏହି ଯୁଗରେ ବ୍ରାହ୍ମଣ,କ୍ଷତ୍ରିୟ, ବେଶ୍ୟ, ଏବଂ ଶୁଦ୍ର ଭାବେ ବିଭାଜିତ ହୋଇ ଗଲେ ଏହି ଯୁଗ ର ଅବଧି ହେଉଛି ୧୨ ଲକ୍ଷ ୯୬ ହଜାର ବର୍ଷ ।

ଏହା ପରେ ଆରମ୍ଭ ହୁଏ ଦ୍ଵାପର ଯୁଗ । ଏହି ଯୁଗ ରେ ମନୁଷ୍ୟ ନିଜର କର୍ତ୍ତବ୍ୟ କୁ ଭୁଲିବାକୁ ଲାଗନ୍ତି । ଏବଂ ନିଜ ଇଚ୍ଛା କୁ ପୂରଣ କରିବା ପାଇଁ ଅ-ଧର୍ମ ମଧ୍ୟ କରନ୍ତି । ଏହି ଯୁଗର ଅବଧି ବଢିବା ସହ ମନୁଷ୍ୟ ର କା-ମ, କ୍ରୋ-ଧ,ଲୋଭ ବଢିବା ରେ ମଧ୍ୟ ଲାଗେ । ଏହି ଯୁଗରେ ଲୋକମାନେ ଝଗଡା ମଧ୍ୟ ହେବାକୁ ଲାଗିଲେ । ଏବଂ ଏହି ଯୁଗରେ ମନୁଷ୍ୟ ର ପରିଚୟ କର୍ମ ଯୋଗୁଁ ନୁହେଁ ଜନ୍ମ କିମ୍ବା କୂଳ ଯୋଗୁଁ ହୋଇ ଥାଏ । ଏବଂ ବ୍ରାହ୍ମଣ ଙ୍କ ଛଡା ଶିକ୍ଷା ମଧ୍ୟ ଆଉ କାହାକୁ ପ୍ରଦାନ କରା ଯାଉ ନଥିଲା । ଏହି ଯୁଗର ଅବଧି ହେଉଛି ୮ ଲକ୍ଷ ୬୪ ହଜାର ବର୍ଷ ।

ଏହା ପରେ ଆରମ୍ଭ ହୁଏ କଳିଯୁଗ । ଏହି ଯୁଗରେ ସମସ୍ତେ ନିଜର କର୍ତ୍ତବ୍ୟ କରନ୍ତି ନାହିଁ । ସମସ୍ତେ ଇର୍ଷା, ଲୋ-ଭ, ଝ-ଗ-ଡା, ଅ-ହଂକା-ର ଆଦି ଦେଖା ଦିଏ । ଏହି ଯୁଗରେ କେହି କାହାର ରୁହନ୍ତି ନାହିଁ ସନ୍ତାନ ମାନେ ନିଜ ମାଆ ବାପାଙ୍କର ତ୍ୟାଗ କରନ୍ତି ସେମାନଙ୍କୁ କଷ୍ଟ ଦିଅନ୍ତି । କେହି କାହାର ସାହାର୍ଯ୍ୟ କରନ୍ତି ନାହିଁ ଏବଂ ଏହି ଯୁଗରେ ଭଲ ମଣିଷ ବହୁତ କମ ଦେଖିବାକୁ ମିଳିଥାଏ । ଏହି ଯୁଗର ଅବଧି ହେଉଛି ୪ ଲକ୍ଷ ୩୨ ହଜାର ବର୍ଷ । ଏହି ପରି ଭାବେ ଯୁଗ ର ପରିବର୍ତ୍ତନ ହୁଏ । ଏବଂ ମନୁଷ୍ୟ ଧର୍ମର କ୍ଷୟ ଯୋଗୁଁ ନିଜେ ମଧ୍ୟ ପରିବର୍ତ୍ତନ ହୋଇ ଥାଏ .



