ଦେଶ ବିଦେଶ

କୋଲ୍‌କାତା ମେୟର୍‌ ଓ ତୃଣମୂଳ କଂଗ୍ରେସ ବିଧାୟକଙ୍କ ଘରେ ‘ସିବିଆଇ’ ଚଢ଼ଉ – Utkal Mail


କୋଲ୍‌କାତା: ପଶ୍ଚିମବଙ୍ଗ ପୌରପାଳିକା ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ଆଜି ‘ସିବିଆଇ’ କୋଲ୍‌କାତା ମେୟର୍‌ ଫିର୍‌ହାଦ୍‌ ହକିମ୍ ଓ ‘ତୃଣମୂଳ କଂଗ୍ରେସ’ ବିଧାୟକ ମଦନ ମିତ୍ରଙ୍କ ବାସଭବନ ସମେତ ପଶ୍ଚିମବଙ୍ଗରେ ୧୫ଟି ସ୍ଥାନରେ ଚଢ଼ଉ କରିଛି।

ଆଜି ସକାଳେ ‘ସିବିଆଇ’ର ଏକ ଟିମ୍‌ ମେୟର୍‌ ହକିମ୍‌ଙ୍କ ଦକ୍ଷିଣ କୋଲ୍‌କାତାସ୍ଥିତ ବାସଭବନରେ ପହଞ୍ଚି ତଲାସ ଅଭିଯାନ ଚଳାଇଛି। ତଲାସ ଆରମ୍ଭ ହେବା ମାତ୍ରେ ହକିମ୍‌ଙ୍କ ସମର୍ଥକମାନେ ବାସଭବନ ବାହାରେ ସମବେତ ହୋଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ପଶ୍ଚିମବଙ୍ଗରେ ପୌରପାଳିକା ନିଯୁକ୍ତିରେ ଅନିୟମିତତା କରିଥିବା ଅଭିଯୋଗର ‘ସିବିଆଇ’ ଏହି ତଦନ୍ତ ଆରମ୍ଭ କରିଛନ୍ତି।

Image Courtesy of The Indian Express

ସେହିପରି, ପୂର୍ବତନ ମନ୍ତ୍ରୀ ତଥା ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ କମାରହାଟୀର ବିଧାୟକ ମଦନ ମିତ୍ରଙ୍କ ବାସଭବନରେ ବି ‘ସିବିଆଇ’ ଚଢ଼ଉ କରିଛି।

କୋଲ୍‌କାତା ଛଡ଼ା, ଉତ୍ତର ୨୪ ପ୍ରଗଣା ଅନ୍ତର୍ଗତ ହାଲିସହାହାର ଓ କଞ୍ଚନପଡ଼ାକୁ ମଧ୍ୟ ‘ସିବିଆଇ’ ଟିମ୍‌ ଯାଇଛନ୍ତି। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ହାଲିସ୍‌ହାହାରର ପୂର୍ବତନ ଚେୟାର୍‌ମ୍ୟାନ୍‌ଙ୍କ ଘରକୁ ‘ସିବିଆଇ’ ଟିମ୍‌ ଯାଇଛି।

ସେହିପରି, ‘ସିବିଆଇ’ର ଏକ ୪ଜଣିଆ ଟିମ୍‌ ତୃଣମୂଳ କଂଗ୍ରେସ ନେତା ଅଶୁଂମାନ ରାୟଙ୍କ ଘରକୁ ମଧ୍ୟ ଯାଇଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲ୍‌ ୨୧ ତାରିଖ‌ରେ କାଲ୍‌କାଟା ହାଇକୋର୍ଟର ଜଣିକିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଉପରୋକ୍ତ ଦୁର୍ନୀତି ମାମଲାର ତଦନ୍ତ ଭାର ଗ୍ରହଣ କରିବା ଲାଗି ‘ସିବିଆଇ’କୁ ଆଦେଶ ଦେଇଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button