ଜୀବନଶୈଳୀ

‘ବସପନ କା ପ୍ୟାର’ ଫେମ Sahdev Dirdoଙ୍କ ସ୍ବାସ୍ଥ୍ୟରେ ସୁଧାର, ଦୁର୍ଘଟଣାର କିଛି ଘଣ୍ଟା ପରେ ଆସିଲା ହୋଶ…

ଲେଟେଷ୍ଟ ସୂଚନା ମୁତାବକ, ସହଦେବଙ୍କ ଅବସ୍ଥାରେ ବର୍ତ୍ତମାନ ବହୁତ ସୁଧାର ଆସିଛି ଏବଂ ସେ ବିଦପରୁ ମୁକ୍ତ ଅଟନ୍ତି। ଜଣା ଯାଉଛି କି ଘଟଣା ସମୟରେ ଜଗଦଲପୁର ମେଡିକାଲ କଲେଜରେ ଚିକିତ୍ସା ଆରମ୍ଭ ହେବାର ପାଖାପାଖି ୫ଘଣ୍ଟା ପର୍ଯ୍ୟନ୍ତ ସହଦେବ ବେହୋଶ ରହିଥିଲେ। ରାତି ୧୦ପରେ ସହଦେବଙ୍କର ହୋଶ ଆସିଥିଲା ଏବଂ ବର୍ତ୍ତମାନ ସେ ବିପଦମୁକ୍ତ ଅଟନ୍ତି।

‘ବସପନ କା ପ୍ୟାର’ ଗୀତ ଗାଇ ରାତାରାତି ଷ୍ଟାର ହୋଇଥିବା ସହଦେବ ଦିର୍ଦୋ ବର୍ତ୍ତମାନ ସମୟରେ ମୁସ୍କିଲ ଅବସ୍ଥା ଦେଇ ଗତି କରୁଛନ୍ତି। ମଙ୍ଗଳବାର ଦିନ ସହଦେବଙ୍କର ଦୁର୍ଘ-ଟଣା ହୋଇ ଯାଇଥିଲା, ଯେଉଁଥିପାଇଁ ତାଙ୍କ ମୁଣ୍ଡରେ ଗମ୍ଭୀର କ୍ଷତ ଲାଗିଛି। ଦୁର୍ଘ-ଟଣା ପରେ ସହଦେବଙ୍କୁ ସୁକମା ଜିଲ୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ଜଗଦଲପୁରର ମେଡିକାଲ କଲେଜକୁ ପଠାଇ ଦିଆଯାଇଥିଲା।ସହଦେବ ବର୍ତ୍ତମାନ ଡାକ୍ତରଙ୍କ ହେପାଜତରେ ଅଛନ୍ତି। କିନ୍ତୁ ଖୁସିର କଥା ଏହା ଅଟେ କି ତାଙ୍କ ଅବସ୍ଥାରେ ବର୍ତ୍ତମାନ ସୁଧାର ହେଉଛି।

ବିପଦମୁକ୍ତ ଅଟନ୍ତି ସହଦେବ

ଲେଟେଷ୍ଟ ସୂଚନା ମୁତାବକ, ସହଦେବଙ୍କ ଅବସ୍ଥାରେ ବର୍ତ୍ତମାନ ବହୁତ ସୁଧାର ଆସିଛି ଏବଂ ସେ ବିଦପରୁ ମୁକ୍ତ ଅଟନ୍ତି। ଜଣା ଯାଉଛି କି ଘଟଣା ସମୟରେ ଜଗଦଲପୁର ମେଡିକାଲ କଲେଜରେ ଚିକିତ୍ସା ଆରମ୍ଭ ହେବାର ପାଖାପାଖି ୫ଘଣ୍ଟା ପର୍ଯ୍ୟନ୍ତ ସହଦେବ ବେହୋଶ ରହିଥିଲେ।ରାତି ୧୦ପରେ ସହଦେବଙ୍କର ହୋଶ ଆସିଥିଲା ଏବଂ ବର୍ତ୍ତମାନ ସେ ବିପଦମୁକ୍ତ ଅଟନ୍ତି।

ମେଡିକାଲ କଲେଜର ଡାକ୍ତର ଟୀକୁ ସିନ୍ହା କହିଛନ୍ତି କି ସହଦେବ ହୋଶକୁ ଆସି ସାରିଲେଣି। ସେ ବର୍ତ୍ତମାନ କଥାବାର୍ତ୍ତା ମଧ୍ୟ କରୁଛନ୍ତି।ସହଦେବଙ୍କ ସିଟି ସ୍କାନ ଏବଂ ଅନ୍ୟ ପରୀକ୍ଷା ମଧ୍ୟ କରାଯାଇଛି। ସ୍ବାସ୍ଥ୍ୟରେ ସୁଧାର ଆସିବାରୁ ବର୍ତ୍ତମାନ ତାଙ୍କୁ ରାୟପୁର କିମ୍ବା ବିଶାଖାପାଟଣା ପଠେଇ ଦେବାର କୈାଣସି ଆବଶ୍ୟକତା ନାହିଁ।

ପର୍ଯ୍ୟବେକ୍ଷଣରେ ରହିବେ ସହଦେବ

ହେଲେ, ଡାକ୍ତରଙ୍କର କହିବା କଥା ହେଉଛି କି ୧୨ଘଣ୍ଟାର ପର୍ଯ୍ୟବେକ୍ଷଣ ପରେ ହିଁ କିଛି କୁହାଯାଇ ପାରିବ। କିନ୍ତୁ ସେ ପରିଶେଷରେ ବିପଦରୁ ମୁକ୍ତ ଅଟନ୍ତି ଏବଂ ନିଜ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ମଧ୍ୟ ହେଉଛନ୍ତି।

ଜଣା ଯାଉଛି କି ମୁଖ୍ୟମନ୍ତ୍ରୀଙ୍କ ସହିତ ବସ୍ତର ପ୍ରଭାରୀ ମନ୍ତ୍ରୀ କବାସୀ ଲଖମା ସହଦେବଙ୍କ ଚିକିତ୍ସାର ମାଗଣା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଲୋକ ବର୍ତ୍ତମାନ ସହଦେବ ବହୁତ ଶୀଘ୍ର ଠିକ ହେବାପାଇଁ ପ୍ରାର୍ଥନା କରୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button