କ୍ରାଇମ
ସେଲଫି ନେଲା ବେଳେ ମହୁମାଛି ଆକ୍ରମଣ, ପାଣି ଟାଙ୍କି ଭିତରକୁ ଡେଇଁ ପଡ଼ିଲେ ୩ ଯୁବକ

ଢେଙ୍କାନାଳ: ବାରମ୍ବାର ତାଗିଦ ସତେ ଶୁଣୁନାହାନ୍ତି ଯୁବପିଢି । ସେଲଫି ନିଶାରେ ଏମିତି ହେଉଛନ୍ତି ଯାହା ଏବେ ଚିନ୍ତାର କାରଣ ହୋଇଛି । ସେଲଫି ନିଶାରେ ୧୦୦ ଫୁଟ ଉଚ୍ଚର ପାଣିଟାଙ୍କି ଉପରେ ଚଢ଼ିଥିଲେ ୩ ଜଣ ଯୁବକ। ମହୁମାଛି ଆକ୍ରମଣ କରିବାରୁ ପାଣି ଟାଙ୍କି ଭିତରକୁ ଡେଇଁ ପଡ଼ିଥିଲେ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଖିଆ ନିକଟରେ ଘଟଣା ଘଟିଛି ।
ସୂଚନା ଅନୁସାରେ ୩ ଜଣ ଯୁବକ ସେଲଫି ଉଠାଇବାକୁ ପାଣିଟାଙ୍କି ଉପରେ ଚଢ଼ିଥିଲେ । ହେଲେ ରଟିକି ବେଳେ ମହୁମାଛି ଆକ୍ରମଣ କରିବାରୁ ନିଜକୁ ବଞ୍ଚାଇବାକୁ ଯାଇ ପାଣି ଟାଙ୍କି ଭିତରକୁ ଡେଇଁ ପଡ଼ିଥିଲେ ଯୁବକ। ଖବରପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀ ଉଦ୍ଧାର କରିବା ପାଇଁ ପହଞ୍ଚି ଥିଲା । ଉଦ୍ଧାର କାର୍ଯ୍ୟ ବେଳେ ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ ମହୁମାଛି ଆକ୍ରମଣରେ ଆହତ ହୋଇଥିଲେ । ସମସ୍ତଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପାଣିଟାଙ୍କିଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବାରୁ ତା’ଭିତରକୁ ଡେଇଁବା ଫଳରେ ଲହୁ ଲୁହାଣ ହୋଇଛନ୍ତି ୩ଯୁବକ।



