ଦେଶ ବିଦେଶ

ବେଡ଼ରୁମରେ ପ୍ରେମିକ ସାଙ୍ଗରେ ଚାଲିଥିଲା ପତ୍ନୀର ଚୋରା ପୀରତି, ପଛ କବାଟ ଦେଇ ଘରେ ପଶିଲେ ସ୍ୱାମୀ, ଆଉ ତା’ପରେ

ଚୋରାପିରତି ଏମିତି ଏକ ରୋଗ ଯାହା ଦୁନିଆର ଭଲ ଭଲ ବ୍ୟକ୍ତିବିଶେଷଙ୍କୁ ପାଗଳ କରିଥାଏ । ଏହା ଏକ ନିଶା ଭଳି କାମ କରିଥାଏ । ଏମିତି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ଟିଣ କରିଦେବ ।

ସୂଚନା ଅନୁସାରେ, ଦିଲ୍ଲୀରେ ରହି ରୋଜଗାର କରୁଥିବା ଜଣେ ବ୍ୟକ୍ତି ଯେତେବେଳେ ନିଜ ଗାଁକୁ ଫେରି ଘରେ ପହଞ୍ଚିଲେ ପତ୍ନୀ କବାଟ ଖୋଲିଲାନି । ସନ୍ଦେହ କରି ଘରର ପଛ କବାଟ ଦେଇ ଘର ଭିତରକୁ ପଶି ଦେଖିଲା ବେଳକୁ ପତ୍ନୀ ପ୍ରେମିକ ସହିତ ଥିଲା ଆପତ୍ତିଜନକ ସ୍ଥିତିରେ । ରାଗରେ ନିଆଁ ହେଇ ସ୍ଵାମୀ ଜଣକ ଉଭୟ ପତ୍ନୀ ଓ ପ୍ରେମିକକୁ ହତ୍ୟା କରିଦେଲେ । ବିହାରର ନାଳନ୍ଦା ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି ।

ନାଳନ୍ଦା ଜିଲ୍ଲାର ଥରଥରି ଥାନା ଅନ୍ତର୍ଗତ ରୂପନବିଗହା ଗାଁରେ ଡବଲ ମର୍ଡ଼ର ମାମଲା ସାରା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସୂଚନା ଅନୁସାରେ ମୃତକ ପ୍ରେମିକ ଯୁବକ ଜଣକ ହିଲସା ଥାନା ଅନ୍ତର୍ଗତ ଧର୍ମପୁର ଗାଁ ବାସିନ୍ଦା ନିଶାନ୍ତ କୁମାର (ଛୋଟୁ) ଏବଂ ମୃତ ପତ୍ନୀ ରେଖା ଦେବୀ । ଅଭିଯୁକ୍ତ ୩୨ ବର୍ଷୀୟ ସବୁଲ କୁମାର ଦିଲ୍ଲୀରେ ରହି ରୋଜଗାର କରୁଥିଲେ ବୋଲି ଗାଁ ଲୋକେ କହିଛନ୍ତି ।

ଅଚାନକ ଗାଁରେ ପହଞ୍ଚି ଘର କବାଟ ବାଡ଼େଇଲା ପରେ ବି ପତ୍ନୀ ନଖୋଲିବାରୁ ସବୁଲଙ୍କୁ ସନ୍ଦେହ ହୋଇଥିଲା ଏବଂ ତାଙ୍କ ସନ୍ଦେହ ବି ସତ ହେଲା । ଆପତ୍ତିଜନକ ଅବସ୍ଥାରେ ପତ୍ନୀକୁ ଅନ୍ୟ ପୁରୁଷ ସହିତ ଦେଖି ସେ ରାଗି ନିଆଁ ହୋଇଯାଇଥିଲେ ।

ବିବାଦର ପରିଣତି ଦୁଇ ଦୁଇଟି ହତ୍ୟାର ରୂପ ନେଲା । ତେବେ ହତ୍ୟା କଲା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ପହଞ୍ଚି ଉଭୟ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସଦର ଡାକ୍ତରଖାନାକୁ ପଠାଇଥିଲା ।

ନାଲନ୍ଦାର ବିଧି ବ୍ୟବସ୍ଥା ଡିଏସପି ସଞ୍ଜୟ କୁମାର କହିଛନ୍ତି ଯେ ସାବଲୁଙ୍କ ଘରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ପ୍ରେମ ସମ୍ପର୍କ ଯୋଗୁ ଏ ହତ୍ୟା କରାଯାଇଥିବା କୁହାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button