ଦେଶ ବିଦେଶ

ବସ ଡ୍ରାଇଭର ର ଝିଅ ପାପା ଙ୍କ ସ୍ଵପ୍ନ ପୁରା କରିବା ପାଇଁ ବନିଗଲେ IAS, କହିଲେ UPSC ପାସ କରିବାର ସିକ୍ରେଟ, ଦେଖନ୍ତୁ ଆପଣଙ୍କ କାମରେ ବି ଆସିପାରେ

ନମସ୍କାର ବନ୍ଧୁଗଣ କୁହାଯାଏ କି ଗରିବ ଜନ୍ମ ହେବା ରେ ଆପଣଙ୍କ ର କୌଣସି ଦୋଷ ନାହିଁ କିନ୍ତୁ ଗରିବ ରେ ମରିବା ଟା କେବଳ ଆଉ କେବଳ ଆପଣ ଙ୍କ ର ହିଁ ଦୋଷ । ଗରିବୀ ଏବଂ ସାଧନ ନାହିଁ ଏ ବାହାନା କରି ପରିଶ୍ରମ କରିବାରୁ ବଞ୍ଚିବା ଉଚିତ ନୁହେଁ ।

ଯଦି କୌଣସି ମଣିଷ ନିଜ ସ୍ୱପ୍ନ କୁ ପୂରଣ କରିବା ପାଇଁ ନିଜ ମନରେ ଦୃଢ଼ ମନୋଭାବ ରଖିଥାଏ ତେବେ ତାକୁ ନିଜ ସ୍ୱପ୍ନ କୁ ପୂରଣ କରିବାରେ କେହି ବି ଅଟକାଇ ପାରିବେ ନାହିଁ । ଯେପରି ହରିୟାଣା ରେ ରହୁଥିବା ଜଣେ ଡ୍ରାଇଭର ଙ୍କ ଝିଅ ପ୍ରୀତି ହୁଡ଼ା । ହରିୟାଣା ର ବହାଦୁର ଗଢ଼ ରେ ଜନ୍ମ ହୋଇଥିବା ପ୍ରୀତି ଙ୍କ ବାପା ଦିଲ୍ଲୀ ପରିବହନ ତଥା ଡିଟିସି ରେ ବସ ଡ୍ରାଇଭର ଅଛନ୍ତି ।

ତାଙ୍କ ବାପାଙ୍କ ଏକ ସ୍ୱପ୍ନ ଥିଲା କି ତାଙ୍କ ଝିଅ ବଡ଼ ହୋଇ ଆଇ ଏ ଏସ ଅଫିସର ହେଉ ବୋଲି ଏବଂ ନିଜ ବାପାଙ୍କ ସ୍ୱପ୍ନ କୁ ପୁରା କରିବା ପାଇଁ ପ୍ରୀତି ମଧ୍ୟ ନିଜ ପରିଶ୍ରମ ରେ ଲାଗି ପଡିଲେ ଏବଂ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ । ସେ ନିଜର ପାଠ ପଢା ବହାଦୁର ଗଢ଼ ରେ ଶେଷ କରିଥିଲେ ଏହା ପରେ ସେ ଦିଲ୍ଲୀ ଜେଏନ ୟୁ ରେ ଆଡ଼ମିଶନ ନେଇଥିଲେ ଏବଂ ସେଠାରେ ହିଁ ସେ ନିଜର ପିଏଚ ଡ଼ି ଡିଗ୍ରୀ ହାସଲ କରିଥିଲେ ।

ଏହା ପରେ ୨୦୧୭ ମସିହାରେ ସେ ନିଜର ୟୁପିଏସସି ପରୀକ୍ଷା ଦେଲେ ଏବଂ ତାହା ପୁଣି ହିନ୍ଦୀ ଭାଷାରେ ଏବଂ ଇଣ୍ଟରଭିଉ ମଧ୍ୟ ସେ ହିନ୍ଦୀ ଭାଷାରେ ହିଁ ଦେଇଥିଲେ । ୩୫ ମିନିଟ ର ଏହି ଇଣ୍ଟରଭିଉ ରେ ପ୍ରୀତି ଏକଦମ ଆତ୍ମବିଶ୍ୱାସର ସହିତ ଉତ୍ତର ଦେଉଥିଲେ । ତାଙ୍କ ଅନୁସାରେ ଆପଣ ଯେଉଁ ଭାଷା ରେ ସହଜ ଏବଂ ଆତ୍ମବିଶ୍ବାସ ଆସିଥାଏ ସେହି ଭାଷା ରେ ହିଁ ପରୀକ୍ଷା ଏବଂ ଇଣ୍ଟରଭିଉ ଦେବା ଉଚିତ ।

ଏହା ପରେ ବହୁତ ଶୀଘ୍ର ରେଜଲ୍ଟ ଆସିଲା ଏବଂ ପ୍ରୀତି ବହୁତ ଭଲ ନମ୍ବର ରଖି ୟୁପିଏସସି କ୍ଲିୟର କଲେ ଏବଂ ସେ ଏହି ଖବର ନିଜ ପିତା ଙ୍କୁ ଜଣାଇଲେ ସେତେବେଳେ ସେ ବସ ଚଲାଉ ଥିଲେ ଏବଂ ଏହି ଖବର ଶୁଣି ସେ ବହୁତ ଖୁସି ହେବା ସହ ନିଜ ଝିଅ କୁ ସାବାସୀ ମଧ୍ୟ ଦେଲେ । ଏହା ଆଗରୁ ପ୍ରୀତି ଯେତେ ଭଲ ନମ୍ବର କିମ୍ବା ଉନ୍ନତି କଲେ ମଧ୍ୟ ତାଙ୍କ ପିତା କେବେବି ପ୍ରଶଂସା କରନ୍ତି ନାହିଁ କିନ୍ତୁ ଏଥର ର ପ୍ରଶଂସା ଶୁଣି ପ୍ରୀତି ମଧ୍ୟ ଖୁସୁ ହେବା ସହ ଭାବବିଦ୍ୱଳ ହୋଇ ପଡିଲେ ।

ପ୍ରୀତି ନିଜ ପରିବାର ର ନାମ ଉଚ୍ଚ କରିଦେଲେ ଏବଂ ପୁରା ହରିୟାଣା ମଧ୍ୟ ପ୍ରୀତି କୁ ନେଇ ଗର୍ବିତ । ତେବେ ତାଙ୍କୁ ନିଜ ୟୁପିଏସସି ର ପ୍ରସ୍ତୁତି ବିଷୟରେ ପଚାରିବାରୁ ସେ କହିଥିଲେ କି ଆପଣ ନିଜ ଉପରେ ଅଧିକ ଚାପ ଦେବା ଉଚିତ ନୁହେଁ ।

କିଛି ପିଲା ସମସ୍ତ ଙ୍କ ଠାରୁ ଦୂରେଇ ଯାଆନ୍ତି ଏମିତି କି ନିଜ ପରିବାର ଠାରୁ ମଧ୍ୟ ଏବଂ ନିଜକୁ ଏକ ଘର ଭିତରେ ବନ୍ଦ କରି ଦିଅନ୍ତି କିନ୍ତୁ ମୁଁ ଏଭଳି କିଛି କରି ନଥିଲି ମୁଁ ନିଜ ସାଙ୍ଗ ମାନଙ୍କ ସହ ସିନେମା ଦେଖିବାକୁ ମଧ୍ୟ ଯାଉଥିଲି ଏବଂ ନିଜ ପରିବାର ସହ ସମୟ ବିତାଉ ଥିଲି । ତେଣୁ ନିଜକୁ ଏକ ବନ୍ଦୀ ଏବଂ ଚାପ ରେ ରଖିବା ଉଚିତ ନୁହେଁ । ଜୀଵନ କୁ ମଜାଦାର କରି ସବୁ କାର୍ଯ୍ୟ ର ପ୍ରସ୍ତୁତି କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button