ଜୀବନଶୈଳୀ

ଭୁଲ ରେ ମଧ୍ୟ ଘର ଭିତରେ ରଖନ୍ତୁ ନାହିଁ ଏହି ୪ ଜିନିଷ, ନହେଲେ ଧନହାନୀ ସହ ଘଟିବ ଘୋର ଅନର୍ଥ…

ଆମ ଭିତରୁ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ କଠିନ ପରିଶ୍ରମ କରୁଥିଲେ ମଧ୍ୟ ସେମାନେ ସଠିକ୍ ଫଳାଫଳ ପାଇନଥାନ୍ତି,ଏଥିରେ ଆମେମାନେ ବିବ୍ରତ ହେଉଥିଲେ ମଧ୍ୟ ଏହାର କାରଣ ଖୋଜି ପାଇନଥାଉ। ଏହା ଘଟିବାର ଅନେକ କାରଣ ଥାଇପାରେ, ଯେଉଁଥିରେ ବାସ୍ତୁ ତ୍ରୁଟି ମଧ୍ୟ ଏକ ବଡ଼ କାରଣ ହୋଇପାରିଥାଏ।

ଭସ୍ତୁ ତ୍ରୁଟିର ଘଟଣା ଯୋଗୁଁ, ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇବାରେ ଲାଗିଥାଏ, ଯାହା ଆମ ପାଇଁ ଦୁଃଖ ଓ ଅପ୍ରୀତିକର ଘଟଣା ସୃଷ୍ଟି କରିଥାଏ। ବାସ୍ତୁ ଶାସ୍ତ୍ରରେ ଏପରି କିଛି ଜିନିଷର ଉଲ୍ଲେଖ କରାଯାଇଛି ଯାହାକୁ କେବେବି ନିଜ ଘରେ ବ୍ୟବହାର କରିବା ଉଚିତ୍ ନୁହେଁ। ଏହି ଜିନିଷଗୁଡିକ ଘରେ ବ୍ୟବହୃତ ହେଲେ ଘରେ ଅଶାନ୍ତି ଦେଖାଯାଏ ଏବଂ ଘରେ ଦାରିଦ୍ର୍ୟ ମଧ୍ୟ ଦେଖାଯାଇଥାଏ।

୧. ମଇଳା ଏବଂ ଚିରା ପୋଷାକ:- ପୋଷାକ କେବଳ ଆମ ଶରୀରକୁ ଆଚ୍ଛାଦିତ କରିବାର କାର୍ଯ୍ୟ କରେ ନାହିଁ ବରଂ ଏହା ଆମର ବ୍ୟକ୍ତିତ୍ୱ, ବ୍ୟବସାୟ, ଚରିତ୍ର ଏବଂ ଆତ୍ମବିଶ୍ୱାସ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଆଜିର ଆଧୁନିକ ଯୁଗରେ, ଛିଣ୍ଡାଯାଇଥିବା ପୋଷାକ ପିନ୍ଧିବା ସାଧାରଣ କଥା ଅଟେ, କିନ୍ତୁ ଏହିପରି ପୋଷାକକୁ ଆମ ଭାରତୀୟ ସଂସ୍କୃତିରେ ଅଶୁଭ ବୋଲି ବିବେଚନା କରାଯାଇଥାଏ କାରଣ ଏହିପରି ପୋଷାକ ପିନ୍ଧିବା ଶୁକ୍ର ଗ୍ରହକୁ ପ୍ରଭାବିତ କରିଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଛିଣ୍ଡାଯାଇଥିବା ଏବଂ ମଇଳା ପୋଷାକ ପିନ୍ଧିବା ଦ୍ୱାରା ବ୍ୟକ୍ତିର ଶାରୀରିକ ଦକ୍ଷତା ଏବଂ ସକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ। ଏଥିସହିତ ଏହିପରି ପୋଷାକ ଆମ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାଏ।

୨. ଛିଣ୍ଡା ଜୋତା:- ବାସ୍ତୁ ଶାସ୍ତ୍ର ଅନୁଯାଇ ଛିଣ୍ଡା ଚପଲ କିମ୍ବା ଚିରା ଜୋତା ବ୍ୟବହାର କରିବା ଉଚିତ୍ ନୁହେଁ। ଆହୁରି ମଧ୍ୟ, ଚପଲ ଏବଂ ଜୋତାକୁ ସର୍ବଦା ପରିଷ୍କାର ଏବଂ ସଂଗଠିତ ରଖିବା ଉଚିତ୍। ଛିଣ୍ଡା ଜୋତା ପିନ୍ଧିବା ଘରକୁ ଦାରିଦ୍ରତା ଆଣିଥାଏ। ସେହିଭଳି, ଚିରି ଯାଇଥିବା ଜୋତା ଏବଂ ଚପଲ ଘରେ ନକାରାତ୍ମକ ଶକ୍ତି ବଢାଇଥାଏ, ଯାହା ଘରର ପରିବେଶକୁ ପ୍ରଦୂଷିତ କରିଥାଏ।

୩. ଭଙ୍ଗା ଏବଂ ଫଟା ବାସନ:- ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଭଙ୍ଗା ଏବଂ ଫାଟିଯାଇଥିବା ବାସନକୁ ଘରେ କେବେବି ସ୍ଥାନ ଦିଆଯିବା ଉଚିତ୍ ନୁହେଁ। ଅନେକ ଘରେ ଏହା ଦେଖାଯାଇଛି ଯେ ଷ୍ଟିଲ କିମ୍ବା କାଚ ବାସନରେ ଫାଟିଯିବା ପରେ ମଧ୍ୟ ସେଗୁଡିକର ବ୍ୟବହାର ଜାରି ରହିଥାଏ। ଯଦି ଘରେ ବାସନଟିଏ ଭାଙ୍ଗି ଯାଇଛି, ତେବେ ସେଗୁଡ଼ିକୁ ତୁରନ୍ତ ଫୋପାଡି ଦିଆଯିବା ଉଚିତ। ଏହିପରି ବାସନ କୁସନ ବ୍ୟବହାର କରିବା ଏବଂ ସେଥିରେ ଖାଦ୍ୟ ରଖିବା ଦ୍ୱାରା ଏହାର ନକାରାତ୍ମକ ପ୍ରଭାବ ସମଗ୍ର ଘରର ସଦସ୍ୟଙ୍କ ଉପରେ ପଡିଥାଏ।

୪. ବନ୍ଦ ପଡିଥିବା ଘଣ୍ଟା:- ବାସ୍ତୁବିତ୍ ମାନଙ୍କ କହିବା ଅନୁଯାୟୀ, ଘରେ ରଖାଯାଇଥିବା ଏକ ବନ୍ଦ ଘଣ୍ଟା ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିପାରେ ଏବଂ ଏହା ମଣିଷର କ୍ୟାରିୟରରେ ଅଗ୍ରଗତି ନ ହେବାର କାରଣ ମଧ୍ୟ ହୋଇପାରେ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ବନ୍ଦ ପଡିଥିବା ଘଣ୍ଟା ଦୁର୍ଭାଗ୍ୟର ସଙ୍କେତ ଅଟେ। ସେଥିପାଇଁ ଘରେ ବନ୍ଦ ପଡ଼ିଥିବା ଘଣ୍ଟାଗୁଡ଼ିକର ମରାମତି କରାଯିବା ଉଚିତ କିମ୍ବା ସେଗୁଡ଼ିକୁ ଘରୁ ହଟାଇବା ଉଚିତ୍ ଅଟେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button