ଜୀବନଶୈଳୀ

ଜାଣନ୍ତୁ ପିଆଜ ରସ ସାହାଯ୍ୟରେ କିପରି କେଶକୁ ମୋଟା କରିବେ..

ଯଦି ଆପଣଙ୍କର କେଶ ପତଳା ହୋଇଥାଏ, ତେବେ ପିଆଜ ସାହାଯ୍ୟରେ କିପରି କେଶକୁ ମୋଟା କରିବେ ଜାଣନ୍ତୁ ଏ ସମ୍ପର୍କରେ କେତୋଟି ଟିପ୍ସ…

ପିଆଜ ରସରେ ଥିବା ସଲ୍‌ଫର କେଶକୁ ମୋଟା ଓ ଲମ୍ବା କରିବାରେ ସାହାଯ୍ୟ କରିଥାଏ।
ପିଆଜ ରସକୁ ହାତ ସାହାଯ୍ୟରେ ମୁଣ୍ଡରେ ଗୋଲ ଗୋଲ କରି ମସାଜ୍‌ କରନ୍ତୁ। ଏହାକୁ ମସାଜ୍‌ କରିବାର ଘଣ୍ଟାଏ ପରେ ଅଳ୍ପ ସାମ୍ପୋ ସାହାଯ୍ୟରେ ମୁଣ୍ଡକୁ ସଫା କରିଦିଅନ୍ତୁ। ଏପରି ସପ୍ତାହରେ ୨-୩ଥର କରନ୍ତୁ।
ପିଆଜ ତେଲ କେଶକୁ ମଜଭୁତ କରିବା ସହ ଝଡ଼ିବା ସମସ୍ୟା ଦୂର ହୋଇଥାଏ। ଏହାକୁ ପ୍ରସ୍ତୁତ କରିବାକୁ ହେଲେ ନଡ଼ିଆ ତେଲରେ ଛୋଟଛୋଟ ପିଆଜ ଖଣ୍ଡ ପକାଇ ଟିକେ ଫୁଟାଇ ଦିଅନ୍ତୁ। ଏହା ଫୁଟିଗଲା ପରେ ତାକୁ ଛାଣି ରଖିଦିଅନ୍ତୁ। ଏହି ତେଲ ଥଣ୍ଡା ହେଲା ପରେ ତାକୁ ମୁଣ୍ଡରେ ଲଗାଇ ହାଲୁକା ମସାଜ୍‌ କରନ୍ତୁ।
ପିଆଜ ରସରେ ଲେମ୍ବୁ ରସ, ଆମ୍‌ଲା ପାଉଡର ପକାଇ ଭଲଭାବେ ମିଶାନ୍ତୁ। ଏବେ ଏହି ପେଷ୍ଟକୁ କେଶରେ ଲଗାନ୍ତୁ। ଏବେ ଏହାକୁ ଅଧଘଣ୍ଟା ଛାଡ଼ି ଦିଅନ୍ତୁ। ଅଧଘଣ୍ଟା ପରେ କେଶକୁ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ।
କେଶକୁ ସୁସ୍ଥ ଓ ମୋଟା ରଖିବାକୁ ହେଲେ ସପ୍ତାହରେ ଦୁଇଥର ପିଆଜ ଜୁସ୍‌ ପିଅନ୍ତୁ। ଆପଣ ପ୍ରଥମେ ଗୋଟିଏ ପିଆଜ ନେଇ ତାକୁ କାଟି ମିକ୍ସଚରରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହା ପରେ ତାକୁ ଛଣାରେ ଛାଣି ସେଥିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button