ଓଡିଶା

ରାଧା ମୋହନ ସ୍ୱାଇଁଙ୍କ ବିୟୋଗରେ ପିସିସି ପକ୍ଷରୁ ଶୋକ ପ୍ରକାଶ – Utkal Mail



ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତ୍ରିରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର ପୁରୁଣା କର୍ମଚାରୀ ରାଧା ମୋହନ ସ୍ୱାଇଁଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶୋକ ସଭାରେ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇ ସ୍ୱର୍ଗତ ରାଧା ମୋହନ ସ୍ୱାଇଁଙ୍କ ସ୍ମୃତିଚାରଣ କରିଥିଲେ।

ସ୍ୱର୍ଗତ ସ୍ୱାଇଁ ଜଣେ ଶୃଙ୍ଖଳିତ କର୍ମଚାରୀ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଜ୍ୟ କଂଗ୍ରେସ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଥିଲେ। ତାଙ୍କ ଦେହାନ୍ତରେ ସମସ୍ତେ ଗଭୀର ଦୁଃଖ ପ୍ରକାଶ କରିବା ସହ ମର୍ମାହତ ହୋଇଛନ୍ତି। ସ୍ୱର୍ଗତ ସ୍ୱାଇଁ କଂଗ୍ରେସ ପରିବାରର ଜଣେ ସଦସ୍ୟ ଭାବେ ଥିଲେ। ସେ ଜଣେ ସରଳ, ନିଷ୍ଠାବାନ, କର୍ମଠ ଓ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ଭାବରେ କଂଗ୍ରେସ ପାଇଁ କାର୍ଯ୍ୟ କରିଆସୁଥିଲେ। ଶ୍ରୀ ସ୍ୱାଇଁଙ୍କ ବିୟୋଗ କେବଳ କଂଗ୍ରେସ ଭବନରେ ନୁହେଁ ସାରା ରାଜ୍ୟ କଂଗ୍ରେସ ପ୍ରେମୀ ଶୁଭେଚ୍ଛୁଙ୍କ ମନରେ ଶୋକର ଛାୟା ଖେଳାଇ ଦେଇଛି। ତାଙ୍କ ବିୟୋଗ ରାଜ୍ୟ କଂଗ୍ରେସ ପାଇଁ ଏକ ଅପୂରଣୀୟ କ୍ଷତି। ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱର୍ଗତ ସ୍ୱାଇଁଙ୍କ ଅମର ଆତ୍ମାର ସଦ୍‌ଗତି କାମନ କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ବୈଠକ ପ୍ରାରମ୍ଭରେ ସ୍ୱର୍ଗତ ସ୍ୱାଇଁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଆଜିର ଶୋକସଭାରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସମେତ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂବର୍ତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନ୍‌ଗୋ, ଗଣେଶ୍ୱର ବେହେରା, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ରାଜ୍ୟ ଛାତ୍ର କଂଗ୍ରେସ ସଭାପିତ ୟାସିର ନୱାଜ, ପୂର୍ବତନମନ୍ତ୍ରୀ ଡମ୍ବୁରଧର ଉଲ୍ଲାକା, ରଶ୍ମି ମହାପାତ୍ର, ରଜନୀ ମହାନ୍ତି, ପ୍ରକାଶ ମିଶ୍ର, ପ୍ରଶାନ୍ତ ଶତପଥି ଓ କାର୍ଯ୍ୟାଳୟ କର୍ମଚାରୀ ରାଜ କିଶୋରନାୟକ ସ୍ମୃତି ଚାରଣ କରିଥିଲେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button