ଓଡିଶା

ବ୍ଲକ ପ୍ରଶାସନଙ୍କ ନିର୍ଦ୍ଦେଶରେ ସିଲ୍ ହେଲା ଢାବା

ଧର୍ମଶାଳା ବ୍ଲକ ନେଉଳପୁରଠାରେ ଧର୍ମଶାଳା ଭବନ ପରିସରରେ ଥିବା ବିବାଦୀୟ ବଲ୍ଲେ ବଲ୍ଲେ ଢ଼ାବାକୁ ସିଲ୍ କରିଦିଆଯାଇଛି। ବିଡିଓଙ୍କ ନିର୍ଦ୍ଦେଶ ପରେ ଢାବାରେ ପଡ଼ିଛି ତାଲା। ବ୍ଲକ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯିବା ପରେ ମଙ୍ଗଳବାର ଧର୍ମଶାଳା ବ୍ଲକ ପ୍ରଶାସନ ପକ୍ଷରୁ ଏକ ଚାରି ଜଣିଆ ଦଳ ପହଞ୍ଚି ସିଲ୍ କରିଛନ୍ତି । ସିଲ୍ ପାଇଁ ନୋଟିସ୍ ପରେ ସୋମବାର ରାତିରେ ଢାବାରୁ ସମସ୍ତ ଜିନିଷ ପତ୍ର କାଢି ନିଆଯାଇଥିଲା। ହୋଟେଲରେ ଅନେକ ଦାମୀ ଜିନିଷ ଥିଲା, ଯାହାକୁ ଦେଖିଲେ ଆଖି ଖୋସି ହୋଇଯିବ। ହେଲେ କିଏ ଓ କାହିଁକି ଢାବା ଖାଲି କଲା ତାକୁ ନେଇ ପ୍ରଶ୍ନ ଉଠିଛି।

ଢାବା ସିଲ୍ ବେଳେ ଧର୍ମଶାଳା ବ୍ଲକର ବିବାଦୀୟ କନିଷ୍ଠ ଯନ୍ତ୍ରୀ ରତ୍ନାକର ସାହୁ କହିଥିଲେ ଯେ, ସିଲ୍ ସମ୍ପର୍କରେ ବିଡିଓ ସମସ୍ତ ତଥ୍ୟ ଦେଇ ପାରିବେ। ବଡ଼ କଥା ହେଉଛି, ଢାବା ସିଲ୍ ପାଇଁ ଜାରି ହୋଇଥିବା ନୋଟିସ ଓ ଚିଠିରେ କାହାର ନାମ ଉଲ୍ଲେଖ ନଥିଲା, ଯାହାକୁ ନେଇ ବଡ଼ ବିବାଦ ଦେଖାଦେଇଛି। ସେପଟେ କାହା ଚାପରେ ଢାବାକୁ ସିଲ୍ କରାଗଲା, ସେ ନେଇ ମୁହଁ ଖୋଲିନାହାନ୍ତି ଧର୍ମଶାଳା ବିଡିଓ। ସେପଟେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଲ୍ଲେ ବଲ୍ଲେ ହୋଟେଲ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ରତ୍ନାକର ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ସୂଚନା ଦେଇଛନ୍ତି।

ସେପଟେ ବିନା କାଗଜପତ୍ରରେ ଧର୍ମଶାଳା ଭବନ ଭିତରେ ଏହି ଢାବା ଚାଲୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ଢାବା ସିଲ୍ କରିବାକୁ ଲଟକା ଲଗାଇଥିଲା ଜିଲ୍ଲା ପ୍ରଶାସନ। ହେଲେ ଏହି ଢାବା ଚଳାଉଥିଲା କିଏ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। କୁହାଯାଉଛି ଅଭିନେତ୍ରୀ ଏଲିନା ଦାସଙ୍କ ନିର୍ଦ୍ଦେଶରେ ଢାବା ଚାଲୁଥିଲା। ଏଲିନାଙ୍କ ସ୍ବାମୀ ଏହି ଢାବାକୁ ଚଳାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଧର୍ମଶାଳାର ପୂର୍ବତନ ବିଧାୟକଙ୍କ ଘନିଷ୍ଠ ସହଯୋଗୀ ଅକ୍ଷୟ ନାୟକ ଏହି ବଲ୍ଲେ ବଲ୍ଲେ ଢାବା ତିଆରି କରି ଚଳାଉଥିବା ବିଡିଓଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି। ଅକ୍ଷୟ ନାୟକ ପୂର୍ବତନ ବିଧାୟକ ପ୍ରଣବ ଓ ବିଜେଡି ନେତ୍ରୀ ଏଲିନାଙ୍କୁ ଏହି ବିବାଦରୁ ହଟାଇବା ପାଇଁ ଏପରି ଦାବି କରିଥିବା ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button