ଦେଶ ବିଦେଶ

ସୋମବାରଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ, ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ ପାଇଁ ଉଠିଲା ଦାବି – Utkal Mail


ନୂଆଦିଲ୍ଲୀ: ସପ୍ତଦଶ ଲୋକସଭାର ୧୩ତମ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନର ଗୋଟିଏ ଦିନ ପୂର୍ବରୁ ରବିବାର ଡକାଯାଇଥିବା ବୈଠକରେ ବିଜୁ ଜନତା ଦଳ (ବିଜେଡି) ଓ ଭାରତ ରାଷ୍ଟ୍ର ସମିତି (ବିଆରଏସ) ସମେତ ଅଧିକାଂଶ ଆଞ୍ଚଳିକ ଦଳ ମହିଳା ସଂରକ୍ଷଣ ବିଲ୍ ସଂସଦରେ ଆଗତ କରିବାକୁ ଜିଦ୍ ଧରିଥିଲେ।

ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ଯେ ଆଜି ସର୍ବଦଳୀୟ ବୈଠକ ବସିଛି। ଏଥିରେ ୩୪ଟି ଦଳର ୫୧ ଜଣ ନେତା ଅଂଶଗ୍ରହଣ କରିଥିଲେ। ସଂସଦର ପାଞ୍ଚ ଦିନିଆ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ପ୍ରଥମେ ସମସ୍ତେ କଶ୍ମୀରରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଛନ୍ତି ଯେ ୪ଟି ବିଲ୍ ଏଜେଣ୍ଡାରେ ସ୍ଥାନ ପାଇଛି। ଆଉ କେତେକ ବିଲ ବିଜନେସ ଆଡଭାଇଜରି କମିଟିରେ ରହିଛି । ଏଗୁଡ଼ିକୁ ମିଶାଇଲେ ସମୁଦାୟ ୮ଟି ବିଲ୍ ରହିଛି। ଅନେକ ଦଳ ନିଜର ମତ ରଖିଛନ୍ତି, କିନ୍ତୁ ସରକାର ନିଜ ଏଜେଣ୍ଡାରେ କାମ କରୁଛନ୍ତି।

ସେ କହିଛନ୍ତି ଯେ ଅଧିବେଶନ ପ୍ରଥମ ଦିନରେ ସଂସଦର ପୁରୁଣା କୋଠାରେ ଗଣତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଉପରେ ଆଲୋଚନା ହେବ । ୧୯ ତାରିଖରେ ସେଣ୍ଟ୍ରାଲ ହଲରେ ଉଭୟ ଗୃହର ମିଳିତ କାର୍ଯ୍ୟକ୍ରମ ରହିବ। ସେହିପରି ୨୦ ତାରିଖରୁ ନୂଆ କୋଠାରେ ନିୟମିତ ଅଧିବେଶନ ହେବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button