ଭୁବନେଶ୍ୱର : ଗରମ ଦିନରେ ସମସ୍ତେ ଲସି ପିଇବାକୁ ଖୁବ ଭଲପାଆନ୍ତି । ହେଲେ ଏହି ଲସି କେତେ ପରିମାଣରେ ଶରୀର ପାଇଁ ଭଲ କି ଖରାପ, ତାହା ହୁଏତ କେହି ଜାଣିନାହାନ୍ତି । ତେବେ ଏନେଇ କଟକରେ ବିଭିନ୍ନ ସର୍ବତ ଦୋକାନ ଗୁଡ଼ିକରେ ସିଏମସି ଫୁଡ୍ ସ୍କ୍ୱାଡ଼ ଟିମ ଯାଞ୍ଚ କରିଛି । ଏହି ଯାଞ୍ଚ ସମୟରେ ସର୍ବତ ଦୋକାନୀମାନେ ଗ୍ଲାସ୍ ଠିକ୍ ଭାବେ ଧୋଉଛନ୍ତି କି ନାହିଁ । ସର୍ବତରେ ଯେଉଁ ସବୁ ସାମଗ୍ରୀ ବ୍ୟବହାର ହେଉଛି, ତାହା ଖାଦ୍ୟ ଉପଯୋଗୀ କି ନାହିଁ ତାହା ଯାଞ୍ଚ କରିଛି ଫୁଡ୍ ସ୍କ୍ୱାଡ଼ ଟିମ୍ । ତେବେ ଯାଞ୍ଚ ପରେ ଫୁଡ୍ ସ୍କ୍ୱାର୍ଡ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି କିଛି ଦୋକାନୀ ବ୍ୟବହାର କରୁଥିବା ଗ୍ଲାସ୍ ଠିକ୍ ଭବେ ଧୋଉ ନାହାଁନ୍ତି ଏହା ସହିତ ସର୍ବତରେ କିଛି ଏସେନ୍ସ ମିଶାଯାଉଛି ଯାହା ସ୍ବାସ୍ଥ୍ୟ ଉପାଯୋଗୀ ନୁହେଁ । ତେବେ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟ ଏହି ଯାଞ୍ଚ ବେଳେ ବାରଣ କରାଗଲା ଆଗକୁ ବ୍ୟତିକ୍ରମ ଦେଖାଦେଲେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପରପକ୍ଷରେ ୮୦ବର୍ଷ ଧରି ସର୍ବତ ବ୍ୟବସାୟ କରୁଥିବା ବ୍ୟବସାୟୀ କହିଛନ୍ତି ଯେ, ଏହା CMCର ରୁଟିନ ଚେକ୍ ଯାହା ପ୍ରତିବର୍ଷ ହୋଇଥାଏ । ଏବଂ ହେବା ମଧ୍ୟ ଆବଶ୍ୟକ ଯାହାଦ୍ଵାରା ଯେଉଁ ଦୋକାନୀ ମାନେ ଅସ୍ବାସ୍ଥ୍ୟକର ଭାବରେ ଅପମିଶ୍ରିତ ସର୍ବତ ବ୍ୟବସାୟ କରୁଛନ୍ତି ସେମାନେ ସଚେତନ ହେବେ । ଅପମିଶ୍ରଣ ଠାରୁ ଦୂରେଇ ରହିବେ ଏହାସହ CMCର ଏହି ଚଢ଼ାଉ ସ୍ଵାଗତଜନକ ବୋଲି ବ୍ୟବସାୟୀ କହିଛନ୍ତି ।
Back to top button