ଧର୍ମ

କାଉର ଏହି ଚାରୋଟି କଥା ମନେ ରଖନ୍ତୁ । ବରଂ ଭୋକରେ ମରିଯିବେ କିନ୍ତୁ ଏହି ଚାରି ପ୍ରକାରର ଲୋକଙ୍କୁ କେବେ ମାଗନ୍ତୁ ନାହିଁ ସାହାଯ୍ୟ

ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ ଏହା କହିବୁ ଯେ କେଉଁ ଲୋକଙ୍କୁ କେବେବି ସାହାଯ୍ୟ ମାଗିବା ଉଚିତ ନୁହେଁ । କାରଣ ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସାହାଯ୍ୟ କରିବାତ ଦୂରର କଥା ଅଧିକ ସମସ୍ୟା ସୃଷ୍ଟି କରିଥାନ୍ତି । କାହାଣୀ ଅନୁଯାୟୀ ଏକ ଜଙ୍ଗଲରେ ଏକ ଯୋଡ଼ା କାଉ ରହୁଥିଲେ । କିନ୍ତୁ ଜଙ୍ଗଲ ନଷ୍ଟ ହୋଇଯିବାରୁ ସେଠାକାର ସବୁ ଜୀବଜନ୍ତୁ ନିପାତ ହୋଇ ଯାଇଥିଲେ। ଯେଉଁ କାରଣରୁ କାଉ ଏବଂ ତାର ସ୍ତ୍ରୀକୁ ଅଧିକାଂଶ ସମୟରେ ଭୋକରେ ରହିବାକୁ ପଡୁଥିଲା । ଏମିତି ଦୁହେଁ ଏକ ଶୁଖିଲା ଗଛ ଉପରେ ବସିଥିବା ସମୟରେ ଏକ ଶିକାରୀ କୁକୁର ମୁହଁରେ ମାଂସ ଖଣ୍ଡ ଧରି ସେହି ଗଛ ତଳକୁ ଆସି ବସିଲା ।

କାଉ ଦୁଇଟି ନେହୁରା ହୋଇ କୁକୁରଟିକୁ ଖାଇବାକୁ ମାଗିଲେ ଏବଂ ଶିକାରୀ କୁକୁରଟି ଅନେକ ସମୟ ଭାବିବା ପରେ ଖୁବ ଭଲରେ କଥା ହୋଇଥିଲା । ଯେମିତି କଥାରେ ଅଛି ତଳକୁ ମୁହଁ କରି ମିଠା ବାଣୀ କହୁଥିବା ବ୍ୟକ୍ତି ବେଇମାନ ହୋଇଥାଏ । ସେହିପରି କୁକୁରର କଥା ଶୁଣି କାଉର ସ୍ତ୍ରୀ ତଳକୁ ଆସିବା ସମୟରେ କାଉ ଅଟକାଇ ଦେଲା ଏବଂ କହିଲା ଯେ କୁକୁର ଶିକାରୀ ଏବଂ ସେ କେବେବି ଭୋଜନ ସାହାଯ୍ୟ କରିବ ନାହିଁ ଏବଂ ଆମକୁ ମଧ୍ୟ ଭୋଜନ ବନାଇବ । ତେଣୁ ଏହା କହି କାଉ ଏକ କାହାଣୀ ଶୁଣିବାକୁ ଲାଗେ ଯେ କେଉଁ ଚାରି ପ୍ରକାରର ଲୋକଙ୍କ ଉପରେ ଭରସା କରିବା ଉଚିତ ନୁହେଁ । ଗୋଟିଏ ଜଙ୍ଗଲରେ ଦୁଇଟି ମଇନା ବେଶ ଖୁସିରେ ରହୁଥିଲେ । ମାତ୍ର ସେମାନେ ଯେଉଁ ଗଛରେ ବସା ବାନ୍ଧିଥିଲେ ସେହି ଗଛ ତଳେ ଏକ କଳା ନାଗ ରହୁଥିଲା ।

ମଇନା ଯେତେବେଳେ ଅଣ୍ଡା ଦିଏ ସେତେବେଳେ ସାପ ତାହା ଖାଇ ଦେଉଥିଲା । ଯେଉଁ କାରଣରୁ ମଇନାର ବଂଶ ବୃଦ୍ଧି ହେଉ ନଥିଲା । ଥରେ ମଇନା ଗଛରେ ବସି କାନ୍ଦୁଥିଲା ଏବଂ ଏହି ସମୟରେ ଏକ ଶୁଆ ଆସି ମଇନାକୁ କାନ୍ଦୁଥିବାର କାରଣ ପଚାରେ । ଶୁଆ କହେ ଯଦି ଏହି ସମୟରେ ସାପର ବିର୍ତ୍ତାପକୁ ମୁକାବିଲା ନକରାଯାଏ ତେବେ ଆଗାମୀ ସମୟରେ ସେ ଆହୁରି ଜୀବଜନ୍ତୁଙ୍କୁ ମାରି ଖାଇବ । ଶୁଆ ଏକ ଉପାୟ ପାଞ୍ଚିଲା ଏବଂ ମଇନା ସହିତ ଯାଇ ସାପକୁ ମାରିବା ପାଇଁ କିଛି ମାଛ ଆଣିଲା । ଦୁହେଁ ଏକାଧିକ ବନ୍ଦୋବସ୍ତ ମାଛ ଆଣି ସାପର ଗାତ ସାମ୍ନାରେ ଥିବା ଏକ ନେଉଳର ଗାତ ପାଖରେ ଗୋଟିଏ ମାଛ ରଖିଦେଲା ଏବଂ ଆଉ କିଛି ଦୂରରେ ଆଉ ଏକ ମାଛ ଏମିତି ସାପର ଗାତ ପର୍ଯ୍ୟନ୍ତ ମାଛ ରଖିଦେଲେ । କାରଣ ସେମାନେ ଜାଣିଥିଲେ ଯେ ଏକ ସାପ ଉପରେ କେବଳ ନେଉଳ ହିଁ ଭାରି ପଡ଼ିଥାଏ ।

ନେଉଳ ଯେତେବେଳେ ଗାତରୁ ବାହାରି ମାଛ ଦେଖିଲା ସେତେବେଳେ ସେ ତାହାକୁ ଖାଇ ଦେଲା । ଏମିତି ଭାବି ସାପ ଗାତ ଭିତରେ କିଛି ଖାଦ୍ୟ ଥିବା ଅନୁମାନ କରି ନେଉଳ ଗାତ ଭିତରେ ପଶିଗଲା । ସାପକୁ ଦେଖି ନେଉଳ ଏବଂ ସାପ ମଧ୍ୟରେ ଲଢେ଼ଇ ଆରମ୍ଭ ହୋଇଗଲା । ନେଉଳ ସାପକୁ ଆକ୍ରମଣ କରି ତାକୁ ମାରିଦେଲା । ନେଉଳ ଗାତରୁ ବାହାରି ଆସିବା ପରେ ମଇନା ଏବଂ ଶୁଆ ତାକୁ ଧନ୍ୟବାଦ ଦେଲେ । ଯାହାର କାରଣ ନେଉଳ ପଚାରିବାରୁ ଦୁହେଁ ପୁରା ଘଟଣା କହିଲେ । ଏହି ଗପ କହି କାଉ କହେ ଯେ ଯିଏ ଦୁଷ୍ଟ ତା ସହିତ ଦୁଷ୍ଟତା ହିଁ କରିବା ଶ୍ରେୟସ୍କର ଅଟେ । ଏହିଭଳି ଚାରି ପ୍ରକାରର ଲୋକ ଅଛନ୍ତି ଯାହାଙ୍କ ଠାରୁ ସାହାଯ୍ୟ ମାଗିବା ଉଚିତ ନୁହେଁ ।

ପ୍ରଥମ ହେଉଛି ଶତ୍ରୁ । କାରଣ ଶତ୍ରୁକୁ ସାହାଯ୍ୟ ମାଗିଲେ ସେ ସାହାଯ୍ୟ କରିବା ବଦଳରେ କ୍ଷତି କରିବାକୁ ହିଁ ଚିନ୍ତା କରିବ । ଦ୍ଵିତୀୟ ଯେଉଁ ବ୍ୟକ୍ତି ନିଜ ପାଇଁ ଅନ୍ୟକୁ ସାହାଯ୍ୟ ମାଗୁଛି ତାହାକୁ କେବେ ସାହାଯ୍ୟ ମାଗିବା ଉଚିତ ନୁହେଁ । ତୃତୀୟରେ ଅନ୍ଧକାରରେ ଘେରି ରହିଥିବା ବ୍ୟକ୍ତିକୁ ସାହାଯ୍ୟ ମାଗିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ନିଶାରେ ବୁଡ଼ି ରହିଥିବ ସେହି ବ୍ୟକ୍ତିକୁ ମଧ୍ୟ କେବେ ସାହାଯ୍ୟ ମାଗିବା ଉଚିତ ନୁହେଁ ।

Related Articles

Leave a Reply

Your email address will not be published. Required fields are marked *

Back to top button