ନୀତି

ଆନ୍ତର୍ଜାତିକ ବିପର୍ଯ୍ୟୟ ହ୍ରାସ ଦିବସ – Utkal Mail


ଆଜି ବିଶ୍ବ ସମୁଦାୟ ‘ଆନ୍ତର୍ଜାତିକ ବିପର୍ଯ୍ୟୟ ହ୍ରାସ ଦିବସ’ ପାଳନ କରୁଛନ୍ତି। ଏହା ବିପର୍ଯ୍ୟୟଜନିତ କ୍ଷତି ତଥା ଧନଜୀବନ, ଜୀବିକା ଓ ସ୍ବାସ୍ଥ୍ୟହାନିର ଭରଣା ଦିଗରେ ପ୍ରଗତିକୁ ସ୍ବୀକାର କରିବା ଲାଗି ଏକ ଅବସର। ଏଥି ସହିତ ନାନା ବିପର୍ଯ୍ୟୟ ଯେ ମନୁଷ୍ୟକୃତ ତାହା ମନେ ପକାଇବାକୁ ଏହି ଦିବସ ଆହ୍ବାନ କରିଥାଏ। ବିଶ୍ବସ୍ତରରେ ବିପଦ ସଚେତନତା ଓ ବିପର୍ଯ୍ୟୟ ହ୍ରାସର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଜାତିସଂଘ ସାଧାରଣ ପରିଷଦର ଆହ୍ବାନ କ୍ରମେ ୧୯୮୯ ମସିହାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଆନ୍ତର୍ଜାତିକ ଦିବସ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଅକ୍‌ଟୋବର ୧୩ ତାରିଖରେ ପାଳନ କରାଯାଉଥିବା ଏହି ଦିବସରେ ସାରା ବିଶ୍ବର ଜନ ସମୁଦାୟ କିପରି ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ଏବଂ ତାହାର ମୁକାବିଲା କିପରି କରାଯିବ ସେ ନେଇ ସଚେତନତା ବୃଦ୍ଧି କରାଯାଉଛି। ଉଲ୍ଲେଖଯୋଗ୍ୟ, ଆକସ୍ମିକ ବିପର୍ଯ୍ୟୟ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରିଥାଏ।

ବିପର୍ଯ୍ୟୟ, ଯାହା ମଧ୍ୟରୁ ଅନେକ ଜଳବାୟୁ ପରିବର୍ତ୍ତନ ଦ୍ବାରା ଉଗ୍ର ରୂପ ଧାରଣ କରୁଛି, ତାହା ସ୍ଥାୟୀ ବିକାଶରେ ନିବେଶ ଓ ଆଶାନୁରୂପ ଫଳାଫଳ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ବିଗତ ବର୍ଷମାନଙ୍କରେ ମୃତ୍ୟୁସଂଖ୍ୟା ବୃଦ୍ଧି ବିଶ୍ବ ସ୍ତରରେ ବିଭିନ୍ନ ବିପର୍ଯ୍ୟୟ ପରିଚାଳନା ସଂଗଠନ ପାଇଁ ଚିନ୍ତାର କାରଣ ପାଲଟିଛି। ଜନସଂଖ୍ୟା ସାଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାରତା କ୍ରମାଗତ ବୃଦ୍ଧି ପାଉଥିବାରୁ ମୃତ୍ୟୁ, ଧ୍ବଂସ ଓ କ୍ଷତିର ଆଶଙ୍କାକୁ ହ୍ରାସ କରିବାର ଅଧିକ ଆବଶ୍ୟକତା ରହିଛି। ତେବେ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ, ପ୍ରସ୍ତୁତି ଓ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ଦ୍ବାରା କ୍ଷତିକୁ ଯଥେଷ୍ଟ ମାତ୍ରାରେ ହ୍ରାସ କରାଯାଇପାରିବ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି: ଏକ ସୁଦୃଢ଼ ଭବିଷ୍ୟତ ପାଇଁ ଅସମାନତା ବିରୋଧରେ ଲଢ଼େଇ। ମିଳିମିଶି ସେ ଚକ୍ରକୁ ଭାଙ୍ଗିବା।




Related Articles

Leave a Reply

Your email address will not be published. Required fields are marked *

Back to top button