ଭଗବାନଙ୍କ ଦର୍ଶନ ପରେ କରନ୍ତୁ ନାହିଁ ଏହି ଭୁଲ ! ନଚେତ ଆପଣଙ୍କ ପୂଜାର ଫଳ ବ୍ୟର୍ଥ ଯାଇଥାଏ
ବନ୍ଧୁଗଣ ଭଗବାନଙ୍କୁ ଦର୍ଶନ କରିବା ନିମନ୍ତେ ପ୍ରତ୍ଯେକ ଲୋକ ମନ୍ଦିରକୁ ଯାଇଥାନ୍ତି । ତେବେ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିସାରିବା ପରେ ମନ୍ଦିରର ବେଢା ଚାରିପଟେ ପରିକ୍ରମା କରିବା ବହୁତ ଭଲ କଥା ଅଟେ । ମନ୍ଦିରକୁ ଯାଇଥିବା ଭକ୍ତ ଭଗବାନଙ୍କ ଦର୍ଶନ ସାରି ମନ୍ଦିରର ବେଢା ଚାରିପଟେ ପରିକ୍ରମା କରିବା ଦ୍ଵାରା ଭକ୍ତଟି ଭଗବାନଙ୍କୁ ନିଜର ଭକ୍ତି ଭାବ ସମର୍ପଣ କରିଥାଏ । ତେବେ ଏହି କଥା ଶାସ୍ତ୍ରରେ ବର୍ଣ୍ଣିତ ହୋଇ ରହିଛି ।
ହେଲେ ବନ୍ଧୁଗଣ ମନ୍ଦିରକୁ ଯାଉଥିଲେ । ମନ୍ଦିରର ବେଢା ପରିକ୍ରମା କରିବାର ମଧ୍ୟ କିଛି ନୀତିନିୟମ ରହିଅଛି । ଯାହାକୁ ମାନି କାମ କରିବା ଦ୍ଵାରା ପୂଜାର ପୂର୍ଣ୍ଣ ଫଳ ଶ୍ରଦ୍ଧାଳୁଙ୍କୁ ପ୍ରାପ୍ତ ହୋଇପାରିଥାଏ । ନଚେତ ଯେଉଁ ବ୍ୟକ୍ତି ଏହି ସବୁ ନିୟମର ପାଳନ କରିନଥାଏ । ତେବେ ତାହାର ପୂଜା ପୂର୍ଣ୍ଣ ହୋଇପାରିନଥାଏ ।
1- ଯେତେବେଳେ ବ୍ୟକ୍ତି ଭଗବାନଙ୍କ ଦର୍ଶନ ସଋ ମନ୍ଦିର ଚାରି ପଟେ ପରିକ୍ରମା କରୁଥିବ । ସେତେବେଳେ ସେହି ବ୍ୟକ୍ତିର ମନ ଶାନ୍ତ ତଥା ପବିତ୍ର ରହିଥିବା ରହିଥିବା ଆବଶ୍ୟକ ହୋଇଥାଏ । ଯେଉଁ ସମୟରେ ବ୍ୟକ୍ତି ମନ୍ଦିରର ବେଢା ପରିକ୍ରମା କରୁଥିବ । ସେହି ସମୟରେ ବ୍ୟକ୍ତି ମନ ମଧ୍ୟରୁ ସବୁ ମୋହମାୟାକୁ ବାହାର କରି ଦେବା ଉଚିତ । ଏଥିସହ ଭଗବାନଙ୍କୁ ଶୁଦ୍ଧ ମନରେ ଆରାଧନା କରିବା ଉଚିତ ।
2- ଯେତେବେଳେ ବି କୌଣସି ବ୍ୟକ୍ତି ମନ୍ଦିରର ବେଢା ପରିକ୍ରମା କରୁଥିବ । ସେହି ସମୟରେ ବ୍ୟକ୍ତି ନିଜର ପରିବାର, ବନ୍ଧୁପରିଜନ ତଥା ସାଙ୍ଗସାଥି ମାନଙ୍କ ବିଷୟରେ ମନ୍ଦିର ବେଢାରେ ଆଲୋଚନା କରିବା ଅନୁଚିତ ଅଟେ ।
3- ମନ୍ଦିର ବେଢା ପରିକ୍ରମା କରୁଥିଲେ । ସେହି ସମୟରେ ମୁହଁରେ ଭଗବାନଙ୍କ କୌଣସି ମନ୍ତ୍ର ବା ନାମର ଉଚ୍ଚାରଣ କରିବା ଉଚିତ । ଯାହା ଦ୍ଵାରା ମନରେ ମନରେ ଆଧ୍ୟାତ୍ମିକ ଭାବ ଜାଗ୍ରତ ହୋଇବ ।
4- ବେଢା ପରିକ୍ରମା ବେଳେ ଅତି ଧୀର ବା ଜୋରରେ ଦୌଡିବା ଅନୁଚିତ । ତେଣୁ ସାମାନ୍ୟ ଗତିରେ ପ୍ରଭୁଙ୍କୁ ସ୍ମରଣ କରି ବେଢା ପରିକ୍ରମା କରନ୍ତୁ । ପରିକ୍ରମା କରିବା ସମୟରେ ଅଧାରୁ ଫେରିକି ପଛକୁ ଆସନ୍ତୁ ନାହିଁ । ପରିକ୍ରମା ସମୟରେ ମଝି ମଝିରେ ଅଟକି ରୁହନ୍ତୁ ନାହିଁ ।
5- ପ୍ରଭୁ ଗଣେଶଙ୍କ 3 ଥର, ପ୍ରଭୁ ଶିବଙ୍କର ଅର୍ଦ୍ଧ ପରିକ୍ରମା, ଭଗବାନ ନାରାୟଣ ଓ ତାଙ୍କ ସହ ଥିବା ଅନ୍ୟ ଭଗବାନଙ୍କ 4 ଥର, ପ୍ରଭୁ ହନୁମାନଙ୍କ 3 ଥର, ଶନିଦେବ ଓ ଓସ୍ତଗଛର 7 ଥର ପରିକ୍ରମା କରିବା ଉଚିତ । ଯାହା ଦ୍ଵାରା ଆପଣଙ୍କ ମନ୍ଦିର ବେଢା ପରିକ୍ରମା ସଫଳ ହୋଇଥାଏ ।