ଜୀବନଶୈଳୀ

ମହାମୂର୍ଖ ହୋଇଥାନ୍ତି ଏହି ୪ଟି କାମ କରୁଥିବା ଲୋକ, ଏମାନଙ୍କ ସହିତ ମିତ୍ରତା ରଖିବା ବୋକାମୀ ହୋଇଥାଏ

ପୂର୍ବ ସମୟରେ ବିଦୁର ଓ ଚାଣକ୍ୟଙ୍କ ପରି ଅନେକ ବିଦ୍ଵାନ ଲୋକ ଥିଲେ। ଏହି ଲୋକମାନେ ନିଜର ଜୀବନର ଅନୁଭବକୁ ନେଇ କିଛି କାମର ନୀତି ପ୍ରସ୍ତୁତ କରିଥିଲେ। ଏହି ନୀତି ବର୍ତ୍ତମାନ ସମୟରେ ଠିକ ଭାବରେ ଫିଟ ହେଉ ନାହିଁ। ଆପଣଙ୍କ ଜୀବନରେ କେଉଁ କାମ କରିବା ଉଚିତ ଓ କେଉଁ କାମରୁ ବଞ୍ଚିବା ଉଚିତ ଏହି ବିଷୟରେ ବିଦୁରଙ୍କର ଧୃତରାଷ୍ଟ୍ର ନୀତିରେ ଦେଖିବାକୁ ମିଳିଥାଏ।

ଏମିତି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ବିଦୁର ସେହି ନୀତି ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ସେ କହିଛନ୍ତି ଯେ, କେଉଁ ପ୍ରକାରର କାମ କରୁଥିବା ଲୋକ ମୂର୍ଖ ଅଟନ୍ତି। ଯଦି ଆପଣ ମଧ୍ୟ ଏହି କାମ କରନ୍ତି, ତେବେ ଆପଣଙ୍କଠାରୁ ବଡ଼ ମୂର୍ଖ କେହି ନାହାନ୍ତି। ତେଣୁ, ବିଦୁରଙ୍କ କଥା ମାନି ଏହି କାର୍ଯ୍ୟଗୁଡ଼ିକୁ ଭୁଲରେ ମଧ୍ୟ କରନ୍ତୁ ନାହିଁ।

୧। ଅମିତ୍ରଙ୍ଗ କୁରୁତେ ମିତ୍ରଙ୍ଗ ମିତ୍ରଙ୍ଗ ଦ୍ଵେଷ୍ଟି ହିନସ୍ତି ଚ। କର୍ମ ଚାରଭତେ ଦୁଷ୍ଟଙ୍ଗ ତମାହୁର୍ମୁଢଚେତସମ॥ବିଦୁର ନୀତିରେ ଉଲ୍ଲେଖ କରାଯାଇଥିବା ଏହି ଶ୍ଲୋକର ଅର୍ଥ ହେଉଛି କି- ଶ-ତ୍ରୁଙ୍କ ସହିତ ବନ୍ଧୁତା ରଖୁଥିବା, ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କୁ ଆ-ଘା-ତ କରୁଥିବା, ସେମାନଙ୍କ ପ୍ରତି ଈର୍ଷା କରୁଥିବା- ଦ୍ଵେଷ କରୁଥିବା ଏବଂ ସର୍ବଦା ଖରାପ କାର୍ଯ୍ୟ କରୁଥିବା ବ୍ୟକ୍ତି ମୂର୍ଖ ଅଟେ। ସେଥିପାଇଁ ଜଣେ ବ୍ୟକ୍ତିକୁ ଏହିସବୁ କାମ କରିବା ଠାରୁ ଦୂରେଇ ରହିବା ଉଚିତ୍।

୨। ସଂସାରୟତି କୃତ୍ୟାତି ସର୍ବତ୍ର ବିଚିକିତ୍ସତେ। ଚିରଂ କରୋତି କ୍ଷିପ୍ରାର୍ଥୀ ସ ମୁଢୋ ଭରତର୍ଷଥ॥

ବିଦୁର ନୀତିରେ ଉଲ୍ଲେଖ କରାଯାଇଥିବା ଏହି ଶ୍ଲୋକର ଅର୍ଥ ହେଉଛି କି- ଜଣେ ବ୍ୟକ୍ତି ଯିଏ ଅନାବଶ୍ୟକ କାର୍ଯ୍ୟ କରୁଥିବା, ଅନ୍ୟମାନଙ୍କୁ ସନ୍ଦେହ ନଜରରେ ଦେଖୁଥିବା, ଆବଶ୍ୟକ ଏବଂ ତ୍ୱରିତ କାର୍ଯ୍ୟଗୁଡ଼ିକୁ ବିଳମ୍ବ କରୁଥିବା ବ୍ୟକ୍ତି ମୂର୍ଖ ଅଟେ। ଯଦି ଆପଣ ମଧ୍ୟ ଏପରି କିଛି କାମ କରୁଛନ୍ତି, ତେବେ ଆପଣ ଏହି ଅଭ୍ୟାସକୁ ଖୁବ୍ ଶୀଘ୍ର ପରିବର୍ତ୍ତନ କରନ୍ତୁ।

୩। ଅନାହୁତହ ପ୍ରବିଶତୀ ଅପୃସ୍ଟୋ ବହୁ ଭାସେତେ। ଅବିଶ୍ଵସ୍ତେ ବିଶ୍ଵସିତି ମୁଢୋଚେତା ନରଧମଃ॥

ବିଦୁର ନୀତିରେ ଉଲ୍ଲେଖ କରାଯାଇଥିବା ଏହି ଶ୍ଲୋକର ଅର୍ଥ ହେଉଛି କି- ଯେଉଁ ବ୍ୟକ୍ତି ବିନା କୌଣସି ଆଦେଶରେ କୋଠରୀ ଭିତରେ ପ୍ରବେଶ କରନ୍ତି, ପରାମର୍ଶ ନମାଗି ନିଜର ମତାମତ ଅନ୍ୟମାନଙ୍କ ଉପରେ ଲଦି ଦିଅନ୍ତି, ଅବିଶ୍ୱସନୀୟ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରିନିଅନ୍ତି ସେ ଜଣେ ସର୍ବଶ୍ରେଷ୍ଠ ମୂର୍ଖ ଅଟନ୍ତି। ତେବେ ଆପଣମାନେ ଏପରି କାମ ନା କରିବା ଭଲ ହେବ।

୪। ପରଂ କ୍ଷିପତି ଦୋଶୋଣ ବର୍ତ୍ତମାନଃ ସ୍ଵୟଂ ତଥା। ଯକ୍ଷ କୃଧ୍ଯତ୍ୟନିଶାନହ ସ ଚ ମୂଢତମୋ ନରହ॥

ବିଦୁର ନୀତିରେ ଉଲ୍ଲେଖ କରାଯାଇଥିବା ଏହି ଶ୍ଲୋକର ଅର୍ଥ ହେଉଛି କି- ଯେଉଁ ବ୍ୟକ୍ତି ନିଜ ଭୁଲକୁ ଅନ୍ୟମାନଙ୍କ ଦୋଷ ବୋଲି କହି ନିଜକୁ ବୁଦ୍ଧିମାନ ବୋଲି କହୁଥିବା ଓ ଅକ୍ଷମ ହେବା ପରେ କ୍ରୋଧିତ ହେଉଥିବା ବ୍ୟକ୍ତି ଜଣେ ବଡ ମୂର୍ଖ ଅଟେ। ସେଥିପାଇଁ ଆପଣ ଏପରି କାମ କରିବାଠାରୁ ବଞ୍ଚିତ ହୁଅନ୍ତୁ।

ବନ୍ଧୁଗଣ ଆଶା କରିଥିବୀ ଆପଣଙ୍କୁ ବିଦୁର ନୀତି ପସନ୍ଦ ଆସିଥିବ। ଏହା ଲୋକଙ୍କ ସହିତ ଅଧିକ ମାତ୍ରାରେ ସେଆର କରନ୍ତୁ। ଏହିପରି, ସେମାନେ ମଧ୍ୟ ଏହା ବିଷୟରେ ଜାଣିପାରିବେ ଏବଂ ଜୀବନରେ ଏହାକୁ ଆପଣେଇ ମୂର୍ଖ ହେବାରୁ ଦୂରେଇ ରହନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button