ଓଡିଶା

ବ୍ରହ୍ମପୁର ଆରପିଏଫ୍ କନଷ୍ଟେବଳ ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ

ବ୍ରହ୍ମପୁର: ବ୍ରହ୍ମପୁର ରେଳବାଇ ସୁରକ୍ଷା ବଳ (ଆରପିଏଫ୍) କନଷ୍ଟେବଳଙ୍କ ସାହାସିକ କାର୍ଯ୍ୟ ଏବେ ଚର୍ଚ୍ଚାକୁ ଆସିଛି। ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରିବା ବେଳେ ଖସି ପଡ଼ି ପ୍ଲାଟଫାର୍ମରୁ ଟ୍ରେନ୍ ଚକ ତଳକୁ ଚାଲି ଯାଉଥିବା ଜଣେ ଯାତ୍ରୀଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର କରି ପାରିଛନ୍ତି ଆରପିଏଫ୍ କନଷ୍ଟେବଳ ସୂର୍ଯ୍ୟକାନ୍ତ ସାହୁ। ଏ ସମ୍ପର୍କିତ ଏକ ରୋମଟାଙ୍କୁରା ଭିଡିଓ ଜାରି କରିଛି ଆରପିଏଫ୍।

ଆସାମ ରାଜ୍ୟ କାଲିବୋରନାଗନ୍ ବାସିନ୍ଦା ଜୟଶଙ୍କର ମୁଣ୍ଡା। ରବିବାର ମଧ୍ୟାହ୍ନ ୧୨ଟା ୩୨ରେ ବ୍ରହ୍ମପୁର ଷ୍ଟେସନ୍ ପ୍ଲାଟଫର୍ମ-୧ରେ ପହଞ୍ଚି ଥିଲା ହାଓ୍ବଡା ମେଲ୍। ଚେନ୍ନାଇ ଯିବାକୁ ଅପେକ୍ଷା କରିଥିବା ଜୟଶଙ୍କର ଭୁଲବଶତଃ ସେଥିରେ ଚଢ଼ି ଯାଇଥିଲେ। ତେବେ ୧୨.୩୮ରେ ଷ୍ଟେସନ୍ ଛାଡ଼ିବା ବେଳକୁ ସେ ନିଜ ଭୁଲ ବୁଝିପାରି ତରବରରେ ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ମାତ୍ର ତାଙ୍କ ଗୋଡ଼ ଖସି ଯାଇଥିଲା ଓ ଆଖି ପିଛୁଳାକେ ସେ ଟ୍ରେନରୁ ପ୍ଲାଟଫାର୍ମରେ ପଡ଼ି ଚଳନ୍ତା ଟ୍ରେନ୍ ଚକ ଆଡ଼କୁ ଟାଣି ହୋଇ ଯାଉଥିଲେ। ଏହା ଦେଖି ପକାଇଥିଲେ ସୂର୍ଯ୍ୟକାନ୍ତ। ଟିକିଏ ମଧ୍ୟ ବିଳମ୍ବ ନ କରି ସେ ଛୁଟି ଦୈଡି ଆସି ସେ ଜୟଶଙ୍କରଙ୍କୁ ଟ୍ରେନ୍ ନିକଟ ଚଟାଣରୁ ଟାଣି କିଛି ଦୂରକୁ ନେଇଥିଲେ। ଫଳରେ ତାଙ୍କ ଜୀବନ ରକ୍ଷା କରିବା ସମ୍ଭବପର ହୋଇଥିଲା। ଆଉ ମାତ୍ର କିଛି ସେକଣ୍ଡ ବିଳମ୍ବ ଘଟିଥିଲେ ହୁଏତ ଜୟଶଙ୍କରଙ୍କ କଣ ହୋଇଥାନ୍ତା, କଳ୍ପନା କରିବା ବେଳକୁ ଦେହ ଶୀତେଇ ଯାଏ।

ଆରପିଏଫ୍ କନଷ୍ଟେବଳଙ୍କ ଏହି ଜୀବନ ଉଦ୍ଧାରକାରୀ ଓ ତ୍ୱରିତ କାର୍ଯ୍ୟର ଭିଡିଓ‌ ସୋସିଆଲ ମିଡିଆରେ ଭାଇରାଲ୍ ହୋଇ ବେଶ୍ ପ୍ରଶଂସିତ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button