ଓଡିଶା

‘ଦାନା’ ଉଜାଡି ଦେଲା ୬୦୦ କୋଟି, ଭାଙ୍ଗିଦେଲା ୧୬ ହଜାରରୁ ଅଧିକ ଘର

ଭୁବନେଶ୍ୱର ୦୪।୧୧ : ଆସିଲା ବାତ୍ୟା ‘ଦାନା’ର କ୍ଷୟକ୍ଷତି ରିପୋର୍ଟ । ଏଥର ବାତ୍ୟାରେ ୬ ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ସୋମବାର ସଂଧ୍ୟା ସୁଦ୍ଧା ଚୂଡାନ୍ତ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ଯୋଗୁଁ ୧୪ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ସବୁ ଜିଲ୍ଲାରେ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।

ଏହି ସବୁ ଜିଲ୍ଲାରେ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ୧୬୬ ବ୍ଲକରେ କ୍ଷତି ହୋଇଥିବା ବେଳେ ୧୩୧ ବ୍ଲକ ବେଶୀ ପ୍ରଭାବିତ ହୋଇଛନ୍ତି। ୧୧ ହଜାର ୬୩୭ ଗାଁ ପ୍ରଭାବିତ ହୋଇଛନ୍ତି। ୪୧ ଲକ୍ଷ ୪୩୫୭ ଲୋକ ସାମଗ୍ରିକ ଭାବେ ପ୍ରଭାବିତ ହୋଇଛନ୍ତି।

ବାତ୍ୟାରେ ୧୬ ହଜାର ୪୧୬ ଘର ଭାଙ୍ଗିଛି। ସେଥି ମଧ୍ୟରୁ ୨୭ଟି କଚ୍ଚା ଘର ଭାଙ୍ଗିଥିବା ବେଳେ ୧୪ ହଜାର ୬୮୦ ଘର ଆଂଶିକ ଭାବେ ଭାଙ୍ଗିଛି। ୪ ହଜାର କୁକୁଡ଼ା, ଛୋଟ ବଡ଼ ଜୀବ ୭୧ଟି ମରିଛନ୍ତି। ଶକ୍ତି ବିଭାର ବେଶୀ କ୍ଷତି ହୋଇଛି।

ବାତ୍ୟାରେ ୬୧ ଜଣ ଲୋକ ଗୁରୁତର ହୋଇଛନ୍ତି। ସନ୍ଧ୍ୟା ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହେବ। ଆସନ୍ତାକାଲି କେନ୍ଦ୍ରକୁ କ୍ଷୟକ୍ଷତି ରିପୋର୍ଟ ଦିଆଯିବ। ଏନେଇ ରାଜସ୍ଵ ମନ୍ତ୍ରୀ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button