ଓଡିଶା
ନିର୍ମାଣ ହେବ ୧୨୮୦ ଚେକ୍ ଡ୍ୟାମ୍: ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ ହେବ । ଏ ନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ପ୍ରଦାନ କରିଛନ୍ତି ।
ଗୃହରେ ଉତ୍ତର ରଖି ସଂସଦୀୟ ବ୍ୟାପର ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ।
୨୦୨୪-୨୫ ସୁଦ୍ଧା ୫୮୫ ଚେକ୍ ଡ୍ୟାମ୍ ନିର୍ମାଣ କାମ ଶେଷ ହେବ । ଜଳ ପୁନର୍ରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।