ଦେଶ ବିଦେଶ

ଭାରତ ଏକ ଉଦୀୟମାନ ଅର୍ଥନୈତିକ ଶକ୍ତି, ବିଶ୍ବ ରାଜନୀତିରେ ବଡ଼ ଭୂମିକା ରହିଛି : ଟ୍ରୁଡୋ – Utkal Mail


ଓଟାଓ୍ବା : କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ ଆମେ ଭାରତ ସରକାରଙ୍କ ସହ ଗଠନମୂଳକ ଏବଂ ଗମ୍ଭୀରତାର ସହ ଆଲୋଚନା କରିବାକୁ ଚାହୁଁଛୁ । ଭାରତ ଏକ ଉଦୀୟମାନ ଅର୍ଥନୈତିକ ଶକ୍ତି ଏବଂ ଭୂ-ରାଜନୈତିକ ପ୍ରସଙ୍ଗରେ ଏହାର ଭୂମିକା ରହିଛି । କାନାଡା ମାଟିରେ ଜଣେ କାନାଡା ନାଗରିକଙ୍କୁ ହତ୍ୟା କରାଯାଇଛି ଏବଂ ଅଭିଯୁକ୍ତ ଜଣେ ଭାରତ ସରକାରଙ୍କ ଏଜେଣ୍ଟ ବୋଲି ଦୃଢ଼ ଅଭିଯୋଗ ହୋଇଛି। ଯାହାକୁ ପ୍ରତ୍ୟେକ ଗଣତାନ୍ତ୍ରିକ ଦେଶ ଗମ୍ଭୀରତାର ସହ ନେବା ଦରକାର।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିବାକୁ ଯାଉଛନ୍ତି ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ପ୍ରଥମ ପ୍ରଶ୍ନ ପଚରାଯାଇଥିଲା। ଆମେରିକା ପ୍ରଶାସନ ଆପଣଙ୍କୁ ଆଶ୍ୱାସନା ଦେଇଛି କି ନିଜାର ହତ୍ୟାକାଣ୍ଡରେ ଭାରତର ଭୂମିକାକୁ ନେଇ ଆପଣ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ସଚିବ ବ୍ଲିଙ୍କେନ୍ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ନିକଟରେ ଉଠାଇବେ?

ଏହାର ଜବାବରେ ଟ୍ରୁଡୋ କହିଛନ୍ତି, ହଁ, ଆମେରିକୀୟମାନେ ଭାରତ ସରକାରଙ୍କ ସହ କଥାବାର୍ତ୍ତା କରିବାକୁ ଆମ ସହିତ ଅଛନ୍ତି। ଏହି ତଦନ୍ତରେ ସେମାନେ ସହଯୋଗ କରିବା ଜରୁରୀ। କାନାଡା ମାଟିରେ ଜଣେ କାନାଡା ନାଗରିକଙ୍କୁ ହତ୍ୟା କରାଯାଇଥିବା ବେଳେ ଜଣେ ଭାରତ ସରକାରଙ୍କ ଏଜେଣ୍ଟ ଏହି ହତ୍ୟାକାଣ୍ଡ ଘଟାଇଥିବା ଦୃଢ଼ ଅଭିଯୋଗ ହୋଇଛି। ଯାହାକୁ ପ୍ରତ୍ୟେକ ଗଣତାନ୍ତ୍ରିକ ଦେଶ ଗମ୍ଭୀରତାର ସହ ନେବା ଦରକାର।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button