ମନୋରଞ୍ଜନ

‘କାମ ନଥିଲେ ରୋଷେଇ ଘରେ ସିଦ୍ଧାନ୍ତ ମୋର ଆସିଷ୍ଟାଣ୍ଟ ହେଇ ରୁହନ୍ତି, ସବୁ କାମରେ ମତେ ସେ…’ Sidhanta ଙ୍କୁ ନେଇ କଣ କହିଲେ ମାମା ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ଖବର ଅନୁଯାୟୀ ଦୀର୍ଘ ୧୮ ବର୍ଷ ପରେ ଆପଣ ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ମାମା ମିଶ୍ର ପୁଣି ଥରେ କ୍ୟାମେରା ସାମ୍ନାକୁ ଆସିଛନ୍ତି । କ୍ୟାମେରା ସାମ୍ନାକୁ ଆସିବା ପରେ ତାଙ୍କ ମୁହଁ ରୁ ତାଙ୍କ ସ୍ଵାମୀ ସିଦ୍ଧାନ୍ତ ପାହାପାତ୍ରଙ୍କ ସମ୍ପର୍କରେ ଏଭଳି କିଛି ମନ୍ତବ୍ୟ ରଖିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏତେ ବଡ କଳାକାର ହୋଇ ଏଭଳି କାର୍ଯ୍ୟ ପ୍ରତି ରୁଚି ରଖୁଥିବାର ଆପଣ ବିଶ୍ଵାସ କରିପାରିବେ ନାହିଁ । ତେବେ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ମାମା ମିଶ୍ର କହିଥିବା ସମସ୍ତ କଥା ଉପରେ ।

ମାମା ମିଶ୍ର କହିଛନ୍ତି ସିଦ୍ଧାନ୍ତଙ୍କର ଜୀବେ ଶୁଟିଙ୍ଗ ନଥାଏ ସେତେବେଳେ ସେ ସବୁବେଳେ କିଚେନରେ ମାମା ମିଶ୍ରଙ୍କ ଆସିଷ୍ଟାଣ୍ଟ ହେଇକି ଥାନ୍ତି । ସିଦ୍ଧାନ୍ତ ଘରେ ରହିବା ପାଇଁ ସବୁବେଳେ ଭଲ ପାଆନ୍ତି । ଏବଂ ଘରେ ସବୁ କାମରେ ସବୁବେଳେ ମାମା ମିଶ୍ରଙ୍କୁ ସାହାର୍ଯ୍ୟ କରୁଥିବାର କଥା କହିଛନ୍ତି ତାଙ୍କ ସ୍ତ୍ରୀ ମାମା ମିଶ୍ର ।

ପିଲା ମାନଙ୍କୁ ଯଦି କେହି ପଚାରନ୍ତି ତୋ ମାମା କଣ କରୁଛନ୍ତି ଯାହାର ମାମା ଚାକିରି କରୁଥାନ୍ତି ସେମାନେ କହିଥାନ୍ତି । ଆଉ ଯାହା ମାଆ ଘରେ ରହିଥାନ୍ତି ତାଙ୍କ ପିଲା ମାନେ ଉତ୍ତର ଦେଇଥାନ୍ତି ସେ କିଛି କରୁନାହାନ୍ତି । ଏହା ସମ୍ପର୍କରେ ମାମା ମିଶ୍ର ନିଜ ମତ ରଖି କହିଲେ କି ଏହା ପ୍ୟାରେଣ୍ଟସ ମାନଙ୍କ ଦାୟିତ୍ଵ ପିଲା ମାନଙ୍କୁ ବୁଝାଇବା ।

ପିଲାଙ୍କ ବାପା ତାଙ୍କୁ ବୁଝାଇବ ଦରକାର କି ଦେଖ ଯଦି ତୋ ମାମା ଘରେ କାମ ନ କରିବେ ତେବେ ତମେ ମାନେ ସ୍କୁଲ ଆଉ ମୁଁ ଅଫିସ କୁଆଡେ ବି ଯାଇପାରିବା ନାହିଁ ତେଣୁ ସେ ବି ଏକ ଗୁରୁତ୍ଵ କାମ କରୁଛନ୍ତି । ଯଦି ମାମା ବାହାରେ ଯାଇ କାମ କରିବେ ତେବେ ସବୁ କିଛିରେ ଅସୁବିଧା ଦେଖା ଦେବା ଏଭଳି କିଛି କଥା କହି ପିଲାଙ୍କୁ ବୁଝାଇବା ଆବଶ୍ୟକ ।

ମାମା ମିଶ୍ରଙ୍କ କହିବା ଅନୁଯାୟୀ କେବେ ମଧ୍ୟ ଏହି କଥାରେ ଭେଦ ଭାବ କରିବା ଉଚିତ ନୁହେଁ କି ଯିଏ ଘରେ ଅଛନ୍ତି ସେମାନେ କିଛି କରୁନାହାନ୍ତି ଆଉ ଯିଏ ବାହାରେ ଅଛନ୍ତି ସେମାନେ ଖାଲି ବାହାର କାମ ହିଁ କରୁଛନ୍ତି । ଏତେ ବର୍ଷ ପରେ ମାମା ମିଶ୍ର ନିଜ ଘର ନିଜ ଘରୋଇ କାମ ପ୍ରତି ଭଲ ପାଇବା ଦେଖାଇଛନ୍ତି କ୍ୟାମେରା ସାମ୍ନାରେ । ଏହା ସମ୍ପର୍କରେ ଆପଣ ମାନଙ୍କର ମତାମତ କଣ ରହିବ ତାହା କମେଣ୍ଟ ମାଧ୍ୟମରେ ଜଣାଇବା ପାଇଁ ବିଲକୁଲ ମଧ୍ୟ ଭୁଲିବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button