କ୍ରାଇମ

ଚାଲାଣ କାଟିବା ହେଲା କାଳ, ଏଏସଆଇଙ୍କ ଉପରେ ଚାଳକ ଚଢ଼ାଇ ଦେଲେ କାର – Utkal Mail


ନୂଆଦିଲ୍ଲୀ: ରାଜସ୍ଥାନର ଯୋଦ୍ଧପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।  ଏଠାରେ ଏଏସଆଇ ଜଣେ ଗାଡ଼ି ଚାଳକଙ୍କୁ ଅଟକାଇବା କାଳ ହୋଇଛି। ଏଥିରେ ଚାଳକ ଜଣକ ଏତେ ରାଗି ଯାଇଥିଲେ କି ସେ ଏଏସଆଇଙ୍କୁ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ।  ତେବେ ଏହି ଦୁର୍ଘଟଣାରେ ଏଏସଆଇଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକଙ୍କର ବି ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ମୃତକ ଅଭିଯୁକ୍ତ ଗାଡ଼ି ଚାଳକଙ୍କ ନାମ ହରିଶଙ୍କର ବୈଷ୍ଣବ ବୋଲି ଜଣାପଡ଼ିଛି।

ସୂଚନା‌ଯୋଗ୍ୟ, ଗତ ମଙ୍ଗଳବାର ଯୋଦ୍ଧପୁରର କରୱଡ଼ ଥାନାର ଯୋଦ୍ଧପୁର-ନାଗୌର ଜାତୀୟ ରାଜପଥରେ ଏସୟୁଭି ଚାଳକ ଗାଡ଼ି ଚଲାଉଥିବା ସମୟରେ ଫୋନରେ ଜଣକ ସହିତ ଝଗଡ଼ା କରୁଥିଲେ। ଏମିତି କି ସେ ଗାଡ଼ି ଚଲାଇବା ସମୟରେ ମଦ ବି ପିଇଥିଲେ। ଗାଡ଼ି ତନଖି କରୁଥିବା ବେଳେ ରାସ୍ତାରେ ତାଙ୍କୁ ଏଏସଆଇ ଅଟକାଇ ଏଭଳି କରିବାକୁ ବାରଣ କରିଥିଲେ। ଯାହାକୁ ନେଇ ଏଏସଆଇ ଓ ଉକ୍ତ ଏସୟୁଭି ଚାଳକଙ୍କ ମଧ୍ୟରେ କଥା କଟାକଟି ହୋଇଯାଇଥିଲା।

ଯେତେବେଳେ ଏଏସଆଇ ଉକ୍ତ ଏସୟୁଭି ଚାଳକଙ୍କ ଚାଲାଣ କାଟିବାକୁ ବାହାରିଥିଲେ, ସେ ସେଠାରୁ ଚମ୍ପଟ ମାରିଥିଲେ। ଆଉ ୟୁଟର୍ଣ୍ଣ ନେଇ ପୁଣି ଥରେ ସେହି ରାସ୍ତାରେ ଆସିଥିଲେ। କେହି କିଛି ବୁଝିବା ପୂର୍ବରୁ ଏଏସଆଇଙ୍କ ଉପରେ ସେ ଗାଡ଼ି ଚଢ଼ାଇ ଦେଇଥିଲେ। ଦେଖୁଦେଖୁ ଘଟଣାସ୍ଥଳରେ ଏଏସଆଇଙ୍କ ସମତେ ଉକ୍ତ ଗାଡ଼ି ଚାଳକଙ୍କର ବି ମୃତ୍ୟୁ ହୋଇଯାଇଥିଲା ବୋଲି ପୁଲିସ ପକ୍ଷରୁ ପ୍ରକାଶ ପାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button