ଦେଶ ବିଦେଶ

ସ୍କୁଲରେ ‘ନକାବ୍’ ନିଷିଦ୍ଧ କଲା ଏହି ମୁସଲିମ୍ ଦେଶ – Utkal Mail


କାଇରୋ: କର୍ଣ୍ଣାଟକରେ ସ୍କୁଲ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବା ଉପରେ କଟକଣା ଲଗାଯିବାକୁ ନେଇ ଦୁଇ ବର୍ଷ ତଳେ ବଡ଼ ବିବାଦ ଦେଖାଦେଇଥିଲା । ଅନେକ ମୁସଲିମ ଓ ଅନ୍ୟାନ୍ୟ ସଂଗଠନ ଏହାକୁ ବିରୋଧ କରିଥିଲେ । କିନ୍ତୁ ଏବେ ଖୋଦ୍ ଏକ ମୁସଲିମ ଦେଶରେ ଏପରି ଏକ ଡ୍ରେସ କୋଡକୁ ନେଇ ବିବାଦ ଦେଖାଦେଇଛି ।

ସେହି ମୁସଲିମ ଦେଶଟି ହେଉଛି ଇଜିପ୍ଟ । ଇଜିପ୍ଟ ସରକାର ସ୍କୁଲରେ ଛାତ୍ରୀମାନେ ମୁହଁ ଘୋଡ଼ାଇବାକୁ ବ୍ୟବହାର କରୁଥିବା ନକାବ୍ କୁ ନିଷିଦ୍ଧ କରିଛନ୍ତି । ତେବେ ଛାତ୍ରୀମାନେ ମୁଣ୍ଡ ଘୋଡ଼ାଇବାକୁ ହିଜାବ ବ୍ୟବହାର କରିପାରିବେ ।  ସେପ୍ଟେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ଆଗାମୀ ଶିକ୍ଷାବର୍ଷ ପାଇଁ ଏହି କଟକଣା ଲାଗୁ ହେବ ।

ଇଜିପ୍ଟର ଶିକ୍ଷାମନ୍ତ୍ରୀ ରେଡା ହେଗାଜି ଆନୁଷ୍ଠାନିକ ଭାବେ ଏହି ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି  ଏବଂ ନୂତନ ନିର୍ଦ୍ଦେଶାବଳୀ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ମନ୍ତ୍ରୀ ହେଗାଜିଙ୍କ କହିବା ଅନୁସାରେ, ନୂଆ ଡ୍ରେସ୍ କୋଡ୍ ରେ ଛାତ୍ରଛାତ୍ରୀମାନେ କେଶ ଆବୃତ କରିପାରିବେ, କିନ୍ତୁ ମୁହଁକୁ ଘୋଡ଼ାଇପାରିବେ ନାହିଁ । ପୋଷାକର ରଙ୍ଗ ବିଷୟରେ ସେ କହିଛନ୍ତି ଯେ ସ୍କୁଲ ବୋର୍ଡ, ଟ୍ରଷ୍ଟି, ଅଭିଭାବକ, ବିଦ୍ୟାଳୟ ପରିଚାଳନା ଓ ଶିକ୍ଷା ସମିତି ମିଳିତ ଭାବେ ନିଷ୍ପତ୍ତି ନେଇପାରିବେ। ଏହି ଘଟଣାକୁ ନେଇ ସାରା ଦେଶରେ ବିବାଦ ଦେଖାଦେଇଛି ।

 

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button