ବିଚାର

ରାତି 12 ଟା ରେ କାହିଁକି ବାଜିଥିଲା ଶଙ୍ଖ, ମଧ୍ୟରାତ୍ରିରେ କାହିଁକି ଭାରତ ହୋଇଥିଲା ସ୍ଵାଧୀନତା : କଣ ରହିଛି ଏହା ପଛରେ ରହସ୍ୟ ?

ବନ୍ଧୁଗଣ ବଡ ଅଶୁଭ ଥିଲା ମଧ୍ୟରାତ୍ରି ଯେଉଁ ରାତିରେ ଭାରତ ପାଇଥିଲା ସ୍ଵାଧୀନତା । ସବୁଜାଣି ମଧ୍ୟ ଜିଦ ଧରିଥିଲେ ଲର୍ଡ ମାଉଣ୍ଟବେଟନ । ଅମଙ୍ଗଳ ଦୋଷ କାଟିବାକୁ ବାଟ ବାହାର କରିଦେଲେ ଭାରତୀୟ ଜ୍ଯୋତିଷ । କଣ ଥିଲା ସେହି କାହାଣୀ ଓ କାହିଁକି ମଧ୍ୟରାତ୍ରିରେ ଭାରତକୁ ମିଳିଥିଲା ସ୍ଵାଧୀନତା ? କଣ ଏହା ପଛରେ ରହିଥିଲା ପ୍ରଡ୍ୟୁସର ମାନଙ୍କର କିଛି ହାତ ? ଆସନ୍ତୁ ଜାଣିବା ଏହା ବିଷୟରେ ସଂପୂର୍ଣ୍ଣ ବିସ୍ତାର ଭାବେ ।

ସୂଚନା ଅନୁଯାୟୀ 1945 ସମୟରେ ସ୍ଥିରକୃତ ହୋଇସାରିଥିଲା ଭାରତକୁ ମିଳିବ ଏହାର ସ୍ଵାଧୀନତା । ଯେଉଁଥି ପାଇଁ ଇଂରେଜ ଶାସକ ଏମାନେ ଭାରତ ଛାଡିବା ପୂର୍ବରୁ ନିଜ ହିସାବରେ ସବୁ କିଛି କରିଥିଲେ । ଜୁନ 3ରେ ଭାରତକୁ ସ୍ଵାଧୀନତା ଦିଆଯିବ ବୋଲି ଘୋଷଣା ହେବା ପରେ ଏହାକୁ ଆନୁଷ୍ଠାନିକ ଭାବେ 15 ଅଗଷ୍ଟକୁ ରଖାଗଲା । ତେବେ ଅଗଷ୍ଟ 15 ଥିଲା ଶେଷ ଭାଇସରୟ ଲର୍ଡ ମାଉଣ୍ଟବେଟେନ ଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ ।

କାରଣ ଦ୍ଵିତୀୟ ବିଶ୍ଵଯୁଦ୍ଧ ଚାଲିଥିବା ସମୟରେ ଲର୍ଡ ମାଉଣ୍ଟବେଟେନ ଥିଲେ ସେହି ବ୍ୟକ୍ତି ଯାହାଙ୍କ ଆଗରେ ଜାପାନୀସ ଆର୍ମୀ ସମର୍ପଣ କରିଥିଲେ । ହେଲେ କାହିଁକି ଲର୍ଡ ମାଉଣ୍ଟବେଟେନେ ଚାହିଁଲେ ଭାରତକୁ ତାର କ୍ଷମତା ହସ୍ତାନ୍ତର କରାଯିବ ? ସେହି ଦିନ ଯେଉଁ ଦିନ ଜାପାନୀସ ଆର୍ମୀ ତାଙ୍କ ଆଗରେ ସରେଣ୍ଡର କରିଥିଲେ । ଏହା ପଛରେ ଥିଲା ଏଭଳି ଏକ ରହସ୍ୟ ଯାହା କେହି କେବେ କଳ୍ପନା କରିନ ଥିଲେ ।

ଭାରତରେ ଥିବା ଜ୍ଯୋତିଷ ମାନେ ଏହା ଠିକ ଜାଣିପାରିଥିଲେ । ଏଭଳି ଏକ ଦିନ ଥିଲା ଯେଉଁ ଦିନ ଇଂଲଣ୍ଡର ବିଜୟ ହୋଇଥିଲା । ହେଲେ ଭାରତ ପାଇଁ ଏହାକୁ ନିଜ ପାଖରେ ଆଣିବା ପାଇଁ ଏହାକୁ ଏଭଳି କୁ-ଚକ୍ରାନ୍ତ କରାଯାଇଥିଲା ଯଦି ସବୁ ଜିନିଷ ଠିକଠାକ ହୋଇଥାନ୍ତା ବୋଧ ହୁଏ ଭାରତର ସ୍ଵାଧିନଟା ସମୟରେ ଯେତିକି ବିପର୍ଯ୍ୟୟ ଘଟିଲା ତାଠାରୁ ଅଧିକ ହୋଇପାରିଥାନ୍ତା ।

ବ୍ରିଟେନ ଶାସନରେ ରାତି ୧୨ଟା ପରେ ନୂଆ ଦିନ ଘୋଷଣା କରାଯାଏ । ହେଲେ ଭାରତରେ ସୂର୍ଯ୍ୟ ଉଦୟ ପରର ସମୟକୁ ନୂଆ ଦିନ ରୂପେ ଧୋଶନା କରାଯାଏ । ମଧ୍ୟରାତ୍ରି ପରେ ଯଦି ଭାରତକୁ ସ୍ଵାଧୀନତା ମିଳିଥାନ୍ତା ତେବେ ଭାରତୀୟଙ୍କ ପାଇଁ ଅଶୁଭ ହୋଇଥାଏ । ଏହା ସହ ଏମିତି କିଛି ଗ୍ରହଙ୍କ ଚଳନ ହୋଇଥିଲା ଯାହା ଭାରତ ପାଇଁ ମହାକାଳ ସାବ୍ୟସ୍ତ ହୋଇଥାନ୍ତା ।

ଭାରତୀୟ ଜ୍ଯୋତିଷ ମାନେ ଏହି ସମୟକୁ ଗଣନା କରିଥିଲେ । ଆଉ ଗଣନା ପରେ ଏହି ସମୟରେ ଥିବା ଦୁଃସ୍ଵପ୍ନକୁ ଆଣିଥିଲେ ପଣ୍ଡିତ ଜବାହାରଲାଲ ନେହେରୁ ଓ କହିଥିଲେ ଏହି ଦିନକୁ ଘୁଞ୍ଚାଇବା ପାଇଁ । ଅନ୍ୟ ପଟେ ଲର୍ଡ ମାଉଣ୍ଟ ଏଥିରେ ଏକମତ ହୋଇନ ଥିଲେ । ଅନ୍ୟପଟେ ପାକିସ୍ତାନ ଏ ବିଷୟରେ ସୁରାଗ ପାଇଥିଲା । ଯେଉଁଥି ପାଇଁ ପାକିସ୍ତାନ ୧୪ ଅଗଷ୍ଟରେ ସ୍ଵାଧୀନତା ନେବା ପାଇଁ ରାଜି ହୋଇଥିଲା । ଭାରତୀୟ ଜ୍ୟୋତିଷଙ୍କ ସହ ନେହେରୁ ଏଭଳି ଏକ ରାସ୍ତା ବାହାର କରିଲେ ଯେଉଁଥି ପାଇଁ ଭାରତକୁ ଏତେଟା ବିପଦ ରହିବନୀ । ମଧ୍ୟରାତ୍ରିର ସେହି ଅଭିଜିତ ମୂହୁର୍ତ୍ତରେ ହିଁ ସବୁ କିଛି ସରିଗଲା ଓ ଭାରତ ହେଲା ସ୍ଵାଧୀନତା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button