ଜୀବନଶୈଳୀ

ଖଟ ତଳେ ରଖିଦିଅନ୍ତୁ ଏହି ୫ ଟି ଜିନିଷ, ଭାଗ୍ୟ ବଦଳିଯିବ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଖଟ ତଳେ ରଖିଦିଅନ୍ତୁ ଏହି ୫ ଟି ଜିନିଷ ଭାଗ୍ୟ ବଦଳିଯିବ ବନ୍ଧୁଗଣ ଖଟ ତଳେ ରଖିଦିଅନ୍ତୁ ଏହି ୫ ଟି ଜିନିଷ ଭାଗ୍ୟ ବଦଳିଯିବ ଏବଂ ଧନର ବୃଦ୍ଧି ହେବ। ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରକୁ ବହୁତ ମହତ୍ୱ ଦିଆଯାଇଛି। ଏହି ବାସ୍ତୁ ଆମ ଘରର ସକରାତ୍ମକ ଏବଂ ନକରାତ୍ମକ ଉର୍ଜାକୁ ନିୟନ୍ତ୍ରିତ କରିଥାଏ। ଘରର ଅନ୍ୟ ରୁମ ଭଳି ବେଡ଼ ରୁମ ମଧ୍ୟ ବାସ୍ତୁର ନିୟମ ଅନୁଯାୟୀ ହେବା ଦରକାର। କାରଣ ବେଡ଼ରୁମରେ ଆମେ ଅଧିକ ସମୟ ବିତାଇଥାଉ। ଘରର ପ୍ରତ୍ୟକ ବେଡ଼ରୁମରେ ବେଡ଼ ବା ବିଛଣା ନିଶ୍ଚିତ ଭାବେ ରହିଥାଏ।

ଯେଉଁଠି ଆମେ ରାତିରେ ଶୋଇଥାଉ। ଏହି ବେଡ଼ ବା ବିଛଣାରୁ ବାହାରୁ ଥିବା ଉର୍ଜା ଆପଣଙ୍କର ଜୀବନ ଉପରେ ପ୍ରଭାବ ପକାଇଥାଏ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ଯେ ବେଡ଼ ବା ବିଛଣା ତଳେ କେଉଁ ସବୁ ଜିନିଷ ଗୁଡିକ ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଯାହା ଫଳରେ ଭାଗ୍ୟରେ ପରିବର୍ତ୍ତନ ଆସିବା ସହିତ ଧନ ମଧ୍ୟ ବୃଦ୍ଧି ହୋଇଥାଏ।

ସୋରିଷ ଏବଂ ଲୁଣ। ଗୋଟେ କାଗଜରେ ସୋରିଷ ଏବଂ କିଛି ଲୁଣ ପକାଇ ତାହାର ପୁଡ଼ିଆ ତିଆରି କରିନିଅନ୍ତୁ। ଏବେ ଏହି କାଗଜର ପୁଡ଼ିଆକୁ ନେଇ ନିଜ ବିଛଣା ଏବଂ ବେଡ଼ ତଳେ ରଖିଦିଅନ୍ତୁ। ଏପରି କଲେ ଆପଣଙ୍କର ବୈବାହିକ ଜୀବନରେ କେବେବି କାହାରି ନଜର ଲାଗିବ ନାହିଁ। ତା ସହିତ ଯେଉଁମାନେ ଅବିବାହିତ ଅଛନ୍ତି ଯଦି ଏହାକୁ ବେଡ଼ ତଳେ ରଖିବେ ତେବେ ବହୁତ ଶୀଘ୍ର ମନ ପସନ୍ଦର ଜୀବନସାଥୀ ମିଳିଯିବ।

ଷ୍ଟିଲର ଛୁରୀ। ଯେଉଁ ଲୋକଙ୍କୁ ରାତିରେ ଖରାପ ସ୍ୱପ୍ନ ଆସିଥାଏ ତାଙ୍କର ବେଡ଼ ବା ବିଛଣା ତଳେ ଷ୍ଟିଲର ଛୁରୀ ରଖିଲେ ଖରାପ ଶକ୍ତି ପାଖକୁ ଆସିପାରେ ନାହିଁ ଏବଂ ରାତିରେ ଖରାପ ସମୟ ଆସିବା ବନ୍ଦ ହୋଇଯିବ। ଏବଂ ଏହା କୌଣସି ପ୍ରକାରର ଯାଦୁ ତନ୍ତ୍ର ଏବଂ ମନ୍ତ୍ରକୁ କାଟୁ କରିବାକୁ ଦିଏ ନାହିଁ। ଅର୍ଥାତ ଯଦି ଆପଣଙ୍କୁ ସନ୍ଦେହ ଅଛି କି ଆପଣଙ୍କ ଉପରେ କିଏ ତନ୍ତ୍ର କରୁଛି ତେବେ ଏହି ଛୁରୀକୁ ତକିଆ ତଳେ ରଖିକରି ଶୁଅନ୍ତୁ। ଦେଖିବେ ତନ୍ତ୍ର ମନ୍ତ୍ରର କୌଣସି ଭୟ ରହିବ ନାହିଁ।

ଗୋଲାପ ଫୁଲ। ବୁଧବାର ଦିନ ପୂଜା ସ୍ଥାନରେ ଗଣେଶ ଭଗବାନଙ୍କୁ ଗୋଲାପ ଫୁଲ ଅର୍ପଣ କରନ୍ତୁ। ଏବଂ ଭଗବାନ ଗଣେଶଙ୍କର ଚାଳିସା ପାଠ କରନ୍ତୁ। ଏହା ପରେ ଗୋଲାପର ଫୁଲକୁ ନିଜ ବେଡ଼ରୁମ ମଧ୍ୟରେ ବିଛଣା ତଳେ ରଖିଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କର ସବୁ ଦିନ ଭାଗ୍ୟଶାଳୀ ହେବାକୁ ଲାଗିବ ଏବଂ ଆସୁଥିବା ବିପଦ ସବୁ ଦୂରେଇ ଯିବ।

ମୟୁର ପୁଚ୍ଛ। ଯଦି ଆପଣଙ୍କ ଘରେ କଳି ଝଗଡା ଲାଗି ରହୁଛି ତେବେ ପ୍ରତ୍ୟକ ବ୍ୟକ୍ତିଙ୍କର ବେଡ଼ ବା ବିଛଣା ତଳେ ଗୋଟିଏ ମୟୁର ପୁଚ୍ଛ ରଖିଦିଅନ୍ତୁ। ମୟୁର ପୂଛରେ ସକାରାତ୍ମକ ଉର୍ଜା ଭରି ହୋଇ ରହିଥାଏ। ଯାହାକୁ ନେଇ ଘରର ପରିବେଶ ସକାରାତ୍ମକ ଉର୍ଜାରେ ଭରି ରହିବ ଏବଂ କିଛି କଳି ଝଗଡା ହେବ ନାହିଁ

ଶୁଖିଲା ଲେମ୍ବୁ। ଘରର ପୂଜା ସ୍ଥାନରେ ଏକ ଲେମ୍ବୁ ରଖିଦିଅନ୍ତୁ। ଏବଂ ସବୁଦିନ ତାକୁ ସିନ୍ଦୁର ଚାଉଳ ଦ୍ୱାରା ପୂଜା ମଧ୍ୟ କରନ୍ତୁ। ଯାହା ଦ୍ୱାରା ସେ ଶୁଖି ନଯାଉ। ଯେବେ ଲେମ୍ବୁ ଶୁଖି ଯିବ ସେହି ଶୁଖିଲା ଲେମ୍ବୁକୁ ବେଡ଼ କିମ୍ବା ବିଛଣା ତଳେ ରଖିଦିଅନ୍ତୁ। ଏଠାରେ ଶୁଖିଲା ଲେମ୍ବୁ ଏକ ସୁରକ୍ଷା କବଜ ଭଳି କାମ କରିଥାଏ। ଏହାକୁ ରଖିଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣଙ୍କ ସହିତ ଘଟିବାକି ଥିବା ସବୁ ଅଘଟଣ ସବୁ ଧୀରେ ଧୀରେ ଦୂରେଇ ଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button