ଦେଶ ବିଦେଶ

ଜାତୀୟ ଡାକ୍ତରୀ ପରୀକ୍ଷା ବୋର୍ଡର ୪୨ ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଛନ୍ତି

ନୂଆଦିଲ୍ଲୀ : ମେଡିକାଲ ସାଇନ୍ସ ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ /ଜାତୀୟ ଡାକ୍ତରୀ ପରୀକ୍ଷା ବୋର୍ଡ (ଏନ୍ୱିଏମ୍ଏସ୍) ର ୪୨ ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଅଧ୍ୟକ୍ଷତା କରିଥିଲେ ଏବଂ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ.ପି. ସିଂହ ଭାଗେଲ, ଏବଂ ନୀତି ଆୟୋଗର ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କ ଉପସ୍ଥିତିରେ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଆରମ୍ଭ ହୋଇଥିବା ପଦକ୍ଷେପ ଏବଂ ପାଠ୍ୟକ୍ରମ ପାଇଁ ଅନୁଷ୍ଠାନ ତଥା ପରିଚାଳନା ମଣ୍ଡଳୀର ସଦସ୍ୟ ମାନଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ ୨୫ ଟି ପାଠ୍ୟକ୍ରମ ପ୍ରଚଳନ କରାଯାଇଛି । ସେ ପ୍ରତିଫଳିତ କରିଥିଲେ ଯେ “ଏହି ଅଭିବୃଦ୍ଧି ଡାକ୍ତରୀ ଛାତ୍ରମାନଙ୍କ ପାଇଁ ଅଧିକ ସୁଯୋଗ ଯୋଗାଇବାରେ ସାହାଯ୍ୟ କରିବ ଏବଂ ଭାରତ ଏକ ଉତ୍ତମ ସମାଜ ଏବଂ ସ୍ୱାସ୍ଥ୍ୟକର ରାଷ୍ଟ୍ରର ଆବଶ୍ୟକତାକୁ ପୂରଣ କରିବା ପାଇଁ ସର୍ବୋତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଏବଂ ବିଶେଷଜ୍ଞ ଡାକ୍ତର ମାନଙ୍କୁ ଏକଜୁଟ କରିବାରେ ସକ୍ଷମ ହୋଇ ଏକ ସୁସ୍ଥ ସମାଜ ଓ ସୁସ୍ଥ ରାଷ୍ଟ୍ର ଗଠନ ଦିଗରେ ଆଗେଇ ଚାଲିଛି ।’

ଦେଶର ବିକାଶ କ୍ଷେତ୍ରରେ ଚିକିତ୍ସା ଉଦ୍ୟୋଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ଆଗାମୀ ବର୍ଷରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ତଥା ଗଠନ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଅବଦାନ ରଖିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହେବାକୁ ସେ ଅନୁରୋଧ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button