ଇସ୍ରୋର ସୌର ମିସନ ଆଜି : ଅବଗଣନା ଆରମ୍ଭ – Utkal Mail
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବହୁ ପ୍ରତୀକ୍ଷିତ ସୌର ମିସନ ଆଜି (ଶନିବାର) ଆରମ୍ଭ ହେବ। ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ ୧୧ଟା ୫୦ ମିନିଟରେ ଆଦିତ୍ୟ-ଏଲ୍ ୧କୁ ମହାକାଶକୁ ପ୍ରେରଣ କରାଯିବ। ଏଥିପାଇଁ ପୂର୍ବରୁ ଲଞ୍ଚ ରିହର୍ସାଲ ଶେଷ ହୋଇଥିବା ବେଳେ ଆଜି ଅବଗଣନା ଆରମ୍ଭ ହୋଇଯାଇଛି। ମହାକାଶର ଏଲ୍-୧ ବା ଲାଗ୍ରାଞ୍ଜ ପଏଣ୍ଟ୍-୧ରେ ଏହି ଯାନ ଠିକ୍ ୧୨୭ ଦିନ ପରେ ପହଞ୍ଚିବ। ସେଠାରେ ଅବସ୍ଥାପିତ ହୋଇ ଏହା ପୃଥିବୀକୁ ସୂର୍ଯ୍ୟ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ ଜାରି ରଖିବ।
ମିସନ ଲଞ୍ଚ ପୂର୍ବରୁ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ‘‘ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ। ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଦୂରତା ପ୍ରାୟ ୧୫ କୋଟି କିଲୋମିଟର। ସୂର୍ଯ୍ୟ ସଂପର୍କରେ ଗବେଷଣା କରିବାରେ ‘ଆଦିତ୍ୟ-ଏଲ୍୧’ ଇସ୍ରୋର ପ୍ରଥମ ମିସନ। ଲଞ୍ଚ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି।