ଓଡିଶା

ଟ୍ରାଫିକ ପୋଲିସ ଉପରେ ଚଢାଇଥିବା ଡ୍ରାଇଭର ଗିରଫ

ଧରାପଡ଼ିଲେ ଭୁବନେଶ୍ୱରରେ ଜଣେ ଟ୍ରାଫିକ ପୁଲିସଙ୍କ ଉପରେ ଟ୍ରକ୍ ଚଢ଼ାଇ ଫେରାର ହୋଇଯାଇଥିବା ଡ୍ରାଇଭର। ବାଙ୍କୀ ଗୋପାଳପୁର ଅଞ୍ଚଳରୁ ତାଙ୍କୁ ନୟାପଲ୍ଲୀ ଥାନା ପୁଲିସ୍ ଧରିଥିବା ବେଳେ ଟ୍ରକ୍‌କୁ ଜବତ କରିଛି।

ଗତ ୨୯ ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ର ୯ ନମ୍ବର ଗେଟ୍ ସମ୍ମୁଖରେ ଏହି ଟ୍ରକ୍‌ଟି ଟ୍ରାଫିକ ପୁଲିସ କର୍ମଚାରୀ ମଧୁସୁଦନ କିର୍ସାନୀଙ୍କ ଉପରେ ଚଢ଼ି ଯାଇଥିଲା। ମଧୁସୁଦନ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଘଟିଥିଲା ଏହି ଦୁର୍ଘଟଣା। ଏହି ଦୁର୍ଘଟଣାରେ ମଧୁସୂଦନଙ୍କ ମୁଣ୍ଡଟି ନଷ୍ଟ ହୋଇଯାଇଥିଲା।

କୌଣସି ଗାଡ଼ି ମଧୁସୂଦନଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ି ଯାଇଥିବା ଜଣାପଡ଼ିଥିଲା। ତେବେ କେଉଁ ଗାଡ଼ି ଏହି କାଣ୍ଡ ଘଟାଇଥିଲା, ତାହା ଜଣାପଡ଼ି ନଥିଲା। ସିସିଟିଭି ଆଧାରରେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜି ଥିଲା ନୟାପଲ୍ଲୀ ଥାନା ପୁଲିସ୍। ଶେଷରେ ବାଙ୍କୀର ଗୋପାଳପୁର ଅଞ୍ଚଳରୁ ଟ୍ରକ୍‌ଟିକୁ ଜବତ କରିଛି ନୟାପଲ୍ଲୀ ଥାନା ପୁଲିସ। ତା’ ସହିତ ଟ୍ରକ୍ ଡ୍ରାଇଭରଙ୍କୁ ଧରିବାରେ ସଫଳ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button