ବ୍ୟବସାୟ

ବୈଜ୍ଞାନିକ ଉପାୟରେ ଛତୁ ଚାଷ କରନ୍ତୁ

ତେବେ ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକଙ୍କୁ ଛତୁ ଚାଷ କରିବାର ବହୁତ ଇଛା ଥାଏ ଏବଂ କିଛି ଲୋକଙ୍କର ଏହା ରୋଜଗାର ମାଧ୍ୟମ ଥାଏ ତେବେ ଆଜି ଆମେ ବୈଜ୍ଞାନିକ ଉପାୟ ଦ୍ଵାରା ଛତୁ ଚାଷ କରିବା । ପ୍ରଥମେ ଆମେ ନଡା ବାଛିବା ତେବେ ସୁନା ନଡା ହେଲେ ଏହା ବହୁତ ଭଲ ଚାଷ ହୋଇଥାଏ ଆପଣଙ୍କୁ ଗୋଟେ ବେଡ ପକେଇବା ପାଇଁ ୧୬ଟି ନଡା ବଣ୍ଡଲ ଦରକାର ହୋଇଥାଏ ଏହା ଛଡା ନଡାକୁ ଆପଣଙ୍କୁ ବିଚିଙ୍ଗ ବା ଚୂନ ( କାନ୍ଥ ଚୂନ) ଅଳପ ପରିମାଣରେ ଦେଇ ନଡାକୁ ୧୪ ଘଣ୍ଟା ପାଇଁ ଭିଜେଇ ରଖିବା ଉଚିତ ।

Image Courtesy: Google

୧୪ ଘଣ୍ଟା ନଡା ଭିଜେଇଲା ପରେ ଏହାକୁ ପାଣିରୁ ବାହାର କରନ୍ତୁ ଓ ଠିଆ କରି ରଖନ୍ତୁ ଯାହା ଦ୍ଵାରା ନଡାରୁ ପାଣିନିଗିଡି ଯିବ ତେବେ ନଡାକୁ ପୂର୍ଣ ରୂପରେ ସୁଖେଇବେ ନାହିଁ । ନଡାକୁ ଏମିତି ରଖିବେ ଯେମିତି ପାଣି ନିଗୁଡୁ ନଥିବ କିନ୍ତୁ ନଡା ଛୁଇଁଲେ ପାଣି ହାତ ପାପୁଲିରେ ବାଯୁ ଥିବ । ଏହା ପରେ ଆମେ ବେଡ ପକେଇବା ଆସନ୍ତୁ ଜାଣିବା କେମିତି । ତେବେ ନଡା ଚାରିଟି ଉତର ଦକ୍ଷିଣ ଦିଶାରେ ବାଉଁଶ ଉପରେ ରଖିବା ଯାହା ପାରାଲାଲ ହୋଇଥିବା ଦରକାର ଯାହା ଦ୍ଵାରା ପରେ ଆମେ ପାଣି ପକେଇଲେ ଅବଶୋଷ ପାଣି ନିଗିଡି ତଳେ ପଡିବ ଓ ଦରକାର ଅନୁଯାଇ

Image Courtesy: Google

ପାଣି ନଡା ଭିତରେ ରହିବ ଏହି ବାଉଁଶକୁ ଜମିରୁ ଦୁଇ ଫୁଟ ଉପରେ ରଖିବା ଉଚିତ ଏହା ପରେ ୪ଟି ନଡା ଉତର ଦକ୍ଷିଣ ଦିଶାରେ ଦେଖା ପରେ ଏହା ଉପରେ ଗୋଟେ ନଡା ଖୋଲି ଖେଳେଇ ଦିଅନ୍ତୁ ଯାହା ଦ୍ଵାରା ଜ୍ଞାପ ରହିବ ନାହିଁ ଏହା ପରେ ଛତୁ ମଞ୍ଜି ୩ ଇଞ୍ଚ ଜ୍ଞାପରେ ଦିଅନ୍ତୁ ନଡା ଚାରି କଡରେ ଏହା ପରେ ଛତୁ ମଞ୍ଜି ଉପରେ ବେସନ ଦିଅନ୍ତୁ ଏହା ଛତୁ ର ଖାଦ୍ଯ ଅଟେ ଯେତେବେଳେ ଛତୁ ବଢିବାକୁ ଲାଗିବ ସେତେବେଳେ ବେସନ ଖାଇ ବଡ ହବ ।

Image Courtesy: Google

ତେବେ ଏମିତି ଉପରେ ଉପରେ ଆପଣଙ୍କୁ ୩ଟି ଲେୟର ଦବାର ଅଛି ଏହା ପରେ ଆପଣଙ୍କୁ ଏହାକୁ ଗୋଟେ ସଫା ଜଋ ଦ୍ଵାରା ଘୋଡେଇବାର ଅଛି ଯାହା ଦ୍ଵାରା ଭିତର ତାପମାତ୍ରା ବଢିବ ଓ ଛତୁ ଫୁଟିବାକୁ ଲାଗିବ ମାନେ ରଖନ୍ତୁ ଏହାକୁ ୬ ଦିନ ପରେ ଖୋଲିକି ଦେଖିବା ଉଚିତ ଯଦି ନଡା ସୁଖୀ ଯାଇଥିବ ତେବେ ପାଣି ଦିଅନ୍ତୁ ନଚେତ ଫୁଣି ଜଋ ଘୋଡେଇ ଦିଅନ୍ତୁ ଯଦି ବାହାର ତାପମାତ୍ରା ଅଧିକ ଅଛି ତେବେ ଆପଣ ଏହାକୁ ୩ ଦିନରେ ମଧ୍ୟ ଦେଖି ପାରନ୍ତି । ତେବେ ଯେତେବେଳେ ଛତୁ କାଚ ବାଟି ସାଇଜର ଆସିଯାଏ ଏହା ପରେ ଆପଣ ଜଋ ଉଠେଇ ପାରନ୍ତି ଓ ଏହାର ୧୦ରୁ ୧୫ ଦିନ ଭିତରେ ଆପଣଙ୍କ ଛତୁ ବିକ୍ରି ବା ଖାଇବା ପାଇଁ ରେଡି ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button