ଦେଶ ବିଦେଶ

ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇର ଏକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ବିପୁଳ ପରିମାଣର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସୂଚନା ଅନୁସାରେ, ମୁମ୍ବାଇଠୁ ୪୦ କିଲୋମିଟର ଦୂର ଭିୱାନ୍ଦି ତାଲୁକ ନିକଟରେ ଥିବା ଏକ ଗୋଦାମରେ ନିଆଁ ଲାଗିଥିଲା। ଏହି ଗୋଦାମର ନାମ ଭି ଲଜିଷ୍ଟିକ ୱେୟାରହାଉସ୍।

ଏଠାରେ ବିପୁଳ ପରିମାଣର ହାଇଡ୍ରୋଲିକ୍ ଅଏଲ, ଡ୍ରେସ୍, ପ୍ଲାଷ୍ଟିକ୍ ସାମଗ୍ରୀ ଏବଂ ରାସାୟନିକ ପଦାର୍ଥ ଗଚ୍ଛିତ ହୋଇଥିଲା।

ଗତକାଲି ରାତିରେ ହଠାତ୍ ଗୋଦାମରୁ ହୁ ହୁ ହୋଇ ନିଆଁ ବାହାରିଥିଲା। ସ୍ଥାନୀୟ ଲୋକେ ଏନେଇ ଖବର ଦେବା ପରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଖବର ଲେଖା ହେବା ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ନିଆଁ ଆୟତ୍ତ ହୋଇନଥିଲା।

ଅଗ୍ନିକାଣ୍ଡର ପ୍ରଭାବ ଏତେ ଥିଲା ଯେ, ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଛି। ସୌଭାଗ୍ୟବଶତଃ କୌଣସି ଜୀବନହାନୀ ହୋଇନାହିଁ। କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ତେବେ କେଉଁ କାରଣରୁ ଗୋଦାମରେ ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button