ମନୋରଞ୍ଜନ

‘ଭାରତ ମାତା କି ଜୟ’; ଦେଶର ନାମକୁ ନେଇ ବିତର୍କ ଚାଲୁଥିବା ବେଳେ ଏଭଳି ପୋଷ୍ଟ କଲେ ବିଗ୍ ବି – Utkal Mail


ମୁମ୍ବାଇ: ଗତ କିଛି ଦିନ ହେଲାଣି ଭାରତ ଜି-୨୦ ସମ୍ମିଳନୀ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି। ରାଜଧାନୀ ଦିଲ୍ଲୀ ଏବଂ ସମଗ୍ର ଦେଶ, ବିଦେଶୀ ଅତିଥିମାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି। ଏହି ସମୟରେ ବିରୋଧୀ ଦଳ ଏକ ନୂଆ ବିତର୍କ ଆରମ୍ଭ କରିଛନ୍ତି। ସୂଚନା ମୁତାବକ, ଜି -୨୦ ପାଇଁ ପଠାଯାଇଥିବା ରାତ୍ରୀ ଭୋଜନର ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଛି। ଏହି ନିମନ୍ତ୍ରଣ ପତ୍ର ଭାଇରାଲ ହେବା ପରେ ଏବେ ବିରୋଧୀ ଦଳ ଏହାକୁ ବିରୋଧ କରିଛନ୍ତି। ଏହି ବିବାଦ ମଧ୍ୟରେ ବର୍ତ୍ତମାନ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏକ ଟୁଇଟ୍ କରିଛନ୍ତି।

ସୋସିଆଲ ମିଡିଆରେ ବିଗ୍ ବି ଅମିତାଭ ବଚ୍ଚନ ବହୁତ ସକ୍ରିୟ ରହନ୍ତି। ସେ ପ୍ରତିଦିନ ପ୍ରଶଂସକଙ୍କ ସହ କିଛି ମଜାଦାର ଜିନିଷ ବାଣ୍ଟୁଥିବା ଦେଖାଯାଏ। ତେବେ ରାଜନୈତିକ ଆଲୋଚନାରୁ ଦୂରେଇ ରହିବାକୁ ପସନ୍ଦ କରୁଥିବା ବିଗ୍ ବି ମଙ୍ଗଳବାର ଦିନ ଏଭଳି ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

କୌଣସି ଫଟୋ ବା ଲମ୍ବା ଲେଖା ଲେଖିବା ପରିବର୍ତ୍ତେ ବିଗ୍ ବି କେବଳ ‘ଭାରତ ମାତା କି ଜୟ’ ଲେଖି ଏକ୍ସ(ଟ୍ବିଟର)ରେ ପୋଷ୍ଟ କରିଛନ୍ତି। ତାଙ୍କର ଏଭଳି ପୋଷ୍ଟ ପରେ ସେ ଦେଶର ନାମ ଭାରତ ରହୁ ବୋଲି ସମର୍ଥନ କରୁଥିବା ଚର୍ଚ୍ଚା ହେଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button