କ୍ରାଇମ

ମୁସ୍କାନର ସହଯୋଗୀ ଦୁର୍ଦ୍ଦାନ୍ତ ଚିଣ୍ଟୁ ଗିରଫ – Utkal Mail


ଭୁବନେଶ୍ବର: ପୁଲିସ କବ୍‌ଜାରେ ଫେରାର ମୁସ୍କାନ ସହଯୋଗୀ ରାକେଶ ମହାନ୍ତି ଓରଫ୍ ଚିଣ୍ଟୁ(୨୭)। ଗତ ୧୪ ତାରିଖରେ ପୁଲିସକୁ ଚକମା ଦେଇ ଖସିଯାଇଥିବା ବେଳେ ଆଜି ବଡଗଡ଼ ଥାନା ପୋଡ଼ା ସାହି ଅଞ୍ଚଳରୁ ଚିଣ୍ଟୁକୁ ଗିରଫ କରିଛି ଖାରବେଳନଗର ଥାନା ପୁଲିସ। ଚିଣ୍ଟୁ ନାମରେ କମିସନରେଟ ପୁଲିସର ବିଭିନ୍ନ ଥାନାରେ ଚୋରି, ଛିନତାଇ, ରାହାଜାନୀ, ହଣାକଟା ଉଦ୍ୟମ ଭଳି ୨୨ରୁ ଅଧିକ ମାମଲା ରହିଛି। ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ରିଲାଏନ୍ସ ମାର୍ଟ ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ଚଢ଼ଉ ସମୟରେ ମୁସ୍କାନ ଓ ଅନ୍ୟ ୪ ଜଣ ସହଯୋଗୀ ଗିରଫ ହୋଇଥିବାବେଳେ ପୁଲିସକୁ ଚକମା ଦେଇ ଖସି ଯାଇଥିଲା‌ ଚିଣ୍ଟୁ। ଚିଣ୍ଟୁ ଦାଗୀ ଅପରାଧୀ ହୋଇଥିବାରୁ ଦଶହରା ପୂର୍ବରୁ ତାକୁ ଧରିବାକୁ ପୁଲିସ ସମସ୍ତ ଉଦ୍ୟମ ଲଗାଇ ଦେଇଥିଲା।

୨୦୧୮ ମସିହାର ଏକ ଚେନ୍‌ ଛିନତାଇ ପାଇଁ ମହିଳାଙ୍କୁ ଛୁରୀରେ ଆକ୍ରମଣ କରିବା ମାମଲାରେ ଗତ ଦୁଇମାସ ତଳେ ଚିଣ୍ଟୁ ଖାରବେଳ ନଗର ଥାନା ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍‌ ଯାଇଥିଲା। ସେହିପରି ବଡଗଡ ଥାନା ଅଞ୍ଚଳରେ ପୂର୍ବତନ କର୍ପୋରେଟରଙ୍କ ପୁଅଙ୍କୁ ୨୦୧୮ମସିହାରେ ଆକ୍ରମଣ କରି ବଡଗଡ ପୁଲିସ ଦ୍ବାରା ଗିରଫ ହୋଇଥିଲା। ପୁଣି ମାର୍କେଟ ବିଲ୍ଡିଂରେ ଆତଙ୍କ ଖେଳାଇବା ସହ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଓ ଭଙ୍ଗାରୁଜା କରିବା ଭଳି ମାମଲାରେ ମଧ୍ୟ ସେ କ୍ୟାପିଟାଲ ଥାନା ପୁଲିସ ତା’କୁ ପୂର୍ବରୁ ଗିରଫ କରିଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button