ଜୀବନଶୈଳୀ

ଆଇନା କେଉଁଠି ଲଗାଇଲେ ଶୁଭ, ଏହା ସହିତ ପଢନ୍ତୁ ଆଜିର 20 ଅନୁଚିନ୍ତା

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ବାସ୍ତୁ ଅନୁସାରେ ଗୃହରେ ଆଇନ ର ବିଶେଷ ମହତ୍ତ୍ୱ ଓ ପ୍ରଭାବ ରହିଛି। ତେବେ ଆସନ୍ତୁ ଜାଣିବା ଆଇନାର। ବିଶେଷ ବ୍ୟବହାର ସମ୍ପର୍କରେ- ୧. ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଆଇନା ରଖିବା ଉନ୍ନତି ଓ ପ୍ରଗତି ଆଡ଼କୁ ସଂକେତ ଦେଇଥାଏ। ତେଣୁ ପ୍ରତ୍ୟେକ ଘରେ ଆଇନର ବିଶେଷ ଧ୍ୟାନ ରଖିବା ଉଚିତ। ୨. ଘରର ଉତ୍ତର ଓ ପୂର୍ବ ଦିଗରେ ଆଇନା ଲଗାଇବା ଉଚିତ। ଏହାଦ୍ବାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଘରର ସମସ୍ତ ସଦସ୍ୟ ଚିନ୍ତା ମୁକ୍ତ ହୋଇଥାନ୍ତି।

୩. ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଆଇନା ଲଗାଇବା ଦ୍ୱାରା, ଘରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ ଏବଂ ଧନର ଆଗମନ ହୋଇଥାଏ। ୪. ଗୃହରେ ଆଇନା ସବୁବେଳେ ହାଲୁକା ଏବଂ ବଡ଼ ହେବା ଦରକାର। ଏହାଦ୍ବାରା ଲାଭକାରୀ ହୋଇଥାଏ ଏବଂ ଶୁଭ ହୋଇଥାଏ। ୫. ଘରର ମୁଖ୍ୟ ଦ୍ୱାର ରେ ଗୋଟିଏ ଗୋଲାକାର ଆଇନା ଲଗାଇବା ଦ୍ଵାରା, ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ।

୬. ଘରର ଶୋଇବା ଘର ସାମ୍ନା ରେ ଆଇନା ଲଗାଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ବିଭିନ୍ନ ସମସ୍ୟା ର କାରଣ ହୋଇଥାଏ। ୭. ଯଦି ଶୋଇବା ଘରେ ବଡ଼ ଆଇନା ରହିଛି ତେବେ ଶୋଇବା ସମୟରେ ଆଇନା କୁ ଏକ କପଡ଼ା ଦ୍ଵାରା ଘୋଡ଼ାଇ ରଖିବା ଉଚିତ। ୮. ଘରେ ପଇସା କିମ୍ବା ସୁନା ରଖୁଥିବା ଆଲମାରୀ ସାମ୍ନା ରେ ଆଇନା ଲଗାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ଧନ ବୃଦ୍ଧି ହୋଇଥାଏ।

୯. ଘରର ଉତ୍ତର ଦିଗରେ ଆଇନା ଲଗାଇବା ଦ୍ୱାରା ଏହା ଉର୍ଜାବାନ ହୋଇଥାଏ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ୧୦. ବ୍ୟବସାୟ ରେ ଲାଭ ହେବା ପାଇଁ ପଇସା ବାକ୍ସ ସାମ୍ନା ରେ ଆଇନା ଲଗାଇବା ଉଚିତ। ଏହାଦ୍ବାରା ପଇସା ଲାଭ ହୋଇଥାଏ ଏବଂ ଗ୍ରାହକ ବୃଦ୍ଧି ହୁଅନ୍ତି। ୧୧. ଗାଧୁଆ ଘରର ସାମ୍ନା ରେ ବା ଉତ୍ତର ପୂର୍ବ ଦିଗରେ ଆଇନା ଲଗାଇବା ଦ୍ଵାରା ଅଶୁଭତ୍ୱ ଦୂର ହୋଇଥାଏ ଏବଂ ସ୍ୱାସ୍ଥ୍ୟ ରେ ଉନ୍ନତି ହୋଇଥାଏ।

୧୨. ଘରର ଡ୍ରେସିଂ ରୁମ୍ ରେ ଆଇନା କୁ ତଳୁ ୪ ବା ୫ ଫୁଟ ରୁ ଲଗାଇବା ଦ୍ୱାରା ଏହା ଶୁଭ ହୋଇଥାଏ। ୧୩. ଘରର ଦକ୍ଷିଣ ପୂର୍ବ କୋଣରେ କେବେବି ଆଇନା ଲଗାଇବା ଉଚିତ ନୁହେଁ। ଏହାଦ୍ୱାରା ଘରେ କଳହ ସୃଷ୍ଟି ହେବାର ସମ୍ଭାବନା ରହିଥାଏ। ୧୪. ବାସ୍ତୁ ଅନୁସାରେ କେବେବି ଦୁଇଟି ଆଇନା ଆମନା ସାମ୍ନି ଲଗାଇବା ଉଚିତ ନୁହେଁ। ଏହାଦ୍ବାରା ମନ ଅସ୍ଥିର ହୋଇଥାଏ ଏବଂ ଅଶାନ୍ତି ସୃଷ୍ଟି ହୋଇଥାଏ।

୧୫. ଘରେ କେବେବି ଆଇନା ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଲଗାଇବା ଉଚିତ ନୁହେଁ। ଏହା ଅଶୁଭ ଅଟେ ଏବଂ ଏହାଦ୍ବାରା ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ। ୧୬. ଘରେ ଶାନ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୋଇବା ଘରେ କେବେବି ଆଇନା ଲଗାଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ। ୧୭. ଯଦି ଘର ସାମ୍ନା ରେ ବିଜୁଳି ଖୁଣ୍ଟ ବା ବଡ଼ ଗଛ ରହିଛି, ତେବେ ସେହି ଦିଗକୁ ମୁହଁ କରି ଆଇନା ଲଗାଇବା ଦ୍ଵାରା ଅଶୁଭତ୍ୱ ଦୂର ହୋଇଥାଏ।

୧୮. ଘରର କାନ୍ଥ ରେ ଆଇନା ଲଗାଇବା ସମୟରେ ଏହା ଧ୍ୟାନ ରଖିବା ଉଚିତ ଯେ, ଯେପରି ତାହା ବେଶୀ ଉପରକୁ ବା ତଳକୁ ନ ହେଉ।ନଚେତ ଏହା ଘର ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଥାଏ। ୧୯. ଘରର ଐସନ୍ୟ କୋଣରେ ଯଦି ହାତ ଧୋଇବା ବେସିନ ସାମ୍ନା ଆଇନା ଲଗା ହୋଇଥାଏ ତେବେ ତାହା ଶୁଭ ହୋଇଥାଏ। ୨୦. ବାସ୍ତୁଶାସ୍ତ୍ର ରେ ଆଇନା କୁ ଉତ୍ ପ୍ରେରକ କୁହାଯାଏ। ଏହାଦ୍ବାରା ଶକ୍ତି ତରଙ୍ଗ ସୃଷ୍ଟି ହୋଇ ଘରେ ସୁଖ ଶାନ୍ତି ସ୍ଥାପନ କରିବାରେ ସହାୟକ ହୋଇଥାଏ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button