ବ୍ୟବସାୟ

ମୁକେଶ ଅମ୍ବାନି ପରିବାର ସବୁଠୁ ଧନୀ: ୨୫,୭୫,୧୦୦ କୋଟିର ସମ୍ପତ୍ତି

ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ପରିବାର ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କ ପରିବାର। ବାର୍‌କ୍ଲେଜ୍‌ ହୁରୁନ୍‌ ଭାରତର ସବୁଠୁ ଧନୀ ବ୍ୟବସାୟୀ ପରିବାର ତାଲିକାରେ ଅମ୍ବାନି ପରିବାର ଶୀର୍ଷ ସ୍ଥାନରେ ରହିଛି। ସେମାନଙ୍କ ପାଖରେ ୨୫,୭୫,୧୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି ଯାହା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୧୦ ପ୍ରତିଶତ।

ଏହି ତାଲିକାରେ ଅମ୍ବାନି ପରିବାର ପଛକୁ ଦ୍ବିତୀୟ ସ୍ଥାନରେ ରହିଛି ନୀରଜ ବଜାଜଙ୍କ ପରିବାର। ସେମାନଙ୍କ ସମ୍ପତ୍ତି ହେଉଛି ୭,୧୨,୭୦୦ କୋଟି ଟଙ୍କା। ତୃତୀୟ ସ୍ଥାନରେ ଥିବା କୁମାର ମଙ୍ଗଳମ ବିର୍ଲାଙ୍କ ପରିବାର ସମ୍ପତ୍ତି ହେଉଛି ୫,୩୮,୫୦୦ କୋଟି ଟଙ୍କା। ‌ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ପରିବାର ପାଖରେ ୧୫,୪୫,୫୦୦ କୋଟି ଟଙ୍କାର ସମ୍ପତ୍ତି ଥିଲେ ମଧ୍ୟ ପ୍ରଥମ ପିଢ଼ିର ବ୍ୟବସାୟ ପରିବାର ହୋଇଥିବାରୁ ସେମାନଙ୍କୁ ଏହି ତାଲିକାରେ ସାମିଲ କରାଯାଇନାହିଁ। ଅନ୍ୟଥା ସମ୍ପତ୍ତି ଦୃଷ୍ଟିରୁ ଆଦାନି ପରିବାର ହେଉଛି ଦେଶର ଦ୍ବିତୀୟ ବଡ଼ ଧନୀ ପରିବାର। ଜେଏସ୍‌ଡବ୍ଲୁ ଗ୍ରୁପ୍‌ ପରିଚାଳନା କରୁଥିବା ଜିନ୍ଦଲ ପରିବାରର ସମ୍ପତ୍ତି ୪,୭୧,୨୦୦ କୋଟି ଟଙ୍କା ରହିଛି।

ଏହି ପରିବାର ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ପଞ୍ଚମ ସ୍ଥାନରେ ଥିବା ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ର ଶିବ ନାଦରଙ୍କ ପରିବାର ପାଖରେ ୪,୩୦,୬୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଆନନ୍ଦ ମହିନ୍ଦ୍ରାଙ୍କ ପରିବାର ସମ୍ପତ୍ତି ୩,୪୫,୨୦୦ କୋଟି ଟଙ୍କା ରହିଛି। ଏସିଆନ୍ ପେଣ୍ଟ୍‌ସର ଅଶ୍ବିନୀ ଡାନି ପରିବାର ପାଖରେ ୨,୭୧,୨୦୦ କୋଟି ଟଙ୍କା, ୱିପ୍ରୋର ମୁଖ୍ୟ ଅଜିମ୍‌ ପ୍ରେମ୍‌ଜୀଙ୍କ ପରିବାର ପାଖରେ ୨,୫୭,୯୦୦ କୋଟି ଟଙ୍କା, ଡିଏଲ୍‌ଏଫ୍‌ର ରାଜୀବ ସିଂହଙ୍କ ପରିବାର ପାଖରେ ୨,୦୪,୫୦୦ କୋଟି ଟଙ୍କା ଏବଂ ମୁରୁଗାପ୍ପା ପରିବାର ପାଖରେ ୨,୦୨,୨୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। ଦେଶର ୧୦ଟି ବଡ଼ ଧନୀ ପରିବାର ପାଖରେ ୬,୦୦୯,୧୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। କେବଳ ଅମ୍ବାନି, ବଜାଜ ଓ ବିର୍ଲା ପରିବାର ପାଖରେ ଯେତିକି ସମ୍ପତ୍ତି ରହିଛି ତାହା ସିଙ୍ଗାପୁରର ଜିଡିପିଠାରୁ ଅଧିକ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button