ମନୋରଞ୍ଜନ

ବିବାହ ପୂର୍ବରୁ ଗର୍ଭବତୀ ହେଲେ ରିତିକଙ୍କ ପ୍ରେମିକା ସବା ! – Utkal Mail


ମୁମ୍ବାଇ: ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ପ୍ରେମ ସମ୍ପର୍କ ଥିବା ବିଷୟରେ ଲୋକଙ୍କୁ ଜଣାଇବା ପରେ ଦୁହେଁ ଏକା ସାଙ୍ଗରେ ଅନେକ ସ୍ଥାନରେ ନଜର ଆସୁଛନ୍ତି। କେବେ ଡିନର ବା ଲଞ୍ଚ ଡେଟରେ ତ କେବେ ବିଦେଶରେ ଛୁଟି କଟାଉଥିବାର ନଜର ଆସିଥାନ୍ତି ରିତିକ୍-ସବା।

ତେବେ ପ୍ରେମ ସମ୍ପର୍କରେ ଥାଇ ବି ଦୁହେଁ ଏପର୍ଯ୍ୟନ୍ତ ନିଜ ବିବାହ ବିଷୟରେ କୌଣସି ଘୋଷଣା କରିନାହାନ୍ତି। ବିବାହ ନକରି ମଧ୍ୟ ସବା ଗଭର୍ବତୀ ହୋଇସାରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସବାଙ୍କର ଇନଷ୍ଟା ପୋଷ୍ଟ ଭାଇରାଲ ହେବା ପରେ ସେ ଗର୍ଭବତୀ ଥିବା କୁହାଯାଉଛି।

ଇନଷ୍ଟାରେ ଏକ ପୋଷ୍ଟ କରି ସବା ଲେଖିଛନ୍ତି, ତୁମର ସ୍ତ୍ରୀରୋଗ ବିଶେଷଜ୍ଞ କିଏ? ଏଭଳି ଲେଖାଥିବା ଫଟୋ ସହ କ୍ୟାପସନରେ ସବା ଲେଖିଛନ୍ତି, କେବଳ ଗୋଟିଏ ପ୍ରଶ୍ନ ଏବେ ମୋ ମୁଣ୍ଡରେ। #ତୁମର ସ୍ତ୍ରୀରୋଗ ବିଶେଷଜ୍ଞ କିଏ? ସବାଙ୍କର ଏଭଳି ପୋଷ୍ଟ ପରେ ଏବେ ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ଲୋକ ତାଙ୍କୁ ଆଗ ବିବାହ କରିବାକୁ ଉପଦେଶ ଦେବା ସହ କିଛି ଲୋକ ସବା ବିବାହ ପୂର୍ବରୁ ଗର୍ଭବତୀ ଅଛନ୍ତି କି ନାହିଁ ବୋଲି ଦ୍ବନ୍ଦ୍ବରେ ପଡ଼ିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button