ମନୋରଞ୍ଜନ

କଣ ହେଲା କି Anubhav ଙ୍କ ବାପାଙ୍କର ? ବାପାଙ୍କୁ କାହିଁକି ଏମିତି ଧରିକି ନେଉଛନ୍ତି ଅନୁଭବ ?

ବନ୍ଧୁଗଣ, ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ଫିଲ୍ମ ନିଶ୍ଚିତ ଭାବରେ ଦେଖିଥିବେ । ଅନୁଭବ ମହାନ୍ତି ନିଜ ଅଭିନୟ ଜରିଆରେ ଲକ୍ଷାଧିକ ଫ୍ୟାନ୍ସଙ୍କ ହୃଦୟରେ ଘର କରିଛନ୍ତି । ତେବେ କିଛି ଦିନ ହେବ ଅନୁଭବ ମହାନ୍ତି ଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ଘଟିବାରେ ଲାଗିଛି । ଅଭିନେତ୍ରୀ ବର୍ଷା ଙ୍କୁ ଭଲପାଇ ତାଙ୍କୁ ପ୍ରେମ ବିବାହ କରିବା ପରେ ବର୍ତ୍ତମାନ ବିବାହ ବିଛେଦ ନିମନ୍ତେ କୋର୍ଟ ରେ ମାମଲା ଚାଲିଛି ।

ପାରିବାରିକ ସ୍ଥିତି ଅନୁଭବ ଙ୍କର କିଛିଦିନ ହେବ ଠିକ ନଥିଲା । କିନ୍ତୁ ବର୍ତ୍ତମାନ ସବୁକିଛି ଧୀରେ ଧୀରେ ଠିକ ହେବାରେ ଲାଗିଛି । ବର୍ଷା ଅନୁଭବ ଙ୍କ ଘର କବଜା କରି ବସିଥିଲେ କିନ୍ତୁ କୋର୍ଟ ଙ୍କ ନିର୍ଦ୍ଧେଶ କ୍ରମେ ବର୍ଷା ଅନୁଭବ ଙ୍କ ଘରର ଚାବି କୋର୍ଟ ଙ୍କୁ ହସ୍ତାନ୍ତରିତ କରିଥିଲେ । ଏହାପରେ ଅନୁଭବ ତାଙ୍କ ନୂଆ ସିନେମା ଲଭ ଇନ ଲଣ୍ଡନର ସୁଟିଙ୍ଗ ସାରି ନିଜ ବାସଭବନରେ ପାଦ ରଖିଥିଲେ ।

ମାତ୍ର ଘରେ ପ୍ରବେଶ କରିବା ପୂର୍ବରୁ ସେ ଦୁଆରବନ୍ଧ କୁ ନତମସ୍ତକ ହୋଇଥିଲେ ଏବଂ ଭାବୁକ ହୋଇ ଘରେ ପ୍ରବେଶ କରିଥିଲେ । ବର୍ତ୍ତମାନ ଅନୁଭବ ମହାନ୍ତି ଙ୍କ ଆଉ ଏକ ଭି-ଡି-ଓ ଭା-ଇ-ରା-ଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତା ଅନୁଭବ ମହାନ୍ତି ତାଙ୍କ ବାପା ଙ୍କୁ ଟେକି ତାଙ୍କ ଯତ୍ନ ନେଇଛନ୍ତି ।

କିଛି ଦିନ ହେବ ଅନୁଭବ ମହାନ୍ତି ଙ୍କ ବାପା ଙ୍କ ଶରୀର ସଠିକ ନଥିବା ବେଳେ ଅନୁଭବ ବର୍ତ୍ତମାନ ନିଜ ବାପା ଙ୍କ ଯତ୍ନ ନେଉଛନ୍ତି । ଏହା ପ୍ରାୟ ସମସ୍ତେ ଜାଣିଛନ୍ତି ଯେ ଅନୁଭବ ମହାନ୍ତି ନିଜ ବାପା’ ମା’ ଙ୍କୁ ବହୁତ ଭଲ ପାଆନ୍ତି । ସତରେ ପିଲାମାନଙ୍କ ପାଇଁ ତାଙ୍କ ବାପା ମା’ ସବୁଠାରୁ ଊର୍ଦ୍ଧ୍ଵରେ ରହିଥାନ୍ତି । ତାଙ୍କ ଭଲ ପାଇବା ଅତୁଳନୀୟ ତଥା ଅପୂରଣୀୟ ଅଟେ । ତାହାକୁ କେହି ମଧ୍ୟ ପୂରଣ କରିପାରିବେ ନାହିଁ ।

ଭା-ଇ-ରା-ଲ ହୋ-ଇ-ଥି-ବା ଭି-ଡି-ଓ ରେ ଅନୁଭବ ଙ୍କ ବାପା ଉଠିବାକୁ ଚାହୁଁଥିବା ବେଳେ ଅନୁଭବ ତାଙ୍କୁ ଟେକି ନେଇଥିଲେ । ଏହା ସହିତ ଅନୁଭବ ନିଜ ବାପା ଙ୍କ ମୁଣ୍ଡରେ ତେଲ ମାଲିସ କରୁଥିବାର ନଜର ଆସିଥିଲେ ।

ତାଙ୍କ ବାପା ସଠିକ ଭାବରେ ଚାଲି ପାରି ନଥିବା ବେଳେ ଅନୁଭବ ମହାନ୍ତି ବାପା ଙ୍କୁ ଟେକି ଟେକି ନେଇ ଚଲାଇ ଥିଲେ ଏହା ସହିତ ସେ ତାଙ୍କ ବାପା ଙ୍କୁ କହିଥିଲେ ଯେ ବାପା ତୁମେ ପଡିଗଲେ ମୁଁ ସମ୍ଭାଳି ନେବି ଚିନ୍ତା କରନା । ତେବେ ଏହି ଦୃଶ୍ୟରୁ ଜଣା ପଡୁଛି ଯେ ଅନୁଭବ ମହାନ୍ତି ନିଜ ବାପା ଙ୍କୁ କେତେ ଭଲ ପାଉଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button