ମନୋରଞ୍ଜନ

ଅଭିନୟ ଛାଡ଼ିବେ କି କରୀନା କପୁର ଖାନ୍? ସାକ୍ଷାତକାରରେ ଦେଲେ ଏଭଳି ଉତ୍ତର – Utkal Mail


ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜାନେ ଜାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏହି କ୍ରାଇମ ଥ୍ରୀଲର ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ ତାଙ୍କ ସହ ଅଭିନେତା ବିଜୟ ବର୍ମା ଏବଂ ଜୟଦୀପ ଅହଲୱାତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। କରୀନା କପୁରଙ୍କ ଏହି ଚଳଚ୍ଚିତ୍ର ନେଟଫ୍ଲିକ୍ସରେ ତାଙ୍କ ଜନ୍ମଦିନ ଅର୍ଥାତ୍ ସେପ୍ଟେମ୍ବର ୨୧ରେ ମୁକ୍ତିଲାଭ କରିବ।

‘ଜାନ ଜାନ’ ରିଲିଜ ହେବା ପୂର୍ବରୁ କରୀନା କପୁର ଅଭିନୟରୁ ଅବସର ନେବା ପ୍ରଶ୍ନ ଉପରେ ନିଜର ଉତ୍ତର ରଖିଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, “ମୁଁ ଏବେ ବି ଅଭିନୟ କରିବାକୁ ନେଇ ଉତ୍ସାହିତ ଅଛି। ଯେବେ ମୁଁ ଏହି ଉତ୍ସାହ ହରାଇବି, ତେବେ ଯାଇ ମୁଁ ଅବସର ନେବି। କାରଣ ୪୩ବର୍ଷ ବୟସରେ ମଧ୍ୟ ସେଟରେ ରହିବାର ଉତ୍ସାହ ଏବଂ କ୍ୟାମେରା ସାମ୍ନା କରିବାକୁ ଇଚ୍ଛା ଅଛି। ମୁଁ ଜାଣେ ଯେଉଁ ଦିନ ଏହି ଉତ୍ସାହ ରହିବ ନାହିଁ, ସେହି ଦିନ ମୁଁ ଅଭିନୟ କରିପାରିବି ନାହିଁ। କାରଣ ମୁଁ ଯାହା ପସନ୍ଦ ତାହା କରିବାକୁ ଭଲପାଏ। ମୁଁ ଖାଦ୍ୟକୁ ଭଲ ପାଏ, ସାଙ୍ଗମାନଙ୍କ ସହିତ ବୁଲିବାକୁ ଭଲପାଏ ଏବଂ ବାହାରକୁ ଯିବାକୁ ପସନ୍ଦ କରେ। ତେଣୁ ଯଦି ଏଭଳି ଦିନ ଆସିବ, ଯେଉଁଦିନ ମୋର ଅଭିନୟ କରିବାକୁ ଇଚ୍ଛା ହେବ ନାହିଁ, ସେଦିନ ମୁଁ ଅଭିନୟରୁ ଅବସର ନେବି। ଭାବୁଛି ୮୩ କି ୯୩ବର୍ଷ ବୟସରେ ମୋର ଆଉ ଅଭିନୟ କରିବାକୁ ଇଚ୍ଛା ହେବ ନାହିଁ।”




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button