କ୍ରାଇମ

ରାଜଧାନୀରେ ଚାଞ୍ଚଲ୍ୟ: ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା – Utkal Mail


ଭୁବନେଶ୍ବର: ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ। ଦିନ ଦ୍ୱିପ୍ରହରରେ ନନ୍ଦନକାନନ ମାରୁତି ରେସିଡେନ୍ସି ଅଞ୍ଚଳରୁ ସଶସ୍ତ୍ର ଡକାୟତି। ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା । ଅଭିଯୋଗ ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍।

ସୂଚନା ମୁତାବକ ଲୋକେ ଘରେ ଥିବା ବେଳେ ଅସ୍ତ୍ରଶସ୍ତ୍ର ନେଇ ଘରେ ପଶିଥିଲେ ଦୁର୍ବୃତ୍ତ। ଘରେ ଥିବା ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରିଦେଇଥିଲେ। ପରେ ଘରେ ଥିବା ସୁନା ଗହଣା ସହ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷପତ୍ର ଲୁଟି ନେଇଛନ୍ତି। ଦିନ ଦିପ୍ରହରରେ ରାଜଧାନୀରେ ଏଭଳି ଲୁଟକୁ ନେଇ କମିଶନରେଟ ପୁଲିସର ଦକ୍ଷତା ଉପରେ ପ୍ରଶ୍ନ ଉଠିଛି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button