SADHU BANI : ଘରେ ରଖିଛନ୍ତି କି ( ଶଙ୍ଖ ) – ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ
ବନ୍ଧୁମାନେ ପ୍ରତ୍ୟେକ ହିନ୍ଦୁ ଘରେ ପୂଜାର୍ଚ୍ଚନା ହେଇଥାଏ ଆଉ ଏହି ପୂଜାରେ ଶଙ୍ଖ ର ବକ ବିଶେଷ ଉପସ୍ଥାପନ ରହିବା ଉଚିତ ନହେଲେ ପୂଜାରେ ସଫଳତା ଆସି ନଥାଏ ।ତେବେ ଆମ ମାନଙ୍କ ର ଘରେ ଶଙ୍ଖ ରହିଥାଏ କିନ୍ତୁ ଏହି ଶଙ୍ଖ କୁ କେବଳ ରଖିଲେ ହେବ ନାହିଁ ଏହା ପଛରେ ଅନେକ ନୀତି ନିୟମ ରହିଛି ଯାହାକୁ ପାଳନ କରିବାକୁ ପଡିଥାଏ ।ଆଉ ଯଦି ଆପଣ ସେହି ନିୟମ ପାଳନ କ୍ରୁ ନାହାନ୍ତି ତାହେଲେ ଅନେକ ବିପଦର ସମ୍ମୁଖୀନ ହେବାକୁ ପଡ଼ିଥାଏ ।ତେବେ ଆସନ୍ତୁ ଜାଣିବା ଶଙ୍ଖ କୁ ନେଇ କୋଉ କୋଉ ନିୟମ ପାଳନ କରିବାକୁ ପଡିଥାଏ ।
-ବନ୍ଧୁମାନେ ଆପଣ ଙ୍କ ଘରେ ଶଙ୍ଖ ଥିଲେ ଏହାକୁ ପ୍ରତିଦିନ ପୂଜାରେ ବଜାଇବା ଦରକାର, ଯାହାର ଶବ୍ଦ ରେ ଘରର ପରିବେଶ ପବିତ୍ର ହେଇ ଯାଏ ।ଆଉ ନୀତିଦିନ ସନ୍ଧ୍ୟା ସମୟରେ ତୁଳସୀ ଚଉରା ମୂଳରେ ଶଙ୍ଖ ବଜାଇଲେ ଘର ଭିତରକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ ।
-ତେବେ ଘରେ ଖାଲି ଶଙ୍ଖ ଆଣି ରଖି ଦେଲେ ହେବ ନାହିଁ ଏହାକୁ ବଜାଇବାକୁ ପଡିଥାଏ, ଯେଉଁ ଘରେ ନୀତିଦିନ ଶଙ୍ଖ ବଜାଯାଏ ସେହି ଘରକୁ ମାତା ଲକ୍ଷ୍ମୀ ଙ୍କଡ଼ ଆଗମନ ହେଇଥାଏ ।ଏହାଛଡା ସେହି ଘର ଗୁଡିକରେ ଧନ ସମ୍ପତ୍ତି ର କେବେ ଅଭାବ ଘଟି ନଥାଏ ।
-ମନେ ରଖିବେ ଶଙ୍ଖ କୁ କେବେ ତଳେ ରଖିବେ ନାହିଁ, ଆଉ ଶଙ୍ଖ କେବେ ଅଧା ଖଣ୍ଡିଆ ବଜାଇବେ ନାହିଁ ଏମିତି ହେଲେ ଖୁବ ଅଶୁଭ ହେଇଥାଏ ।ତେବେ ସବୁବେଳେ ଶଙ୍ଖ ତିନି ଥର ଆଉ ଅଧା ବଜାଇବେ ।
-ଘରେ ସବୁବେଳେ ଦୁଇଟି ଶଙ୍ଖ ରଖିବେ ଗୋଟିଏ ପୂଜା ଘରେ ଆଉ ଉ ଗୋଟିଏ ଦକ୍ଷିଣା ମୁଖୀ ଶଙ୍ଖ ରଖିବେ ।ତେବେ ଦକ୍ଷିଣା ମୁଖୀ ଶଙ୍ଖ ଘରେ ଥିଲେ ଘରେ କେବେ କୌଣସି ଜିନିଷ ର ଅଭାବ ରହେ ନାହିଁ ।ଆଉ ଏହି ଶଙ୍ଖ ର ପ୍ରଭାବରେ ଘରକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରି ପାରନ୍ତିନାହିଁ ।
-ଏହାଛଡା ଯଦି କେହି ବ୍ୟକ୍ତି ପ୍ରତ୍ୟେକ ଦିନ ଶଙ୍ଖ ବଜାନ୍ତି ତେବେ ସେହି ବ୍ୟକ୍ତି ହୃଦ ରୋଗ ପରି ଅନେକ ଭୟଙ୍କର ରୋଗ ରୁ ଦୁରେଇ ରୁହନ୍ତି ।ଶଙ୍ଖ ରେ ଥିବା ପାଣି ଶରୀର ପାଇଁ ବହୁତ ଭଲ ତେଣୁ ପ୍ରତ୍ୟେକ ଦିନ ଶଙ୍ଖ ରେ ପାଣି ରଖି ପିଇଲେ ଏହା ଶରୀର ପାଇଁ ଖୁବ ଉପକାରୀ ଅଟେ ।
-ଆପଣଙ୍କ ଘରେ ଯଦି କିଛି ନକରାତ୍ମକ ଶକ୍ତି ରହୁଛି ତାହେଲେ ପ୍ରତ୍ୟେକ ଦିନ ଶଙ୍ଖ ବ୍ଯନ୍ତୁ ସେହି ଶକ୍ତି ଆପେ ଆପେ ଦୁରେଇ ଯିବ ।ଆଉ ସବୁଠାରୁ ବଡ଼ କଥା ଶଙ୍ଖ କୁ ଦେବାଦେବୀ ମାନେ ଧାରଣ କରିଥାନ୍ତି ତେଣୁ ଏହା ବହୁତ ପବିତ୍ର ତେଣୁ ଆପଣ ନିଜେ ଶୁଦ୍ଧ ଓ ଗାଧେଇ ସାରିବା ପରେ ଯାଇ ଶଙ୍ଖ କୁ ଧରିବେ ।