ବିବାହ ପୂର୍ବରୁ ଅନ୍ୟ କାହାସହ ଶାରୀରିକ ସମ୍ପର୍କ ରଖିଲେ ହେବ ଜେଲ୍ ! ନୂଆ ବର୍ଷରେ ଖୁବ୍ଶୀଘ୍ର ଏନେଇ ନୂଆ ଆଇନ୍ ଲାଗୁ ହେବାକୁ ଯାଉଛି…

ବିବାହ ପୂର୍ବରୁ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କାହାସହ ଶାରୀରିକ ସମ୍ପର୍କ ରଖିଲେ ହୋଇପାରେ ଜେଲ୍ । ଖୁବ୍ଶୀଘ୍ର ଇଣ୍ଡୋନେସିଆରେ ଏନେଇ ଏକ ନୂଆ ଆଇନ୍ ଲାଗୁ ହେବାକୁ ଯାଉଛି ।
ହଁ ଆଜ୍ଞା ବିବାହ ପୂର୍ବରୁ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କାହାସହ ଶାରୀରିକ ସମ୍ପର୍କ ରଖିଲେ ହୋଇପାରେ ଜେଲ୍ । ଖୁବ୍ଶୀଘ୍ର ଇଣ୍ଡୋନେସିଆରେ ଏନେଇ ଏକ ନୂଆ ଆଇନ୍ ଲାଗୁ ହେବାକୁ ଯାଉଛି । କୁହାଯାଉଛି ଯେ, ଚଳିତ ମାସରେ ଇଣ୍ଡୋନେସିଆର ପାର୍ଲାମେଣ୍ଟରେ ଏହି ଆଇନ୍ ପାରିତ ହୋଇପାରେ ।
ଏହି ନୂଆ ଆଇନ୍ ଅନୁସାରେ, ଇଣ୍ଡୋନେସିଆରେ ନା କେବଳ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ବ୍ୟାନ୍ ହେବ ବରଂ ବିବାହ ପରେ ନିଜ ପାର୍ଟନରଙ୍କ ବ୍ୟତୀତ ଅନ୍ୟ କାହାସହ ସମ୍ପର୍କ ରଖିଲେ ଏହାକୁ ଅପରାଧ ବୋଲି ବିବେଚନା କରାଯିବ । ଏଥିପାଇଁ ଦଣ୍ଡ ବି ମିଳିପାରେ ।
ଅନ୍ତର୍ଜାତୀୟ ଗଣମାଧ୍ୟମଙ୍କ ନ୍ୟୁଜ ଅନୁସାରେ, ଚଳିତ ମାସରେ ଇଣ୍ଡୋନେସିଆର ପାର୍ଲାମେଣ୍ଟରେ ଏହି ନୂଆ ଆଇନ୍ ପାରିତ ହୋଇପାରେ । ଯେଉଁଥିରେ ବିବାହ ପରେ ନିଜ ଲାଇଫ ପାର୍ଟନରଙ୍କୁ ଛାଡ଼ି ଅନ୍ୟ କାହାସହ ଯୌନ ସମ୍ବନ୍ଧ ତଥା ଶାରୀରିକ ସମ୍ପର୍କ ରଖିଲେ ବର୍ଷେ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମିଳିପାରେ ।
ପାରିତ ହେବାକୁ ଥିବା ସମ୍ଭାବ୍ୟ ଏହି ଆଇନ୍ ଅନୁସାରେ, ଇଣ୍ଡୋନେସିଆରେ କେବଳ ସ୍ୱାମୀ ଓ ସ୍ତ୍ରୀଙ୍କୁ ହିଁ ଶାରୀରିକ ସମ୍ପର୍କ ରଖିବାର ଅଧିକାର ମିଳିବ । ତେବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଉପରେ ମଧ୍ୟ ବ୍ୟାନ୍ ଲାଗିବ । ଏହି ଆଇନ୍କୁ ଲାଗୁ କରିବା ଲାଗି ଅନେକ ବର୍ଷ ଧରି ଆଲୋଚନା ଚାଲିଥିଲା ବୋଲି ଇଣ୍ଡୋନେସିଆର ଡେପୁଟି ଆଇନ୍ ମନ୍ତ୍ରୀ କହିଛନ୍ତି ।
କେବଳ ଏତିକି ନୁହେଁ, ଇଣ୍ଡୋନେସିଆର ରାଷ୍ଟ୍ରପତି କିମ୍ବା ସରକାରୀ ସଂସ୍ଥାର କେହି ଅପମାନ କରିପାରିବେ ନାହିଁ । ଏପରିକି ଇଣ୍ଡୋନେସିଆର ଆଇନ୍ କାନୁନ୍ର ମଧ୍ୟ ଅବମାନନା କରିପାରିବେ ନାହିଁ । ଏନେଇ ଖୁବ୍ଶୀଘ୍ର ନୂଆ ଆଇନ୍ ପାରିତ ହୋଇପାରେ । ଡିସେମ୍ବର ୧୫ରେ ଏହି ନୂଆ ଆଇନ୍ ପାରିତ ହେବ ବୋଲି ଆଶା କରାଯାଉଛି । ଏନେଇ ଇଣ୍ଡୋନେସିଆର ଡେପୁଟି ଆଇନ୍ ମନ୍ତ୍ରୀ ସୂଚନା ଦେଇଛନ୍ତି ।