ମାତ୍ର ଏହି ଗୋଟିଏ ଉପାୟ କରନ୍ତୁ , ଆଣ୍ଠୁ, ଅଣ୍ଟା, ଗଣ୍ଠି ଯନ୍ତ୍ରଣା ମୂଳରୁ ଦୂର ହେବା ସହ ଆଉ ଭବିଷ୍ୟତରେ କେବେ ହେବ ନାହିଁ
ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଆଣ୍ଠୁ ଗଣ୍ଠି କିମ୍ବା କୌଣସି ଅଙ୍ଗର ହାଡ଼ ଯନ୍ତ୍ରଣା ଆମ ମାରାତ୍ମକ ସମସ୍ୟା ପାଲଟିଛି ।ସେଥିରୁ ବର୍ତ୍ତିବା ପାଇଁ ଲୋକେ ଅନେକ ଉପାୟ ଆପଣାଇଥାନ୍ତି । କିନ୍ତୁ ଏହାର ପ୍ରକୃତ କାରଣ କଣ ଜାଣିଛନ୍ତି କି ? ମୁଖ୍ୟ କାରଣ ହେଉଛି ଶରୀରରେ ପୋଷକ ତତ୍ତ୍ୱ ର ଅଭାବ । ଏହି ଅଭାବ କାରଣରୁ ଲୋକେ ଦୁର୍ବଳ ହୋଇଯାନ୍ତି ଏବଂ ଶରୀରର ଆଣ୍ଠୁ ଗଣ୍ଠି ମଧ୍ୟ ଦୁର୍ବଳ ହୋଇଯାଏ । ପୁଣି ବର୍ତ୍ତମାନ ଖାଦ୍ୟପେୟ ରେ ଅନେକ କେମିକାଲ ମିଶି ରହିଥାଏ । ଯାହାଦ୍ୱାରା ଶରୀରର କ୍ଷମତା ବଢ଼ିବା ବଦଳରେ କମି ଯାଏ ।
ତେଣୁ ପ୍ରଥମତଃ ଏହି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା କୁ ଭଲ କରିବା ପାଇଁ ଉଚିତ ଖାଦ୍ୟପେୟ ଗ୍ରହଣ କରିବା ଉଚିତ । ତାହା ବ୍ୟତୀତ ଆଜି ଆମେ ଏହି ଲେଖାରେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ ପ୍ରୟୋଗ କରନ୍ତି ତେବେ ଆଣ୍ଠୁ ଗଣ୍ଠି ସମସ୍ୟା ଖୁବ କମ ସମୟ ମଧ୍ୟରେ ଠିକ ହୋଇଯିବ ।
ଅରଖ ପତ୍ର :-
ଅରଖ ପତ୍ର ଏକ ସାଧାରଣ ପତ୍ର ହୋଇପାରେ । କିନ୍ତୁ ଏହି ପତ୍ରକୁ ଅନେକ ପୁରା କାଳରୁ ଯନ୍ତ୍ରଣା କୁ ନିୟନ୍ତ୍ରଣ କରିବାର ଅମୋଘ ଅସ୍ତ୍ର ଭାବରେ ପ୍ରୟୋଗ କରାଯାଇ ଆସୁଛି । କିନ୍ତୁ ଏହି ପତ୍ରକୁ ଛିଡ଼ାଇବା ସମୟରେ ଧ୍ୟାନ ଦେବେ ଯେପରି ତାର କ୍ଷୀର ଆଖିରେ ନପଡ଼େ । କାରଣ ତାହାଦ୍ୱାରା ଆଖି ନଷ୍ଟ ହୋଇଯାଏ । ତେଣୁ ପ୍ରଥମତଃ ଏହି ସାବଧାନତା ଅବଲମ୍ବନ କରନ୍ତୁ । ତାପରେ ୧୫ ଟି ଅରଖ ଫୁଲ ନିଅନ୍ତୁ ଏବଂ ମାତ୍ର ଏକ ଛୋଟ ଗିନା ମାପ ପରିମାଣର ପାଣିରେ ଫୁଟାଇବା ଆରମ୍ଭ କରନ୍ତୁ ।
ତାପରେ ଫୁଲକୁ ବାହାର କରି ଆଣ୍ଠୁ ଗଣ୍ଠି ବିନ୍ଧୁଥିବା ସ୍ଥାନରେ ଲଗାଇବେ । ତାପରେ ସେହି ଫୁଲକୁ ଏକ ଶୁଖିଲା କପଡ଼ା ରେ ଘଷି ଦିଅନ୍ତୁ , ତାପରେ ଅରଖ ପତ୍ରରେ ସୋରିଷ ତେଲ ଲଗାଇ ତାହାକୁ କିଛି ସମୟ ତାୱା ରେ ରଖି ଗରମ କରନ୍ତୁ । ପରେ ତାହାକୁ ଆଣ୍ଠୁ ଗଣ୍ଠି ବିନ୍ଧା ହେଉଥିବା ସ୍ଥାନରେ ବାନ୍ଧି ଦିଅନ୍ତୁ । ଏପରି କରିବା ଦ୍ୱାରା ଦରଜ ସମସ୍ୟା ଖୁବ କମ ସମୟ ମଧ୍ୟରେ ଦୂରେଇ ଯିବ ।
ଏହା ବ୍ୟତୀତ ଅରଖ ଗଛର କ୍ଷୀର ମଧ୍ୟ ଏହି ଯନ୍ତ୍ରଣା କୁ ଭଲ କରି ପାରିବ । ଏହାଦ୍ବାରା ଆହୁରି କମ ସମୟ ମଧ୍ୟରେ ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ