ଦେଶ ବିଦେଶ

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର; ୪ ଯବାନ ସହିଦ

ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ୍ ହୋଇଛନ୍ତି। ଡୋଡ଼ାରେ ଆତଙ୍କୀ ଆକ୍ରମଣରେ କଶ୍ମୀର ଟାଇଗର୍ସ ନିଜକୁ ଦାୟୀ କରିଛି। ସୋମବାର ସଂଧ୍ୟାରେ ଜବାନ-ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ଏସଓଜି ଜବାନ ସୋମବାର ସଂଧ୍ୟାରେ ଡୋଡ଼ା ସହରରୁ ୫୫ କିଲୋମିଟର ଦୂର ଦେସା ବନକ୍ଷେତ୍ରରେ ମିଳିତ ସର୍ଚ୍ଚ ଅପରେସନ କରୁଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଉଦବେଗ ପ୍ରକାଶ କରି ଆତଙ୍କବାଦୀଙ୍କୁ ମୂଳପୋଛ ଲାଗି ନିର୍ଦେଶ ଦେଇଛନ୍ତି।

ଜମ୍ମୁ- କଶ୍ମୀରରେ ଆତଙ୍କବାଦୀଙ୍କ ଆତଙ୍କ ଜାରି ରହିଛି। ଡୋଡ଼ାରେ ସର୍ଚ୍ଚ ଅପରେସନ ବେଳେ ସେନାର ଜବାନଙ୍କ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏଥିରେ ୪ ଜବାନ ଶହୀଦ ହୋଇଛନ୍ତି। ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି କଶ୍ମୀର ଟାଇଗର୍ସ। ମୁଜାହିଦ୍ଦିନର ସର୍ଚ୍ଚ ଅପରେସନ କରିବାରୁ ସୁରକ୍ଷାବଳକୁ ଗୁଳି କରିଲୁ ବୋଲି ଆତଙ୍କୀ ସଂଗଠନ କଶ୍ମୀର ଟାଇଗର୍ସ ବୟାନ ଜାରି କରିଛି। କଶ୍ମୀର ଟାଇଗର୍ସ ପାକିସ୍ତାନର ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର ଅଂଶ ଅଟେ। ଜୁଲାଇ ୯ରେ କାଠୁଆରେ ହୋଇଥିବା ଆତଙ୍କୀ ଆକ୍ରମଣରେ ବି ନିଜକୁ ଦାୟୀ କରିଥିଲା କଶ୍ମୀର ଟାଇଗର୍ସ। କାଠୁଆରେ ଆତଙ୍କି ଆକ୍ରମଣରେ ୫ ଜବାନ ଶହୀଦ ହୋଇଥିଲେ। ଡୋଡ଼ାରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ସ୍ପେଶିଆଲ ଅପରେସନ ଗ୍ରୁପ୍ ସଂଧ୍ୟା ୭ଟାରେ ଦେସା ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏଠାରେ ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା। ଜଙ୍ଗଲରେ ଅଭଯାନ ଆରମ୍ଭର ପ୍ରାୟ ଦୁଇ ଘଣ୍ଟା ପରେ ଜଙ୍ଗଲରେ ଲୁଚିଥିବା ଆତଙ୍କବାଦୀ ଅଚାନକ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପ୍ରାୟ ୨୦ ମିନିଟ୍ ଧରି ଜବାନ ଓ ଆତଙ୍କବାଦୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଅଧିକାରୀଙ୍କ ସମେତ ୫ ଜବାନ୍ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button