ଦେଶ ବିଦେଶ

ବିଜେପି ନେତା ଶାହାନାଓ୍ବାଜ୍ ହୁସେନଙ୍କୁ ହୃଦଘାତ, ମୁମ୍ବାଇର ଲୀଳାବତୀ ହସପିଟାଲରେ ଭର୍ତ୍ତି – Utkal Mail


ମୁମ୍ବାଇ: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହନୱାଜ ହୁସେନ ମଙ୍ଗଳବାର ହୃଦଘାତର ସମ୍ମୁଖୀନ ହେବା ପରେ ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅପରାହ୍ନ ପ୍ରାୟ ସାଢ଼େ ୪ଟା ରେ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ଲୀଳାବତୀ ହସ୍ପିଟାଲର ଡାକ୍ତର ଜଲିଲ ପାର୍କର କହିଛନ୍ତି ଯେ ଶାହନୱାଜ ହୁସେନଙ୍କୁ ହୃଦଘାତ ହେବା ପରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଛି। ହୁସେନ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ଅଛନ୍ତି।

ଏହା ପୂର୍ବରୁ ଅଗଷ୍ଟ ମାସରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ହୁସେନଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ।

ତିନିଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶାହନୱାଜ ହୁସେନ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର । ସେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ସଦସ୍ୟ ମଧ୍ୟ ଅଛନ୍ତି। ସେ ଅଟଳ ବିହାରୀ ବାଜପେୟୀ ସରକାରରେ ବେସାମରିକ ବିମାନ ଚଳାଚଳ ଏବଂ ବୟନ ଶିଳ୍ପ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ୯ ଫେବୃଆରୀ ୨୦୨୧ରୁ ୯ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ବିହାର ସରକାରଙ୍କ ଶିଳ୍ପ ମନ୍ତ୍ରୀ ଥିଲେ । ୧୯୬୮ ରେ ବିହାରର ସୁପୌଲରେ ଜନ୍ମଗ୍ରହଣ କରିଥିବା ଶାହନୱାଜ ହୁସେନ ପାଟନା ଏବଂ ଦିଲ୍ଲୀରେ ଅଧ୍ୟୟନ କରିଛନ୍ତି ।

 

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button