ଦେଶ ବିଦେଶ

ଦିଲ୍ଲୀ ତାପମାତ୍ରା ୪୫ ଡିଗ୍ରି: ପରବର୍ତ୍ତୀ ତିନିଦିନ ପର୍ଯ୍ୟନ୍ତ ହିଟୱେଭ୍‌ ସତର୍କତା

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ଅସହ୍ୟ ତାତି ଓ ଗୁଳୁଗୁଳି ଅନୁଭୂତ ହୋଇଛି। ସୋମବାର ଦିଲ୍ଲୀର ବିଭିନ୍ନ ସ୍ଥାନରେ ତାପମାତ୍ରା ପାଖାପାଖି ୪୫ ଡିଗ୍ରି ରହିଛି।  ଚଳିତ ମାସରେ ଲଗାତାର ଦ୍ବିତୀୟ ଥର ପାଇଁ ଦିଲ୍ଲୀ ତାପମାତ୍ରା ୪୦ ଡିଗ୍ରି ଟପିଛି। ଜୁନ୍‌ ୮ ତାରିଖରେ ତଥା ରବିବାର ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରି ଉପରେ ଥିଲା। ରବିବାର ତୁଳନାରେ ସୋମବାର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୧ରୁ ୨ ଡିଗ୍ରି ବଢ଼ିଛି।

ଦିଲ୍ଲୀରେ ଏବେ ଅତି ସାଂଘାତିକ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିଛି। ସଫଦରଜଙ୍ଗରେ ତାପମାତ୍ରା ୪୩.୪ ଡିଗ୍ରି ସେଲସିୟସ ଥିବାବେଳେ ଆୟାନଗରରେ ତାପମାତ୍ରା ୪୫.୩ ଡିଗ୍ରି ରହିଛି। ସେହିପରି ପାଲମରେ ୪୪.୩, ଲୋଧି ରୋଡ୍‌ରେ ୪୩.୩, ରିଜ୍‌ରେ ତାପମାତ୍ରା ୪୪.୯ ଡିଗ୍ରି ରହିଛି। ଆଇଏମ୍‌ଡି (ଭାରତୀୟ ପାଣିପାଗ ବିଭାଗ) ପକ୍ଷରୁ ଆସନ୍ତା ୩ ଦିନ ପାଇଁ ଦିଲ୍ଲୀରେ ହିଟୱେଭ୍‌ ଆଲର୍ଟ ଜାରି ହୋଇଛି।  ରବିବାର ଦିନ ସଫଦରଜଙ୍ଗରେ ତାପମାତ୍ରା ୪୨.୧ ଡିଗ୍ରି ସେଲସିୟସ ଥିଲା।  ପାଲମ ଷ୍ଟେସନ୍‌ରେ ସର୍ବାଧିକ ୪୨.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା।  ରବିବାର ମଧ୍ୟ ଆୟାନଗରରେ ସର୍ବାଧିକ ୪୪.୧ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ ‌ହୋଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button